ଗର୍ଭାବସ୍ଥାରେ ଶାରୀରିକ ପରିଶ୍ରମ କରିବା ବେଶ ଉପଯୋଗୀ। କିନ୍ତୁ ଏଥିପାଇଁ ବିଶେଷ ଯତ୍ନବାନ ହେବା ଆବଶ୍ୟକ।

exercise for pregnancy

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ କରନ୍ତୁ ଏହି ବ୍ୟାୟାମ, ଉଭୟ ଶିଶୁ ଏବଂ ମା’ ରହିବେ ସୁସ୍ଥ

ଗର୍ଭାବସ୍ଥାରେ ଶାରୀରିକ ପରିଶ୍ରମ କରିବା ନେଇ ଅନେକ ମହିଳା ଦ୍ଵନ୍ଦରେ ଥାଆନ୍ତି। କିଛି କ୍ଷେତ୍ରରେ ମହିଳାମାନଙ୍କୁ ଶାରୀରିକ କାର୍ଯ୍ୟକଳାପ ଏବଂ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଥାଏ। ଗର୍ଭାବସ୍ଥାରେ ଅଧିକ ପରିଶ୍ରମ କରିବାକୁ ମନା କରାଯାଇଥାଏ। କିନ୍ତୁ ଏହି ସମୟରେ ଶରୀର ସୁସ୍ଥ ରଖିବାକୁ କେତେକ ଏକ୍ସରସାଇଜ ଏବଂ କାର୍ଯ୍ୟକଳାପ ଆପଣ କରିପାରିବେ।

– ଶାରୀରିକ ଭାବେ ସୁସ୍ଥ ରହିବାକୁ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ।

– ପ୍ରତି ସପ୍ତାହରେ ଅତି କମରେ ୨:୩୦ଘଣ୍ଟା ଏରୋବିକ ଏକ୍ସରସାଇଜ କରନ୍ତୁ।

– ଶାରୀରିକ ପରିଶ୍ରମ କିମ୍ବା କିଛି ଏକ୍ସରସାଇଜ ପ୍ରସବକାଳୀନ ଯନ୍ତ୍ରଣା ଦୂର କରିଥାଏ।

– ଶାରୀରିକ ପରିଶ୍ରମ ଦ୍ଵାରା ଗର୍ଭାବସ୍ଥାରେ କୋଷ୍ଠକାଠିନ୍ୟ ଜନିତ ସମସ୍ୟାରୁ ଉପଶମ ମିଳିଥାଏ।

– ଏହା ଫଳରେ ମହିଳାମାନେ ପ୍ରସବ ସମୟରେ ନିଜକୁ ମାନସିକ ଏବଂ ଶାରୀରିକ ଭାବେ ଦୃଢ଼ ରଖିଥାନ୍ତି। ପ୍ରସବ ପରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ଶୀଘ୍ର ଉପଶମ ମିଳିଥାଏ।

exercise for pregnancy

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ସକାଳୁ ମୁଣ୍ଡ ବୁଲାଉଥିଲେ ଆପଣାନ୍ତୁ ଏହି ଉପାୟ

– ଗର୍ଭାବସ୍ଥା ସମୟରେ ଦେଖାଯାଉଥିବା ଉଚ୍ଚ ରକ୍ତଚାପ ସମସ୍ୟା ହେବାର ଆଶଙ୍କା କମ ଦେଖାଯାଇଥାଏ।

– ଗର୍ଭାଧାରଣ କରିବା ପରେ ଅନେକ ମହିଳାମାନଙ୍କ ରକ୍ତରେ ବ୍ଲଡ ସୁଗାରର ମାତ୍ରା ଅଧିକ ହୋଇଯାଇଥାଏ। ମାତ୍ର ଶାରୀରିକ କସରତ ଦ୍ୱାରା ରକ୍ତରେ ଶର୍କରା ସ୍ତର ସନ୍ତୁଳିତ ରହିଥାଏ।

– ଏହା ଦ୍ୱାରା ଶିଶୁ ଜନ୍ମ ପରେ ମହିଳାମାନେ ନିଜ ଓଜନ ନିୟନ୍ତ୍ରଣ କରିପାରନ୍ତି।

– ଗର୍ଭାବସ୍ଥା ସମୟରେ ସଠିକ ନିଦ ଉଭୟ ମା’ ଏବଂ ଶିଶୁକୁ ସୁସ୍ଥ ରଖିଥାଏ। ଏକ୍ସରସାଇଜ ଏବଂ ଶାରୀରିକ ପରିଶ୍ରମ ଫଳରେ ଭଲ ନିଦ ଆସିଥାଏ

– ଗର୍ଭାବସ୍ଥାରେ କିଛି ସମୟ ଶାରୀରିକ କାର୍ଯ୍ୟକଳାପ ଏବଂ ବ୍ୟାୟାମ କରନ୍ତୁ। ଏପରି କରିବା ଫଳରେ ଆପଣ ଚିନ୍ତାମୁକ୍ତ ଏବଂ ମାନସିକ ଭାବେ ସୁସ୍ଥ ରହିପାରିବେ।

କାହା ପ୍ରତି ବିଶେଷ ଧ୍ୟାନ ଦେବେ?

– ଗର୍ଭାବସ୍ଥା ସମୟରେ କିକ୍, ବାସ୍କେଟ ବଲ, ବକ୍ସିଙ୍ଗଠାରୁ ଦୂରେଇ ରହନ୍ତୁ।

– ଏହି ଜିମ୍ନାଷ୍ଟିକ, ହର୍ଷ ରାଇଡିଂ ଅଭ୍ୟାସ କରନ୍ତୁ ନାହିଁ।

– କୌଣସି ଭାରୀ ଜିନିଷ ତଳୁ ଉଠାନ୍ତୁ ନାହିଁ।

– ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ଠିଆ ହୋଇ କୌଣସି କାମ କରନ୍ତୁ ନାହିଁ।

Pregnancy at 40

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ କରନ୍ତୁ ଏହି ଆସନ, ପିଠି ଯନ୍ତ୍ରଣାରୁ ମିଳିବ ମୁକ୍ତି

– ନିଜର ସାମର୍ଥ୍ୟ ଅନୁଯାୟୀ ବ୍ୟାୟାମ ଏବଂ ଏକ୍ସରସାଇଜ କରନ୍ତୁ।

– ଶାରୀରିକ ପରିଶ୍ରମ ପରେ ପ୍ରଚୁର ମାତ୍ରାରେ ପାଣି ପିଇବା ସହ ଫଳମୂଳ ଏବଂ ସବୁଜ ପନିପରିବା ଖାଆନ୍ତୁ।

– ଗରମ ତାପମାତ୍ରା ଏବଂ ଖରା ସମୟରେ ବ୍ୟାୟାମ କରନ୍ତୁ ନାହିଁ।

– ଗର୍ଭଧାରଣର ୩ ମାସ ପରେ ସବୁ ପ୍ରକାର ଏକ୍ସରସାଇଜ ଅଭ୍ୟାସ କରନ୍ତୁ ନାହିଁ। ଏହାର କୁପ୍ରଭାବ ଉଭୟ ମା’ ଏବଂ ଶିଶୁ ଉପରେ ପଡ଼ିପାରେ।

– ଯଦି କୌଣସି ଅସୁବିଧା ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।