ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟାର କାରଣ ଏବଂ ଚିକିତ୍ସା ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Thyroid disorders in Pregnancy: Causes, Symptoms and Treatment in Odia)

ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍‌ ହରମୋନ ଉପରେ ନିର୍ଭର କରିଥାଏ। ଏହି ହରମୋନ୍ କ୍ଷରଣରେ ବ୍ୟତିକ୍ରମ ଦେଖାଦେଲେ ଥାଇରଏଡ୍ ସମସ୍ୟା ଦେଖାଯାଏ।

ଥାଇରଏଡ୍‌ ଗ୍ରନ୍ଥି ଆମ ଶରୀରର ବେକର ମୁଖ ଭାଗରେ ଥାଏ। ଥାଇରଏଡ୍‌ ଗ୍ରନ୍ଥିରୁ T୩ ଓ T୪ ହରମୋନ୍‌ କ୍ଷରଣ ହୋଇଥାଏ। ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍‌ ହରମୋନ ଉପରେ ନିର୍ଭର କରିଥାଏ। ଥାଇରଏଡ୍‌ ଗ୍ରନ୍ଥି ଆମ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗକୁ ଶକ୍ତି ପ୍ରଦାନ କରିଥାଏ। ବଢ଼ୁଥିବା ଛୁଆମାନଙ୍କ କ୍ଷେତ୍ରରେ ଶାରୀରିକ, ମାନସିକ ବିକାଶରେ ସାହାଯ୍ୟ କରିଥାଏ ଥାଇରଏଡ୍‌ ଗ୍ରନ୍ଥି।

ଗର୍ଭବତୀ ମହିଳାଙ୍କୁ ଥାଇରଏଡ୍‌ ସମସ୍ୟା (Thyroid problems in pregnant women in Odia)

ଗର୍ଭବତୀ ମହିଳାଙ୍କଠାରେ ଦୁଇ ପ୍ରକାରର ଥାଇରଏଡଥ ସମସ୍ୟା ଦେଖାଦେଇଥାଏ ଯେପରିକି ହାଇପୋ ଥାଇରଏଡିଜମ୍‌ ଓ ହାଇପର ଥାଇରଏଡିଜମ୍‌।

ଥାଇରଏଡ୍‌ ଗ୍ରନ୍ଥିରୁ ଥାଇରଏଡ୍‌ ହରମୋନ୍‌ କମ୍‌ କ୍ଷରଣ ହେଲେ, ତାହାକୁ ହାଇପୋ ଥାଇରଏଡିଜିମ୍‌ କୁହାଯାଏ। ଏହି ସମସ୍ୟା ଶତକଡ଼ା ୯୦ ପ୍ରତିଶତ ଗର୍ଭବତୀ ମହିଳାଙ୍କଠାରେ ଦେଖାଦିଏ।

ଥାଇରଏଡ୍‌ ଗ୍ରନ୍ଥିରୁ ଥାଇରଏଡ୍‌ ହରମୋନ୍‌ ଅଧିକ କ୍ଷରଣ ହେଲେ ତାହାକୁ ହାଇପର ଥାଇରଏଡିଜିମ୍‌ ବୋଲି କହିବା। ଏହା ପ୍ରାୟତଃ ୫ରୁ ୧୦ ପ୍ରତିଶତ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଦେଖାଦିଏ।

ଥାଇରଏଡ୍‌ ସମସ୍ୟାର କାରଣ (Cause of Thyroid problems in Odia)

ଥାଇରଏଡ୍‌ ଗ୍ରନ୍ଥିରେ ଥିବା ଫଲିକୁଲାର ସେଲ୍ସ ଆୟୋଡିନ୍‌ ଦରକାର କରିଥାଏ। ପୂର୍ବରୁ ଥାଇରଏଡ୍‌ ସମସ୍ୟା ଆୟୋଡିନ୍‌ର ଅଭାବ ଯୋଗୁଁ ହେଉଥିଲା କାରଣ ପୂର୍ବରୁ ଲୋକମାନେ ଗୋଟା ଲୁଣ ବ୍ୟବହାର କରୁଥିଲେ। ବର୍ତ୍ତମାନ ଲୋକେ ଆୟୋଡାଇଜ୍‌ ଲୁଣ ଖାଉଛନ୍ତି ଯାହାଫଳରେ ଲୋକଙ୍କୁ ଲୁଣ ସାଙ୍ଗରେ ଆୟୋଡିନ୍‌ ମିଳିଥାଏ। ବର୍ତ୍ତମାନ ସମୟରେ ଆୟୋଡିନ୍‌ ଅଭାବ ନୁହେଁ ବରଂ ଅଟୋ ଇମ୍ୟୁନ୍‌ ଡିଜିଜ୍‌ କାରଣରୁ ଥାଇରଏଡ୍‌ ହେଉଛି।

ସାଧାରଣତଃ ଗର୍ଭ ଧାରଣ ପରେ ମହିଳାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଫଳରେ ଥାଇରଏଡ୍‌ ସମସ୍ୟା ହୋଇଥାଏ।

ହାଇପୋ ଥାଇରଏଡିଜମ୍‌ଲକ୍ଷଣ (Symptoms of hypothyroidism in Odia)

ଗର୍ଭବତୀଙ୍କଠାରେ ହାଇପୋ-ଥାଇରଏଡିଜମ୍‌ର ସମସ୍ୟା ହେଲେ ଏହିସବୁ ଲକ୍ଷଣ ଦେଖାଦେଇଥାଏ।

ଆଳସୁଆ ଲାଗିବା

ଶକ୍ତି ହୀନ ଲାଗିବା

ହାଲିଆ ବା ଥକ୍କା ଲାଗିବା

ଅତ୍ୟଧିକ ନିଦ ଲାଗିବା

ସ୍ମରଣ ଶକ୍ତି କମିଯିବା

ମାନସିକ ଅବସାଦ ହେବା

ଭୋକ କମିଯାଏ

ଅଳ୍ପ ଖାଇଲେ ବି ଓଜନ ବଢ଼ିଯାଏ

ପାଦ, ମୁହଁ ଓ ଗୋଡ଼ ଫୁଲିଯାଏ

ଚର୍ମ ଶୁଷ୍କ ରହେ

କେଶ ଝଡ଼ିଯାଏ

ଶାରୀରିକ ପୀଡ଼ା ହୁଏ

କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେବା

viral fever and tiredness

ହାଇପର ଥାଇରଏଡିଜମ୍‌ଲକ୍ଷଣ (Symptoms of hyperthyroidism in Odia)

ଅତ୍ୟଧିକ ଭୋକ ଲାଗିବା

ବାରମ୍ବାର ଝାଡ଼ା ହେବା

ଓଜନ କମିଯିବା

ହାତ ଥରିବା ଭଳି ହେବା

ହୃଦସ୍ପନ୍ଦନ ବଢ଼ିଯାଏ

ଆଖି ଲାଲ ପଡ଼ିଯିବା

ଦୁର୍ବଳ ଲାଗିବା

ଗର୍ଭବତୀଙ୍କ ଉପରେ ଥାଇରଏଡ୍‌ ସମସ୍ୟାର ପ୍ରଭାବ

ଥାଇରଏଡ୍‌ ସମସ୍ୟା ହେଲେ ଗର୍ଭବତୀ ମହିଳାଙ୍କଠାରେ ଉଚ୍ଚ ରକ୍ତଚାପ, ଅପସ୍ମାର, କିଡ୍‌ନି ଜନିତ ସମସ୍ୟା, ବାରମ୍ବାର ଗର୍ଭପାତ ହେବାର ଆଶଙ୍କା ରହିଛି।

THYROID

ଥାଇରଏଡ୍‌ ସମସ୍ୟାର ଚିକିତ୍ସା (Treatment of thyroid disorders in Odia)

ଯଦି କୌଣସି ବ୍ୟକ୍ତିଙ୍କର TSH ବହୁତ ଅଧିକା ଅଛି ,ତାଙ୍କୁ ସଙ୍ଗେ ସଙ୍ଗେ ଔଷଧ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଥାଏ।  ସବୁବେଳେ ଥାଇରଏଡ୍‌ ମେଡିସିନ୍‌ ବିଞ୍ଛଣାରୁ ଉଠିବା ମାତ୍ରେ ଖାଇବାର ଅଛି। ଥାଇରଏଡ୍‌ ଔଷଧ ଖାଇବାର ଗୋଟେ ଘଣ୍ଟା ପର୍ଯ୍ୟନ୍ତ ପାଣି ଛଡ଼ା ଅନ୍ୟ କୌଣସି ଜିନିଷ ଖାଇବା ମନା। ଯାହା ବି ଆପଣ ଖାଇବେ ଗୋଟେ ଘଣ୍ଟା ପରେ ଖାଇବେ। ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥା ସମୟରେ ସାଧାରଣତଃ ଆଇରନ୍‌ ଓ କ୍ୟାଲସିୟମ୍‌ ଔଷଧ ଖାଇବାକୁ ଦିଆଯାଇଥାଏ। ଏଭଳି କ୍ଷେତ୍ରରେ ଥାଇରଏଡ୍‌ ଔଷଧ ଖାଇବାର ୪ ଘଣ୍ଟା ପରେ କ୍ୟାଲସିୟମ୍‌, ଆଇରନ୍‌ ଔଷଧ ଖାଇପାରିବେ।

ଯଦି ଜଣେ ଗର୍ଭବତୀ ମହିଳା ସଠିକ୍‌ ଭାବେ ମେଡିସିନ୍‌ ଖାଇବେ ଓ ଡାକ୍ତରଙ୍କୁ ପରାମର୍ଶ କରି ସଠିକ୍‌ ଚିକିତ୍ସା କରାଇବେ, ତେବେ ଗର୍ଭଧାରଣରେ କୌଣସି ସମସ୍ୟା ହୋଇ ନଥାଏ। କିନ୍ତୁ ଯେଉଁ ଗର୍ଭବତୀ ମହିଳାଙ୍କର ଅନିୟନ୍ତ୍ରିତ ହାଇପୋ ଥାଇରଏଡିଜମ୍‌ ଥାଏ ତାଙ୍କ ପିଲାଙ୍କଠାରେ ବି ଥାଇରଏଡ୍‌ ସମସ୍ୟା ଦେଖାଦେଇପାରେ।

ଏହାଛଡ଼ା ଜଣେ ଗର୍ଭବତୀ ମହିଳାଙ୍କର ଥାଇରଏଡ୍‌ ସମସ୍ୟା ଥାଉ କିମ୍ବା ନଥାଉ, ପ୍ରତ୍ୟେକ ନବଜାତ ଶିଶୁ ଜନ୍ମ ହେବାର ୭୨ ଘଣ୍ଟା ପରେ ଥାଇରଏଡ୍‌ ପରୀକ୍ଷା ନିଶ୍ଚିତ ଭାବେ କରାନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁନୀଲ କୁମାର କୋଟାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on thyroid disorders in pregnancy, based on the interview with Dr. Sunil Kumar Kota, Endocrinologist.