ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେବା ବଡ଼ ସମସ୍ୟା। ତା’ ସହିତ ଉଚ୍ଚ ରକ୍ତଚାପ ରୋଗୀ ପାଇଁ ବିପଦ ଆଣିଦେଇଥାଏ।

diabetes

ଅଧିକ ପଢ଼ନ୍ତୁ: ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ – ଦେଖିବେ ଡାଏବେଟିସ୍‌ ନିୟନ୍ତ୍ରଣରେ ରହିବ

ଜଣେ ସାଧାରଣ ବ୍ୟକ୍ତିଙ୍କର ରକ୍ତଚାପ ୧୨୦/୮୦ ମିଲିମିଟର ପାରଦ ହୋଇଥାଏ। ଡାଏବେଟିସ ଏକ ରକ୍ତନଳୀ ଜନିତ ସମସ୍ୟା ହୋଇଥିବାରୁ ଏହା ରକ୍ତ ନଳୀ ଉପରେ ପ୍ରଭାବ ପକାଇଥାଏ। ଯାହା ଫଳରେ ରକ୍ତ ସଞ୍ଚାଳନରେ ବାଧା ଦେଖାଦେଇଥାଏ। ଫଳରେ ଡାଏବେଟିସ ରୋଗୀଙ୍କର ରକ୍ତଚାପ ଜନିତ ସମସ୍ୟା ଦେଖାଦେଇଥାଏ।

ସାଧାରଣ ବ୍ୟକ୍ତିଙ୍କ ରକ୍ତ ସଞ୍ଚାଳନ ସମୟରେ ରକ୍ତ ନଳୀ ସଠିକ ଭାବେ ପ୍ରସାରିତ ହୋଇଥାଏ। କିନ୍ତୁ ଜଣେ ଡାଏବେଟିସ ରୋଗୀଙ୍କ କ୍ଷେତ୍ରରେ ଏହା ଅସୁବିଧା ହୋଇଥାଏ। ସେମାନଙ୍କ ରକ୍ତନଳୀ ଇଲାଷ୍ଟିକ ହୋଇନଥାଏ।

ରକ୍ତନଳୀରେ ରକ୍ତ ଭଲ ଭାବେ ପ୍ରବାହିତ ହୋଇପାରେ ନାହିଁ। ରକ୍ତନଳୀ ପ୍ରସାରିତ ନ ହୋଇ ପାରିବା ହେତୁ ରକ୍ତଚାପ ବୃଦ୍ଧି ହୋଇଥାଏ। ଅନେକ ସମୟରେ ରକ୍ତନଳୀରେ ଫାଟ ସୃଷ୍ଟି ହୋଇ ରକ୍ତସ୍ରାବ ମଧ୍ୟ ହୋଇଥାଏ। ଜଣେ ଡାଏବେଟିସ ରୋଗୀର ରକ୍ତଚାପ ସାଧାରଣ ବ୍ୟକ୍ତିଙ୍କ ରକ୍ତଚାପଠାରୁ ଭିନ୍ନ ହୋଇଥାଏ।

ଡାଏବେଟିସ ରୋଗୀଙ୍କ ଉଚ୍ଚ ରକ୍ତଚାପ ଜନିତ ଲକ୍ଷଣ

ମୁଣ୍ଡ ବୁଲାଇବା

ଧଇଁସଇଁ ଲାଗିବା

ଝାଳ ବାହାରିବା

ହାତ ଗୋଡ଼ ଥରିବା

ଅଳ୍ପ ପରିଶ୍ରମରେ ଥକ୍କା ଲାଗିବା

ନିଶ୍ୱାସ ନେବାରେ କଷ୍ଟ ଲାଗିବା

ଦୃଷ୍ଟି ଶକ୍ତିରେ ବାଧା ଆସିବା

ବାରମ୍ବାର ପରିସ୍ରା ଲାଗିବା

ଡାଏବେଟିସ ରୋଗୀମାନଙ୍କର ଉଚ୍ଚ ରକ୍ତଚାପ ଯୋଗୁଁ ହୃଦ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ। ବୟସ୍କ ବ୍ୟକ୍ତି ଯେଉଁମାନେ ଡାଏବେଟିସରେ ଶିକାର ହୋଇଛନ୍ତି ସେମାନଙ୍କର ରକ୍ତଚାପ ନିୟନ୍ତ୍ରଣ ନ ରହିଲେ ଆଖିକୁ ସ୍ପଷ୍ଟ ଭାବେ ଦେଖାଯାଇ ନଥାଏ। କିଡନୀ ଏବଂ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ।

Blood pressure

ଅଧିକ ପଢ଼ନ୍ତୁ: ବିନା ଔଷଧରେ କରନ୍ତୁ ଡାଏବେଟିସକୁ ନିୟନ୍ତ୍ରଣ

ନିରାକରଣ

ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।

ଚର୍ବି ଜାତୀୟ ଖାଦ୍ୟପଦାର୍ଥଠାରୁ ଦୂରରେ ରହିବା

ଖାଦ୍ୟରେ ଉତ୍ତମ ତେଲ ବ୍ୟବହାର କରନ୍ତୁ।

ଶାରୀରିକ ପରିଶ୍ରମ କରନ୍ତୁ।

ରକ୍ତଚାପରୁ ଉପଶମ ପାଇବା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଅଧିକ ପଢ଼ନ୍ତୁ: ଡାଏବେଟିସ ରୋଗୀମାନେ କେଉଁ ଖାଦ୍ୟ ଖାଇପାରିବେ? ଜାଣନ୍ତୁ