ମଧୁମେହ ରୋଗୀମାନେ ନିଜ ଖାଦ୍ୟ ପାନୀୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ସେମାନେ ଖାଦ୍ୟ ଖାଇବା ସମୟରେ କେଉଁ ଦିଗ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ।

DIABETESକହିବାକୁ ଗଲେ ଡାଏବେଟିସ ବା ମଧୁମେହ ରୋଗ ଏକ ସାଂଘାତିକ ରୋଗ। ଏହା ଆମ ଦୃଷ୍ଟି ଶକ୍ତି, କିଡନି, ହାର୍ଟ ଏବଂ ତ୍ୱଚା ଉପରେ ପ୍ରଭାବ ପକାଇଥାଏ। ଏହି ରୋଗରେ ଶିକାର ବ୍ୟକ୍ତିଙ୍କୁ ସାରା ଜୀବନ ମେଡିସିନର ସାହାରା ନେବାକୁ ପଡ଼ିଥାଏ। ବିନା ଔଷଧରେ ଡାଏବେଟିସ ରୋଗର ଚିକିତ୍ସା ସମ୍ଭବ ନୁହେଁ। କିନ୍ତୁ କିଛି ଉପାୟ ମାଧ୍ୟମରେ ଡାଇବେଟିସରୁ ସାମାନ୍ୟ ଉପଶମ ମିଳିପାରିବ।

ପ୍ରଥମେ ଆପଣ ଖାଉଥିବା ସମସ୍ତ ଖରାପ ଖାଦ୍ୟଠାରୁ ନିଜକୁ ଦୂରରେ ରଖନ୍ତୁ। ରିଫାଇନ ଖାଦ୍ୟ ଯେପରିକି ଅରୁଆ ଚାଉଳ, ମଇଦା ଖାଇବା ଅପେକ୍ଷା ଅଣ ରିଫାଇନାଯୁକ୍ତ ଖାଦ୍ୟ ଖାଆନ୍ତୁ। ରିଫାଇନ ଖାଦ୍ୟଗୁଡ଼ିକରେ ଫାଇବର ନଷ୍ଟ ହୋଇଯାଇଥିବାରୁ ସେସବୁ ଶରୀର ପକ୍ଷେ କ୍ଷତିକାରକ।

diabetes health careମଧୁମେହ ରୋଗୀମାନେ ଫଳ ଖାଇପାରିବେ। ଫଳରେ ପ୍ରଚୁର ମାତ୍ରାରେ ଫାଇବର ଏବଂ ଅନ୍ୟାନ୍ୟ ଭିଟାମିନ ରହିଛି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ବଜାରରେ ମିଳୁଥିବା ଡାଏବେଟିସ-ଫ୍ରି ଖାଦ୍ୟଦ୍ରବ୍ୟ ଆପଣ ଖାଇପାରିବେ। କାରଣ ଏଥିରେ ଶର୍କରା ବୃଦ୍ଧି କରିବା ଭଳି କୌଣସି ଉପାଦାନ ନଥାଏ। ତେଣୁ ଏହା ଶରୀର ଶର୍କରା ସ୍ତରରେ କୌଣସି ପରିବର୍ତ୍ତନ କରିନଥାଏ।

ମଧୁମେହ ରୋଗୀ ଖାଉଥିବା ରିଫାଇନ ଲୁଣ ବଦଳରେ ସୈନ୍ଧବ ଲୁଣ କିମ୍ବା ହିମାଲୟାନ ପିଙ୍କ ଲୁଣ ଖାଦ୍ୟରେ ବ୍ୟବହାର କରନ୍ତୁ।

DIABETESରିଫାଇନ ତେଲ ବଦଳରେ ଚକିରେ ପେଡ଼ା ଯାଉଥିବା ସୂର୍ଯ୍ୟମୁଖୀ ଏବଂ ସୋରିଷ ତେଲ ଖାଇବା ଉଚିତ।

ଖାଦ୍ୟରେ ସବୁଜ ପନିପରିବା ଏବଂ ଫଳମୂଳ ସାମିଲ କରନ୍ତୁ। ଯଦି କୌଣସି ଅଧିକ ମିଠାଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ ସେଥିରେ ସାମାନ୍ୟ ଲୁଣ ମିଶାଇ ଖାଆନ୍ତୁ।

ମାଟି ତଳ ପନିପରିବା ଯେପରିକି ଆଳୁ, କନ୍ଦମୂଳ, ବାଦାମ ଏବଂ ସାରୁ ଖାଆନ୍ତୁ ନାହିଁ।

ଯେତେ ସମ୍ଭବ ପିତା ଜାତୀୟ ଖାଦ୍ୟ ଖାଆନ୍ତୁ। ନିମ୍ବ, ପିତା ଶାଗ ଏବଂ କଲରା ଭଳି ପିତା ଖାଦ୍ୟ ଖାଇବା ଉଚିତ।