ଗର୍ଭାବସ୍ଥାରେ ଉପବାସ କରିବା ଫଳରେ କେବଳ ମା’ ଉପରେ ନୁହେଁ ଜନ୍ମ ହେବାକୁ ଥିବା ଶିଶୁ ଉପରେ ମଧ୍ୟ ପଡ଼ିଥାଏ।

first month of pregnancy

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଶିଶୁ ଏବଂ ମା’ ପାଇଁ ଆଣେ ବିପଦ

ଉପବାସ ରହିବା ଫଳରେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏପରି ସ୍ଥଳେ ଗର୍ଭବତୀ ମହିଳାମାନେ ଉପବାସ ରହିବା ଆଦୌ ଉଚିତ ନୁହେଁ।

ଗର୍ଭାବସ୍ଥାରେ ଉପବାସର ଜଟିଳତା

ଦୁର୍ବଳ ଲାଗିବା

ଉଚ୍ଚ ରକ୍ତଚାପ

ଗର୍ଭକାଳୀନ ମଧୁମେହରେ ଚିକିତ୍ସିତ ଗର୍ଭବତୀ ମହିଳାଙ୍କ ପ୍ରତି ବିପଦ

ମୁଣ୍ଡ ବୁଲାଇବା

ବାନ୍ତି ହେବା

ନ ଖାଇବା ଯୋଗୁଁ ଏସିଡିଟି କିମ୍ବା ଗ୍ୟାସ ଭଳି ସମସ୍ୟା ଦେଖା ଦେବା

ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିବା

pregnancy_pickle

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟାର କିପରି କରିବେ ଚିକିତ୍ସା?

ଗର୍ଭାବସ୍ଥାର ପ୍ରଥମ ଓ ତୃତୀୟ ଚତୁର୍ଥମାସରେ ବ୍ରତ ରଖିବାକୁ ଉଚିତ ନୁହେଁ। ପ୍ରଥମ ତିନି ମାସରେ ଯଦି ଲମ୍ବା ସମୟ ଧରି ଉପବାସରେ ରୁହନ୍ତି ତେବେ ବାନ୍ତି ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ତୃତୀୟ କିମ୍ବା ଚତୁର୍ଥ ମାସରେ ଏପରି କରିବା ଦ୍ୱାରା ମୁଣ୍ଡ ମଧ୍ୟ ବୁଲାଇ ଥାଏ। ବିଶେଷ କରି ମଧୁମେହର ଆକ୍ରାନ୍ତ ଗର୍ଭବତୀ ମହିଳା ଉପାସ ରହିବା ଫଳରେ ରକ୍ତରେ ଶର୍କରା ସ୍ତରରେ ନିୟନ୍ତ୍ରିଣ ରହେ ନାହିଁ। ଯାହା ଦ୍ଵାରା ଉଭୟ ଶିଶୁ ଏବଂ ମା’ ପାଇଁ ଅସୁବିଧା ସୃଷ୍ଟି ହୋଇଥାଏ।

ଗର୍ଭାବସ୍ଥା ସମୟରେ ଉପବାସ ଅଳ୍ପ ବା ଅଧିକ କିମ୍ବା ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। କିଛି ମହିଳା ବିପଦକୁ ଅଣଦେଖା କରି ଉପବାସ କରିଥାନ୍ତି।

ଗର୍ଭବତୀ ମହିଳାମାନେ ସମ୍ପୂର୍ଣ୍ଣ ଉପବାସ କରନ୍ତୁ ନାହିଁ। ଭାରୀ ଖାଦ୍ୟ ନ ଖାଇଲେ ମଧ୍ୟ କୌଣସି ହାଲକା ଖାଦ୍ୟ ଖାଇପାରିବେ।

ଯଦି ଉପବାସ କରୁଚନ୍ତି ତ ଧ୍ୟାନ ରଖିବେ ଯେମିତି ଡିହାଇଡ୍ରେସନ ନହୁଏ। ଉପବାସ ବେଳେ ନଡ଼ିଆ ପାଣି, କ୍ଷୀର ଏବଂ ଜୁସ ଭଳି ଜିନିଷ ଗ୍ରହଣ କରିପାରିବେ। ଫଳ, ପନିପରିବା, ଜୁସରେ ଶରୀରକୁ ଆବଶ୍ୟକ ପାଣି ଯୋଗାଇ ଥାଏ।

ଉପବାସ ସମୟରେ କଫି ବା ଚା’ ସେବନ କରନ୍ତୁ ନାହିଁ।

ବିଶେଷ କରି ଗରମ ଦିନରେ ଏହି ଉପବାସ କରିଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

ଉପବାସ ସମୟରେ ବ୍ୟାୟାମ ବା କୌଣସି ଭାରୀ କାମ କରନ୍ତୁ ନାହିଁ।

ଉପବାସ ସାରିବା ପରେ ପ୍ରଥମେ ଏକ ଗ୍ଲାସ ଜୁସ ବା ପାଣି ପିଅନ୍ତୁ। ଏହାପରେ କିଛି ହାଲକା ଖାଦ୍ୟ ଖାଆନ୍ତୁ।

କୌଣସି ଅସୁବିଧା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ – କେମିତି କରିବେ ଚିକିତ୍ସା?