ମଧୁମେହ ରୋଗକୁ ସମ୍ପୂର୍ଣ୍ଣ ଭଲ କରିବା ସମ୍ଭବ ନୁହେଁ। ତଥାପି କେତେକ ପଦ୍ଧତି ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିହେବ। ସେହିପରି ଆକ୍ୟୁପଙ୍କଚର ଦ୍ଵାରା କିଭଳି ମଧୁମେହର ଚିକିତ୍ସା ସମ୍ଭବ ଆସନ୍ତୁ ଜାଣିବା।

acupunture for diabetesଆଜିକାଲି ଜୀବନଶୈଳୀ ପରିବର୍ତ୍ତନ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ ଟାଇପ୨ ମଧୁମେହ ଦେଖିବାକୁ ମିଳୁଛି। ଏହି ସମସ୍ୟାରୁ ଆରାମ ପାଇବା ଲାଗି ଲୋକେ ବିଭିନ୍ନ ପ୍ରକାରର ଔଷଧ ସେବନ କରି ଚିକିତ୍ସା କରିଥାନ୍ତି। ତଥାପି ସେମାନଙ୍କୁ ଶୀଘ୍ର ଆରାମ ମିଳି ନ ଥାଏ। ତେବେ ଏହାର ଚିକିତ୍ସା ପାଇଁ ଆକ୍ୟୁପଙ୍କଚର ଶୈଳୀ କେତେକ ଅପଣେଇଛନ୍ତି। ଏହାଦ୍ୱାରା କେବଳ ମଧୁମେହ ସମସ୍ୟା ନୁହେଁ ଶରୀରର ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ଦୂର ହୋଇଥାଏ।

ଆକ୍ୟୁପଙ୍କଚର କ’ଣ?

ଆକ୍ୟୁପଙ୍କଚର ଏକ ପ୍ରକାର ଚାଇନିଜ ଥେରାପି ଯେଉଁଥିରେ ଛୁଞ୍ଚିକୁ ଚର୍ମରେ ଲଗାଇ ଚିକିତ୍ସା କରାଯାଇଥାଏ। ଏହା ଦ୍ଵାରା ଶରୀରର ପ୍ରଭାବିତ ଅଙ୍ଗରେ ଶକ୍ତିର ସଞ୍ଚାର ହୋଇଥାଏ। ଏହା ରୋଗର ଲକ୍ଷଣକୁ ମୂଳରୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ଆକ୍ୟୁପଙ୍କଚର କରିବା ଦ୍ଵାରା ଶରୀରରେ ଏକ ପ୍ରକାର ଶକ୍ତି ଉତ୍ପନ ହୋଇଥାଏ।

diabetes during pregnancyଆକ୍ୟୁପଙ୍କଚର ଦ୍ୱାରା ଇନସୁଲିନ ସ୍ତର ଠିକ ରହେ

ଆକ୍ୟୁପଙ୍କଚର ଉପାୟ ଦ୍ଵାରା କେବଳ ଶରୀରରେ ହେଉଥିବା ଯନ୍ତ୍ରଣା କମ ହୋଇ ନ ଥାଏ ବରଂ ଏହା ମଧୁମେହ ଆଶଙ୍କାକୁ କମ କରିଥାଏ। ଶରୀରରେ ଅଗ୍ନାଶୟର କାର୍ଯ୍ୟକୁ ନିୟନ୍ତ୍ରିତ କରି ଇନସୁଲିନ ସ୍ତରକୁ ଠିକ ରଖିବାରେ ସାହାଯ୍ୟ କରେ। ଏହା ଦ୍ଵାରା ଶରୀରରେ ମଧୁମେହର ଉପଯୁକ୍ତ ମାତ୍ରା ରହିଥାଏ। ଏଥି ସହିତ ଆକ୍ୟୁପଙ୍କଚର ଦ୍ଵାରା ମେଦ ବହୁଳତାକୁ ମଧ୍ୟ ରୋକିବା ସମ୍ଭବ।

ଯେତେବେଳେ ଆମ ଶରୀରରେ ଲୋ ଇଣ୍ଟେନସିଟି ଆକ୍ୟୁପଙ୍କଚର ପଦ୍ଧତି ପ୍ରୟୋଗ କରାଯାଏ, ଏହାର ବହୁତ ଭଲ ପ୍ରଭାବ ପଡ଼ିଥାଏ। ମଧୁମେହ ରୋଗୀ ସପ୍ତାହରେ ଦୁଇ ଥର ୨୦ରୁ ୩୦ ମିନିଟ ଆକ୍ୟୁପଙ୍କଚର କରିବା ଉଚିତ। ଏଥିରେ ଛୁଞ୍ଚିକୁ ଟ୍ରିଗର ପଏଣ୍ଟରେ ଲଗାଯାଇଥାଏ। ଏହା ଦ୍ଵାରା ଗୋଟିଏ ଛୁଞ୍ଚିରୁ ଅନ୍ୟ ଛୁଞ୍ଚିକୁ କମ ବେଗରେ ଇଲେକ୍ଟ୍ରିକାଲ ଭାରିଏସନ ପାସ ହୋଇଥାଏ।

ଆକ୍ୟୁପଙ୍କଚର ପଦ୍ଧତିର ବହୁତ କମ ପାର୍ଶ୍ଵ ପ୍ରତିକ୍ରିୟା ରହିଛି। ଏହାକୁ ଅନ୍ୟ ଚିକିତ୍ସା ସହିତ ମଧ୍ୟ କରାଯାଇପାରିବ। ଏହା ମଧୁମେହ ସହିତ ଅନ୍ୟ ବିଭିନ୍ନ ପ୍ରକାରର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

acupunture for diabetesପାର୍ଶ୍ଵ ପ୍ରତିକ୍ରିୟା

ଆକ୍ୟୁପଙ୍କଚର କରିବା ପରେ ହାଲୁକା ଯନ୍ତ୍ରଣା, ରକ୍ତ ବାହାରିବା ଓ ଚମଡ଼ା ଛାଡ଼ିବା ଭଳି ସମସ୍ୟା ହୋଇପାରେ। ଅସାବଧାନତାବଶତଃ କୌଣସି ଭୁଲ ସ୍ଥାନରେ ଛୁଞ୍ଚି ଫୋଡ଼ି ହୋଇଗଲେ ଶରୀର ଭିତରେ ଅନ୍ୟ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚିପାରେ। ଏଣୁ ଏଥି ପ୍ରତି ସାବଧାନତା ହୋଇ କାମ କରିବା ଆବଶ୍ୟକ। ଆକ୍ୟୁପଙ୍କଚର ଥେରାପି କରିବା ବେଳେ ସବୁବେଳେ ଏକ୍ସପର୍ଟଙ୍କ ତତ୍ୱାବଧାନରେ କରନ୍ତୁ।