teeth pain

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଦାନ୍ତରେ ଦେଖାଯାଉଥିବା ୫ଟି ସମସ୍ୟା ବାବଦରେ

ପାଇରିଆ ହେଉଛି ଦାନ୍ତମାଢ଼ିର ଏକ ଗୁରୁତର ସମସ୍ୟା। ଏହା ଦାନ୍ତର ଆଖପାଖର ମାଂସପେଶୀକୁ ସଂକ୍ରମିତ କରି ତାକୁ କ୍ଷତି ପହଞ୍ଚାଇଥାଇଥାଏ। ଏହା ହେଲେ ଦାନ୍ତ ସଢ଼ିବା, ଦାନ୍ତରେ ଅତ୍ୟଧିକ ମଇଳା ଜମିବା, ମୁହଁରୁ ଦୁର୍ଗନ୍ଧ ବାହାରିବା, ପାଟିରେ ଖଟାଳିଆ ସ୍ୱାଦ ଆସିବା, ଦାନ୍ତରେ ଯନ୍ତ୍ରଣା ହେବା କିମ୍ବା ମାଢ଼ିରୁ ରକ୍ତ ବାହାରିବା ପ୍ରଭୃତି ଲକ୍ଷଣ ଦେଖାଯାଇଥାଏ।

ଦାନ୍ତ ଓ ମାଢ଼ିକୁ ଭଲ ଭାବରେ ସଫା କରୁନଥିଲେ କିମ୍ବା ଦାନ୍ତକୁ ସଠିକ ଭାବରେ ବ୍ରସ୍‌ କରୁ ନଥିଲେ, ପୁଷ୍ଟିକର ଖାଦ୍ୟ ଖାଉନ ଥିଲେ ପାଇରିଆ ରୋଗ ହୋଇଥାଏ।

ପାଇରିଆ ଲକ୍ଷଣ

ପାଟିରୁ ଦୁର୍ଗନ୍ଧ ବାହାରିବା

ଦାନ୍ତ ବିନ୍ଧା

ମାଢ଼ିରୁ ରକ୍ତ ବାହାରିବା

ଦାନ୍ତ ଲମ୍ବା ଦେଖାଯିବା

ଦାନ୍ତରେ ଛିଦ୍ର ହେବା

ଅଧିକ ପଢ଼ନ୍ତୁ: ଦାନ୍ତର ସଠିକ୍ ଯତ୍ନ, ଦାନ୍ତ ବିନ୍ଧାରୁ ମୁକ୍ତି ଦେଇଥାଏ

ପାଇରିଆ ସମସ୍ୟାର ଉପଚାର

ଯଦି ଦାନ୍ତରେ ମଇଳା ରହିଛି, ଦୁର୍ଘଟଣା ଯୋଗୁଁ ଦାନ୍ତ ଭାଙ୍ଗିଯାଇଛି କିମ୍ବା ଦାନ୍ତ ପୋକ ଖାଇଥିଲେ ଦାନ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଡାକ୍ତର ପ୍ରଥମେ ଦାନ୍ତକୁ ସଫା କରିବେ ଓ ଏହାପରେ ସମସ୍ୟା ଦେଖି ଚିକିତ୍ସା କରିବେ।

ବର୍ଷକୁ ଥରେ ଦାନ୍ତର ପରୀକ୍ଷା କରାଇବା ଜରୁରୀ। କାରଣ ଦାନ୍ତରେ ଏଭଳି କିଛି ମଇଳା ଜମା ହୋଇଯାଏ, ଯାହାକି ଖାଲି ବ୍ରସ୍‌ ଦ୍ୱାରା ବାହାରି ନଥାଏ। ଏଥିପାଇଁ ଡାକ୍ତରମାନେ ଡେଣ୍ଟାଲ ଫ୍ଲସ୍‌ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥା’ନ୍ତି।

ପାଇରିଆର ନିରାକରଣ

ପ୍ରତିଥର ଖାଇସାରିବା ପରେ ଦାନ୍ତ ସନ୍ଦିରେ ଲାଗିଥିବା ଖାଦ୍ୟ ଅଂଶକୁ ଭଲଭାବରେ ବ୍ରସ ଦ୍ଵାରା ସଫା କରିଦିଅନ୍ତୁ। ଦାନ୍ତ ମୂଳରେ ସୃଷ୍ଟି ହେଉଥିବା ବହଳିଆ ହଳଦିଆ ଆସ୍ତରଣ ଛଡ଼ାନ୍ତୁ। ପାଣିରେ ଲୁଣ ମିଶାଇ ତାହାକୁ ଗରମ କରି ସେହି ଲୁଣ ପାଣିରେ କୁଳି କରନ୍ତୁ।

ଭିଟାମିନ୍ ଯୁକ୍ତ ଖାଦ୍ୟ ଯଥା ଅଣ୍ଡା, ମାଂସ, ବିନ୍, ସବୁଜ ସତେଜ ପରିବା, କମଳା ଲେମ୍ବୁ ଓ ଟମାଟୋ ଆଦି ଖାଆନ୍ତୁ। ମିଠାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

tooth brush use

ଦାନ୍ତକୁ ସଠିକ ଭାବରେ ବ୍ରସ୍‌ କିଭଳି କରିବେ?

ଦାନ୍ତକୁ ବସ୍‌ କରିବା ପାଇଁ ସବୁବେଳେ ଭଲ ଓ କୋମଳ ବ୍ରସ୍‌ ବ୍ୟବହାର କରନ୍ତୁ। ଟାଣ ବ୍ରସ୍‌ରେ ଦାନ୍ତ ଘଷନ୍ତୁ ନାହିଁ, ଏହାଦ୍ୱାରା ଦାନ୍ତ ମାଢ଼ି ଖାଇଯାଏ।

ଦାନ୍ତକୁ ବେଶି ସମୟ ଘଷନ୍ତୁ ନାହିଁ।

ଦାନ୍ତ ଘଷିବା ପାଇଁ ଫ୍ଲୋରାଇଡ୍‌ଯୁକ୍ତ ପେଷ୍ଟ ବ୍ୟବହାର କରିବା ଜରୁରୀ।

ଦାନ୍ତ ବ୍ରସ୍‌ କରିବା ବେଳେ ବ୍ରସ୍‌କୁ ଦାନ୍ତ ମାଢ଼ି ସହ ୪୫ ଡିଗ୍ରୀ କୋଣରେ ରଖି ଘଷିବା ଦରକାର।

ଦାନ୍ତର ଭିତର ପଟକୁ ବ୍ରସ୍‌ ସାହାଯ୍ୟରେ ୪୫ ଡିଗ୍ରୀ କୋଣ କରି ଘଷନ୍ତୁ।

ଦିନକୁ ଦୁଇଥର ଦାନ୍ତ ବ୍ରସ୍‌ କରନ୍ତୁ। ସକାଳୁ ଉଠିବା ବେଳେ ଥରେ ଓ ରାତିରେ ଖାଇସାରିବା ପରେ ଦାନ୍ତ ସଫା କରନ୍ତୁ।

ଦାନ୍ତକୁ ବାରମ୍ବାର ପାଣିରେ କୁଳକୁଜା କରନ୍ତୁ।

ପାଇରିଆର ଘରୋଇ ଉପଚାର

ଲୁଣ: ପାଇରିଆ ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ଲୁଣ ଖୁବ୍ ଉପାଦେୟ ସାବ୍ୟସ୍ତ ହୋଇଥାଏ। ଏକ ଗ୍ଲାସ୍ ହାଲ୍‌କା ଉଷୁମ ପାଣିରେ ୨ ଚାମଚ ଲୁଣ ପକାଇ ସେହି ମିଶ୍ରଣରେ ଦିନକୁ ୨-୩ ଥର କୁଳି କରନ୍ତୁ। ଲୁଣରେ ଥିବା ଗୁଣ ଯୋଗୁଁ ଦାନ୍ତରେ ଯନ୍ତ୍ରଣା, ଦାନ୍ତମୂଳ ଫୁଲିବା, ରକ୍ତ ବାହାରିବା ଭଳି ସମସ୍ୟା ଦୂର ହୁଏ।

ହଳଦୀ: ହଳଦୀ ଆମର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପାଦେୟ। ଏହାଯୋଗୁ ମାଢ଼ି ଓ ଦାନ୍ତରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ସେହିପରି ଦାନ୍ତ ଯନ୍ତ୍ରଣା ଓ ସେଥିରୁ ରକ୍ତ ବାହାରିବା ବି କମେ। ତେଣୁ ପାଇରିଆ ହୋଇଥିଲେ ହଳଦୀକୁ ଆପଣ ଦନ୍ତମଞ୍ଜନ ଭଳି ବ୍ୟବହାର କରିପାରିବେ।

ନିମ୍ବ: ନିମ୍ବପତ୍ର ପାଇରିଆକୁ ନଷ୍ଟ କରିବା ଲାଗି ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ନିମ୍ବ ପତ୍ରର ରସକୁ ବାହାର କରି ତାକୁ ପ୍ରତିଦିନ ଦାନ୍ତରେ ଘଷନ୍ତୁ। ଏହାଦ୍ୱାରା ଦାନ୍ତ ଫୁଲା କମିବା ସହିତ ପାଟିର ଦୁର୍ଗନ୍ଧ, ଯନ୍ତ୍ରଣା ଦୂର ହେବ।

ଅଧିକ ପଢ଼ନ୍ତୁ: ଦାନ୍ତ ମାଢ଼ିରୁ ରକ୍ତ ବାହାରୁଛି କି? ଜାଣନ୍ତୁ ଏହାର ଚିକିତ୍ସା