ବିଭିନ୍ନ କାରଣ ଯୋଗୁଁ ଦାନ୍ତରେ ଅନେକ ସମସ୍ୟା ଦେଖାଦେଇଥାଏ। ଦାନ୍ତକୁ ସୁସ୍ଥ ରଖିବା ପାଇଁ ଏହାର ଯତ୍ନ ନେବା ଉଚିତ।

ଅଧିକ ପଢ଼ନ୍ତୁ: ସୁସ୍ଥ ଦାନ୍ତ ପାଇଁ ଆପଣାନ୍ତୁ ଏହି ଟିପ୍ସ

ପାଟି ଗନ୍ଧ

ଦାନ୍ତ ମୂଳରେ ଖାଦ୍ୟ ଜମି ରହି ରହି ଏହି ଦୁର୍ଗନ୍ଧ ବାହାରି ଥାଏ। ଦାନ୍ତ ମୂଳରେ ବ୍ୟାକ୍ଟେରିଆ ସଂକ୍ରମଣ କରିଥିଲେ କଥା କହିବା ସମୟରେ ଦୁର୍ଗନ୍ଧ ବାହାରିଥାଏ। ଅନେକ ସମୟରେ କ୍ୟାଭିଟି ଯୋଗୁଁ ମଧ୍ୟ ପାଟି ଗନ୍ଧ କରିଥାଏ।

କ୍ୟାଭିଟି

ବିଶେଷ କରି ଛୋଟ ଛୁଆଙ୍କ ନିକଟରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ଅଧିକ ମିଠା ଜାତୀୟ ଖାଦ୍ୟ ଏବଂ ଚକୋଲେଟ ଯୋଗୁଁ କ୍ୟାଭିଟି ହୋଇଥାଏ।ଦାନ୍ତରେ ଲାଗିଥିବା ଚକୋଲେଟ ଯୋଗୁଁ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥାଏ। ଯାହାକି କ୍ୟାଭିଟିର କାରଣ ହୋଇଥାଏ। ସବୁ ବୟସର ଲୋକଙ୍କୁ ମଧ୍ୟ କ୍ୟାଭିଟି ହୋଇପାରିବ।

teeth pain

ଅଧିକ ପଢ଼ନ୍ତୁ: ପାଟିରୁ ଦୁର୍ଗନ୍ଧ ବାହାରୁଛି କି? ଆପଣାନ୍ତୁ ଏହି ଟିପ୍ସ

ଟିଥ ଗମ

ଏହାକୁ ପେରିଓଡେଣ୍ଟଲ ଡିଜିଜ ବୋଲି କୁହାଯାଇଥାଏ। ଦାନ୍ତ ଚାରିପଟେ ଏକ ଆସ୍ତରଣ ପଡ଼ିଯାଇଥାଏ। ତାହାକୁ ଗମ କୁହାଯାଏ। ଏହା ୩୦ ବର୍ଷର ଲୋକଙ୍କଠାରେ ଅଧିକ ଦେଖାଯିବାର ଆଶଙ୍କା ରହିଛି। ଧୂମ୍ରପାନ କରିବା ଦ୍ବାରା ଏହି ଦାନ୍ତ ସମସ୍ୟା ହୋଇଥାଏ। ଦାନ୍ତ ଫୁଲିବା, ଯନ୍ତ୍ରଣା ହେବା ଏବଂ ଚୋବାଇରେ କଷ୍ଟ ହେବା ଭଳି ସମସ୍ୟା ହୋଇଥାଏ।

ମୁଖ ଗହ୍ୱର କର୍କଟ

ଅନ୍ୟ କର୍କଟ ଭଳି ମୁଖ ଗହ୍ୱର କର୍କଟ ମଧ୍ୟ ଗୁରୁତର ସମସ୍ୟା। ଅଧିକ ତମାଖୁ, ସିଗାରେଟ ସେବନ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ୪୦ ବର୍ଷର ଲୋକଙ୍କ ନିକଟରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ଏଚପିଭି ଭାଇରସ ଦ୍ୱାରା ମଧ୍ୟ ଏହି କର୍କଟ ରୋଗ ହୋଇଥାଏ।

baby brushing teeth

ଅଧିକ ପଢ଼ନ୍ତୁ: ଦାନ୍ତର ସଠିକ୍ ଯତ୍ନ, ଦାନ୍ତ ବିନ୍ଧାରୁ ମୁକ୍ତି ଦେଇଥାଏ

ଦାନ୍ତ ନଷ୍ଟ

ଦାନ୍ତର ଏନାମେଲ ଉପରେ ଏସିଡର ପ୍ରଭାଵ ଯୋଗୁଁ ଦାନ୍ତ କ୍ଷୟ ହୋଇଥାଏ। ପାଣି କିମ୍ବା କୌଣସି ଖାଦ୍ୟରେ ଥିବା ଏସିଡ ଅଂଶ ହେତୁ ଦାନ୍ତରେ ଏଭଳି ସମସ୍ୟା ଦେଖାଦେଇଥାଏ।

ଦାନ୍ତର ଏହି ସବୁ ସମସ୍ୟା ମଧ୍ୟରୁ କେତେକ ସାଧାରଣ ଭାବେ ଦେଖାଯାଇଥାଏ। ତେଣୁ ଆପଣ ଦାନ୍ତ ଜନିତ କୌଣସି ଅସୁବିଧା କରୁଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।