ଶାକାହାରୀ ବ୍ୟକ୍ତିମାନେ ଅଧିକ ସୁସ୍ଥ ରହିଥାନ୍ତି ବୋଲି କୁହାଯାଏ। କାରଣ ସେମାନେ ଖାଉଥିବା ଖାଦ୍ୟ ପ୍ରୋଟିନ ଯୁକ୍ତ ଏବଂ ଏହା ଦ୍ଵାରା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

foodନିରାମିଷ ଖାଦ୍ୟରେ ଆମିଷ ଅପେକ୍ଷା କମ ପ୍ରୋଟିନ ରହିଥାଏ ବୋଲି ଅନେକଙ୍କ ମତ ରହିଛି। କିନ୍ତୁ ଏହା ଭୁଲ ଧାରଣା। ନିରାମିଷ ଖାଦ୍ୟରେ ମଧ୍ୟ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ ଯାହାକୁ ଖାଇବା ଫଳରେ ଶରୀରକୁ ଆବଶ୍ୟକୀୟ ଶକ୍ତି ମିଳିଥାଏ। ଜଣେ ନିରାମିଷାଷୀ ବ୍ୟକ୍ତି କେଉଁ ଭଳି ଖାଦ୍ୟ ଖାଇବା ଜରୁରୀ ଆସନ୍ତୁ ଜାଣିବା।

ପାଳଙ୍ଗ ଶାଗ

ଜଣେ ଶାକାହାରୀ ବା ଆମିଷ ଖାଉନଥିବା ବ୍ୟକ୍ତି ସବୁଦିନେ ସବୁଜ ପନିପରିବା ସହ ଫଳମୂଳ ଖାଇବା ଆବଶ୍ୟକ। ବିଶେଷ କରି ପାଳଙ୍ଗ ଶାଗ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏଥିରେ ଥିବା ଭିଟାମିନ, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍ସ, ପ୍ରୋଟିନ, ଆଇରନ ଏବଂ ଫାଇବର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ପାଳଙ୍ଗ ଶାଗ ଖାଇବା ଦ୍ଵାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ ଏବଂ ହାର୍ଟ ଠିକ ଭାବେ କାମ କରିଥାଏ।

ସୋୟାବିନ

ରନ୍ଧା ହୋଇଥିବା ସୋୟାବିନରେ ୨୮ଗ୍ରାମ ପ୍ରୋଟିନ ରହିଛି। ତେଣୁ ନିୟମିତ ଆପଣ ଏହାକୁ ସ୍ନାକ କିମ୍ବା ଲଞ୍ଚରେ ଖାଇପାରିବେ।

brokoli foodବ୍ରୋକଲି

ବ୍ରୋକଲିକୁ ଆପଣ କଞ୍ଚା ସାଲାଡ କିମ୍ବା ରାନ୍ଧି କରି ଖାଇପାରିବେ। ଏହା ଗର୍ଭବତୀ ଏବଂ ବୟସ୍କମାନଙ୍କ ପାଇଁ ବେଶ ଉପାଦେୟ। ବ୍ରୋକଲିରେ ପ୍ରଚୁର ମାତ୍ରାରେ କାର୍ବୋହାଇଡ୍ରେଟ୍ସ, ପ୍ରୋଟିନ, ଭିଟାମିନ ଏ, ଆଇରନ ଏବଂ କ୍ୟାଲସିୟମ ରହିଛି। ଯାହାକୁ ଖାଇବା ଫଳରେ ରକ୍ତ ସଫା ହୋଇଥାଏ। ନିୟମିତ ଏହାକୁ ଖାଇବା ଫଳରେ ହାର୍ଟ ଜନିତ ସମସ୍ୟା ଦୂର ହୋଇଥାଏ।

କଖାରୁ ମଞ୍ଜି

କଖାରୁ ମଞ୍ଜିରେ ଫସଫରସ ଏବଂ ଜିଙ୍କ ଭରପୁର ହୋଇ ରହିଥାଏ, ଯାହାକୁ ଖାଇବା ଫଳରେ ବ୍ୟକ୍ତିକୁ ଶକ୍ତି ମିଳିଥାଏ।

ବିଭିନ୍ନ ଡାଲି

ଏକ କପ ଡାଲିରେ ୩୦ଗ୍ରାମ ପ୍ରୋଟିନ ରହିଛି। ଏଥିରେ ଥିବା ଫଇବର ଏବଂ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ସ ହାଡ଼ ମଜଭୁତ କରିଥାଏ।

foodଛତୁ

ଛତୁରେ ଥିବା ପ୍ରୋଟିନ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ତେଣୁ ଶାକାହାରୀ ବ୍ୟକ୍ତି ସବୁ ସମୟରେ ଖାଦ୍ୟରେ ଛତୁ ଖାଇବା ଆବଶ୍ୟକ।

ଆଲମଣ୍ଡ

ଆଲମଣ୍ଡରେ ଅଧିକ ମାତ୍ରାରେ ଭିଟାମିନ ଥିବା ହେତୁ ଶାକାହାରୀ ବ୍ୟକ୍ତି ଏହାକୁ ନିୟମିତ ସକାଳେ ବ୍ରେକଫାଷ୍ଟରେ ଖାଇବା ଉଚିତ।

ଏହା ବ୍ୟତୀତ ଗ୍ରୀନ ମଟର, ଛେନା, ମକା, ବୁଟ ଏବଂ ଶିମ୍ବ ଭଳି ବିଭିନ୍ନ ପ୍ରୋଟିନ ଜାତୀୟ ଖାଦ୍ୟ ଜଣେ ଶାକାହାରୀ ବ୍ୟକ୍ତିକୁ ସୁସ୍ଥ ଏବଂ ନିରୋଗ ରଖିପାରିବ।

ନିରାମିଷ ଖାଦ୍ୟ ଖାଇବାର ଫାଇଦା

ନିରାମିଷ ଖାଦ୍ୟ ଖାଉଥିବା ବ୍ୟକ୍ତିମାନଙ୍କ ନିକଟରେ ହୃଦଘାତ ହେବାର ଆଶଙ୍କା କମ ଥାଏ।

healthy foodନିରାମିଷ ଖାଦ୍ୟ ଯୋଗୁଁ ସେମାନଙ୍କ ମୁଡ୍ ସବୁ ସମୟରେ ଠିକ ରହିଥାଏ।

ଆମିଷ ଖାଇବା ଯୋଗୁଁ ସିରୋସିସ ନାମକ ଚର୍ମ ରୋଗ ହୋଇଥାଏ। ମାତ୍ର ନିରାମିଷ ଖାଦ୍ୟ ଖାଉଥିବା ବ୍ୟକ୍ତଙ୍କ ନିକଟରେ କୌଣସି ଚର୍ମ ରୋଗ ଦେଖିବାକୁ ମିଳିନଥାଏ।

ଆମିଷ ଖାଦ୍ୟ ଯୋଗୁଁ ଶରୀରର ଅନାବଶ୍ୟକ ଚର୍ବି ଜମି ରହି ମେଦବହୁଳତା ସମସ୍ୟା ଦେଖା ଦେଇଥାଏ। କିନ୍ତୁ ନିରାମିଷ ଖାଦ୍ୟ ଖାଇବା ଫଳରେ ମେଦବହୁଳତା ହେବାର ଡର ନଥାଏ।