ମୋବାଇଲ ଫୋନର ଅଧିକ ବ୍ୟବହାର ମସ୍ତିଷ୍କ ସହ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଉପରେ ଖରାପ ପ୍ରଭାବ ପକାଏ। ମୋବାଇଲ ଫୋନର କୁପ୍ରଭାଵ ବିଷୟରେ ଆସନ୍ତୁ ଜାଣିବା।

ମୋବାଇଲ ବିନା ବର୍ତ୍ତମାନ ଜୀବନ ସମ୍ଭବ ନୁହେଁ ବୋଲି ଅନେକ ଚିନ୍ତା କରନ୍ତି। କିନ୍ତୁ ଏହାର ବ୍ୟବହାର ଉଭୟ ଶାରୀରିକ ଏବଂ ମାନସିକ ଭାବେ କ୍ଷତି ପହଞ୍ଚାଇଥାଏ।

ସେଲ ଫୋନ ଏବଂ ସ୍ମାର୍ଟ ଫୋନ ଆମ ଜୀବନକୁ ଅଧିକ ସହଜ କରିଛି। ତଥାପି ମୋବାଇଲର ଅତ୍ୟଧିକ ବ୍ୟବହାର ଫଳରେ ଆପଣଙ୍କ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

ମସ୍ତିଷ୍କ ଉପରେ ମୋବାଇଲ ଫୋନର କ୍ଷତିକାରକ ପ୍ରଭାବ (The effect of mobile phones on the brain in odia)

ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ମସ୍ତିଷ୍କର କ୍ଷତି ଘଟାଇଥାଏ।

ସେଲ ଫୋନ ବିକିରଣକୁ ମଣିଷମାନଙ୍କ ପାଇଁ କର୍କିନୋଜେନ ଭାବେ ଗଣତି କରାଯାଏ।

ମୋବାଇଲ ଫୋନରୁ ଆସୁଥିବା ବିକିରଣ ଦ୍ୱାରା ମସ୍ତିଷ୍କ ଟିସୁ ନଷ୍ଟ ହେବାର ସମ୍ଭାବନା ରହିଛି।

ଶିଶୁର ମୁଣ୍ଡର ଅସ୍ଥି ବୟସ୍କଙ୍କ ତୁଳନାରେ 10 ଗୁଣ ଅଧିକ ବିକିରଣ ଗ୍ରହଣ କରିଥାଏ। ତେଣୁ ଛୋଟ ବୟସରୁ ମୋବାଇଲ ବ୍ୟବହାର କରିବା ଫଳରେ ଶିଶୁଟି ମାନ୍ଦା ହୋଇଯିବା ସହ ଚୁପଚାପ ରହିବାକୁ ପସନ୍ଦ କରିଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସେଲ ଫୋନରୁ ଆସୁଥିବା ବିକିରଣକୁ ମାନବ କର୍କିନୋଜେନ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ମୋବାଇଲ ଫୋନର ଦୀର୍ଘକାଳୀନ ବ୍ୟବହାରରୁ ମସ୍ତିଷ୍କ କର୍କଟ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ

ସେଲ ଫୋନ ବ୍ୟବହାର ଯୋଗୁଁ ଟ୍ୟୁମର ମଧ୍ୟ ହୋଇପାରେ। ପ୍ରତିଦିନ ୩ରୁ ୪ ଘଣ୍ଟା ମୋବାଇଲ ବ୍ୟବହାର ଫଳରେ ଟ୍ୟୁମର ହେବାର ଆଶଙ୍କା ରହିଛି।

ପିଲାମାନେ ଅଧିକ ସମୟ ଧରି କ୍ୟାଣ୍ଡି କ୍ରସ ଏବଂ ଅନ୍ୟାନ୍ୟ ଆକ୍ରମଣତ୍ମକ ଖେଳ ଖେଳିବା ଦ୍ୱାରା ସେମାନଙ୍କ ମସ୍ତିଷ୍କରେ ଖରାପ ଚିନ୍ତାଧାରା ସୃଷ୍ଟି ହୁଏ। ଫଳରେ ସେମାନେ କାଳ୍ପନିକ ଘଟଣା ବା ଚିତ୍ରକୁ ବାସ୍ତବିକ ଭାବେ କରିବାକୁ ପସନ୍ଦ କରିଥାଆନ୍ତି। ଯାହା ଦ୍ୱାରା ପିଲାମାନେ ନିଜକୁ ଅଜାଣତରେ କ୍ଷତି ପହଞ୍ଚାଇ ଥାଆନ୍ତି।

ସେଲ ଫୋନ୍ ଆମର ମସ୍ତିଷ୍କ କାର୍ଯ୍ୟକଳାପକୁ ଧୀର କରିଦେଇଥାଏ। ଏଥିରେ ଥିବା ବିଦ୍ୟୁତ୍-ଚୁମ୍ବକୀୟ ବିକିରଣ ଆମ ମସ୍ତିଷ୍କକୁ ପ୍ରଭାବିତ କରିପାରେ।

ଶରୀର ଉପରେ ମୋବାଇଲର ପ୍ରଭାବ (The effects of mobile phones on the body in odia)

ସାଧାରଣତଃ ବେକ ତଳକୁ କରି ସମସ୍ତେ ମୋବାଇଲ ବ୍ୟବହାର କରିଥାନ୍ତି। ଯାହା ଫଳରେ ସବୁ ସମୟରେ ବେକ ତଳକୁ ରହିବା ଯୋଗୁଁ ଉଭୟ ବେକ ଏବଂ ମେରୁଦଣ୍ଡରେ ସମସ୍ୟା ଦେଖାଦିଏ।

ମୋବାଇଲ ଫୋନ ବ୍ୟବହାରରେ ହାତ ଆଙ୍ଗୁଠିର ଭୂମିକା ରହିଛି। ହାତ ଆଙ୍ଗୁଠିର ଅଧିକ ବ୍ୟବହାର ଦ୍ୱାରା ଆଙ୍ଗୁଠିରେ କଷ୍ଟ ଅନୁଭବ ହୋଇଥାଏ।

ମୋବାଇଲରୁ ଆସୁଥିବା ନୀଳ ରଶ୍ମୀ ଆଖି ସଂସ୍ପର୍ଶରେ ଆସିବା ଫଳରେ ଆଖି ସମସ୍ୟା ସୃଷ୍ଟି ହୋଇଥାଏ। ଅନେକ କ୍ଷେତ୍ରରେ ଆଖିରେ କ୍ୟାନ୍ସର ହେବାର ଆଶଙ୍କା ମଧ୍ୟ ଥାଏ।