ଗର୍ଭବତୀ ମହିଳାଙ୍କ ପାଇଁ ସ୍ମାର୍ଟଫୋନ ଘାତକ ସାବ୍ୟସ୍ତ ହୋଇପାରେ। ଏଭଳି କି ଗର୍ଭପାତର ଆଶଙ୍କା ମଧ୍ୟ ଉପୁଜିବାର ଆଶଙ୍କା ରହିଛି।

mobile phone during pregnancy

ଅଧିକ ପଢ଼ନ୍ତୁ: ମସ୍ତିଷ୍କ ଏବଂ ଶରୀରକୁ କ୍ଷତି ପହଞ୍ଚାଏ ମୋବାଇଲ

ଆଜିକାଲି ସମୟରେ ମୋବାଇଲ ପ୍ରତ୍ୟେକ ମଣିଷର ସବୁଠାରୁ ଜରୁରୀ ଉପକରଣ ହୋଇଗଲାଣି। ମୋବାଇଲ ବିନା କିଛି କ୍ଷଣ ବି ଯେମିତି ବଞ୍ଚିବା ଅସମ୍ଭବ। ଗର୍ଭାବସ୍ଥା ସମୟରେ ମୋବାଇଲ ବ୍ୟବହାର ଅଧିକ ନ କରିବା ସ୍ୱାସ୍ଥ୍ୟ ପକ୍ଷେ ଭଲ। ଗର୍ଭବତୀ ମହିଳା ଅଧିକ ସମୟ ମୋବାଇଲ ବ୍ୟବହାର ନ କରିବା ଉଭୟ ମା’ ଓ ଶିଶୁ ପାଇଁ ଲାଭଦାୟକ। କମ ବ୍ୟାଟେରୀ ଥିବା ମୋବାଇଲ ବ୍ୟବହାର ଦ୍ୱାରା ମୋବାଇଲରୁ ବାହାରୁଥିବା ତରଙ୍ଗ ମା ଓ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ।

ସ୍ମାର୍ଟଫୋନ, ଲ୍ୟାପଟପ, ବ୍ଲୁଟୁଥ ଆଦି ସୂଚନା ପ୍ରଯୁକ୍ତି ଉତ୍ପାଦରୁ ବିକିରଣ ହେଉଥିବା ତରଙ୍ଗ ଗର୍ଭ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ସ୍ମାର୍ଟଫୋନର ବହୁଳ ବ୍ୟବହାର ଯୋଗୁଁ ଗର୍ଭପାତ ସମସ୍ୟା ବଢ଼ୁଛି ବୋଲି ଜଣାପଡ଼ିଛି। ମୋବାଇଲରୁ ଆସୁଥିବା ନୀଳ ଆଲୋକ ଜନ୍ମ ହେବାକୁ ଥିବା ଶିଶୁ ଉପରେ କୁପ୍ରଭାଵ ପକାଇଥାଏ। ଫଳରେ ଶାରୀରିକ ଅକ୍ଷମ କିମ୍ବା ବିକଳାଙ୍ଗ ଶିଶୁ ଜନ୍ମ ହେବାର ଆଶଙ୍କା ଥାଏ।

ଅଧିକ ସମୟ ଫୋନ ସହ ଜଡ଼ିତ ରହୁଥିବା ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଭୃଣ ଉପରେ ନନ୍‌-ଆୟୋନାଇଜିଂ ବିକିରଣର ପ୍ରଭାବ ପଡ଼ିଥାଏ।

ଦିନରେ ୩ରୁ ୪ ଘଣ୍ଟା ସୂଚନା ପ୍ରଯୁକ୍ତି ଉତ୍ପାଦ ସହିତ ଜଡ଼ିତ ରହୁଥିବା ଗର୍ଭବତୀ ମା’ ମାନଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଥାଏ।

ଗର୍ଭାବସ୍ଥା ମୋବାଇଲ ଫୋନ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ। କାରଣ ଏହାର ସମ୍ପୂର୍ଣ୍ଣ ପ୍ରଭାବ ଜନ୍ମିତ ପିଲା ଉପରେ ପଡ଼ିଥାଏ। ଜନ୍ମ ହେବା ପରେ ସେହି ଶିଶୁ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇଥାନ୍ତି।

mobile phone during pregnancy

ଅଧିକ ପଢ଼ନ୍ତୁ: ମୋବାଇଲ୍‌ ଫୋନ୍‌ର ରେଡ଼ିଏସନ୍ କାରଣରୁ ହୋଇପାରେ କ୍ୟାନସର୍

ଯଦି କୌଣସି ଗର୍ଭବତୀ ମହିଳା ଦିନକୁ ୨ କିମ୍ବା ୩ ଥର ମୋବାଇଲ ଫୋନ ବ୍ୟବହାର କରିଥାନ୍ତି ତେବେ ଏଥିରେ ଶିଶୁର କ୍ଷତି ହୋଇଥାଏ। ଏହା ଦ୍ଵାରା ଶିଶୁର ଚାଲିଚଳନି, ବ୍ୟବହାର, ସମ୍ପର୍କ ଓ ଭାବନା ଉପରେ ବିଶେଷ ପ୍ରଭାବ ପଡ଼ିଥାଏ।

ଗର୍ଭାବସ୍ଥାରେ ଏଭଳି ସ୍ଥିତିଠାରୁ ଦୂରେଇ ରହିବା ଉଚିତ। ଅଧିକ ସମୟଧରି ସ୍ମାର୍ଟଫୋନ ବ୍ୟବହାର କରୁଥିବା ମହିଳାମାନଙ୍କର ଯଦି ବା ଗର୍ଭପାତ ନ ହୁଏ ତେବେ ପରବର୍ତ୍ତୀ ସମୟରେ ଜନ୍ମ ଲାଭ କରୁଥିବା ଶିଶୁଠାରେ ମାନସିକ ବିକୃତି ଦେଖାଯିବାର ଆଶଙ୍କା ରହିଥାଏ।

ଯଦି କୌଣସି ଗର୍ଭବତୀ ମହିଳା ଅନେକ ସମୟ ଧରି ଲ୍ୟାପଟପ କିମ୍ବା ମୋବାଇଲ ବ୍ୟବହାର କରନ୍ତି ତେବେ ତାଙ୍କୁ ସ୍ତନ କର୍କଟ ହେବାର ଭୟ ରହିଥାଏ।

ଅଧିକ ପଢ଼ନ୍ତୁ: ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି କି? ସାବଧାନ!