କାହିଁକି ହୋଇଥାଏ ମୋତିଆବିନ୍ଦୁ? ଏନେଇ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। (CATARACTS – CAUSES, SYMPOTOMS & TREATMENT)

ମୋତିଆବିନ୍ଦୁ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ ଆଖିରେ ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଛୋଟ ଛୁଆମାନେ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି। ମୋତିଆବିନ୍ଦୁରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଆଖିକୁ ଠିକ ଭାବେ ଦେଖାଯାଏନାହିଁ। ପୂର୍ବରୁ ସଷ୍ଟ ଭାବେ ଦେଖାଯାଉଥିବା ଜିନିଷ ଧୀରେଧୀରେ ଝାପସା ହୋଇଯାଏ। ମୋତିଆବିନ୍ଦୁ ହେବା ଫଳରେ ଆଖିର କଳା ଅଂଶ ଧଳା ହୋଇଯାଏ। ଯେଉଁ ବ୍ୟକ୍ତିମାନେ ଚାଳିଶିଆ ଚଷମା ପିନ୍ଧିଥାଆନ୍ତି ସେମାନେ କିଛି ଦିନ ପରେ ସବୁକିଛି ସ୍ପଷ୍ଟ ଦେଖିପାରନ୍ତି। ଏମିତି ହେବା ଫଳରେ ଆଖି ଭଲ ହୋଇଯାଇଛି ଭାବିବା ଭୁଲ କଥା। ୪୦ ବର୍ଷ ପରେ ଏପରି ହେବା ମୋତିଆ ବିନ୍ଦୁର ଲକ୍ଷଣ।

ମୋତିଆବିନ୍ଦୁର କାରଣ  (Causes of cataracts in Odia)

ମୋତିଆବିନ୍ଦୁ ବଂଶାନୁକ୍ରମିକ ଭାବେ ଦେଖାଯାଇଥାଏ। ଯଦି ପିଲାର ମା’କୁ ମୋତିଆବିନ୍ଦୁ ହୋଇଥାଏ ତେବେ ଏହି ରୋଗ ତାଙ୍କ ଛୁଆକୁ ମଧ୍ୟ ହୋଇପାରେ। ସେହିପରି ଟକ୍ସୋପ୍ଲାଜମା ଏବଂ ରୁବେଲା ଭଳି ରୋଗରେ ଛୁଆଙ୍କୁ ମୋତିଆବିନ୍ଦୁ ହେବାର ସମ୍ଭାବନା ରହିଥାଏ। ଆଖିରେ ମାଡ଼ ବାଜିବା ଦ୍ୱାରା ମଧ୍ୟ ମୋତିଆବିନ୍ଦୁ ହୋଇଥାଏ, ଯାହାକୁ ଡାକ୍ତରଙ୍କ ଭାଷାରେ ଟ୍ରୋମାଟିକ ମୋତିଆବିନ୍ଦୁ ବୋଲି କୁହାଯାଇଥାଏ। ଏହାଛଡ଼ା କେତେକ ସ୍ଥାନରେ ଛୋଟ ପିଲାଙ୍କୁ କନଞ୍ଜେନସିଆଲ ମୋତିଆ ବିନ୍ଦୁ ହେବା ଦେଖାଯାଇଥାଏ।

ଅଧିକ ପଢ଼ନ୍ତୁ: ଦୃଷ୍ଟିଶକ୍ତି କମିଲେ କେମିତି ଜାଣିବେ?

ମୋତିଆବିନ୍ଦୁର ଚିକିତ୍ସା (Treatment of cataracts in Odia)

ମୋତିଆବିନ୍ଦୁ କୌଣସି ଯନ୍ତ୍ରଣାଦାୟକ ରୋଗ ନୁହେଁ। ଏଥିରେ ଆଖିକୁ କୌଣସି କଷ୍ଟ ହୋଇନଥାଏ। ଯଦି ମୋତିଆ ବିନ୍ଦୁରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଆଖିରେ ମାଡ଼ ବାଜିବାଥାଏ ତେବେ ଆଖି ଯନ୍ତ୍ରଣା ହୋଇଥାଏ। ସବୁ ବୟସର ଲୋକଙ୍କ ପାଇଁ ମୋତିଆ ବିନ୍ଦୁ ଚିକିତ୍ସା ସମାନ ହୁଏ। ଏହି ଚିକିତ୍ସାରେ କମ୍ପୁଟର ବ୍ୟବହାର କରାଯାଇ ଚିକିତ୍ସା କରାଯାଏ। କମ୍ପୁଟରରେ ଆଖି ଅସ୍ତ୍ରୋପଚାର କରାଇବା ସମ୍ପୂର୍ଣ୍ଣ ନିରାପଦ ଏବଂ ଦୀର୍ଘସ୍ଥାୟୀ।

ମୋତିଆ ବିନ୍ଦୁ ୨ ପ୍ରକାର। ସାଧାରଣ ଭାବେ ଆଖିର ମୋତିଆ ବିନ୍ଦୁ ଅପରେସନ କରାଯାଇ ଲେନ୍ସକୁ ବାହାର କରାଯାଇଥାଏ। ଦ୍ଵିତୀୟରେ ମେସିନ ସାହାଯ୍ୟରେ ମୋତିଆ ବିନ୍ଦୁ ଚିକିତ୍ସା କରାଯାଏ। ମେସିନ ସାହାଯ୍ୟ ଅଖିରେ ଥିବା ଲେନ୍ସକୁ ୨.୨ ମିଲିମିଟର କଢ଼ାଯାଇ ଅପରେସନ କରାଯାଏ। ପୂର୍ବରୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ କିଛି ଡାକ୍ତରୀ ନିୟମ ମାନିବାକୁ ପଡ଼ୁଥିଲା। ମାତ୍ର ବର୍ତ୍ତମାନ ଏନେଇ ଅଧିକ ନିୟମ ନାହିଁ। ମୋତିଆ ବିନ୍ଦୁ ହେଲେ ୬ ସପ୍ତାହ ଗୋଟେ ସାଇଟ ହୋଇ ଶୋଇପାରୁନଥିଲେ। ମାତ୍ର ଏବେ ସେସବୁର କିଛି ଆବଶ୍ୟକତା ପଡ଼ୁନାହିଁ। ବର୍ତ୍ତମାନ ଅପରେସନ ପରେ ଏକଘଣ୍ଟା ବ୍ୟବଧାନ ପରେ ଆପଣ କାମ କରିପାରିବେ।

ଅପରେସନ ପରେ ସର୍ତକତା (Precaution of cataracts after surgery in Odia)

 ଆଖିରେ କିଛି ଦିନ ପାଣି ଲଗାଇବାକୁ ଦିଅନ୍ତୁ ନାହିଁ।

ରାତିରେ ଶୋଇବା ସମୟରେ ଆଖିରେ କିଛି ଘୋଡ଼େଇ ଶୁଅନ୍ତୁ।

କଳା ଚଷମା ବ୍ୟବହାର କରନ୍ତୁ।

(ସ୍ୱାସ୍ଥ୍ୟ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ପ୍ଲାଟଫର୍ମସ୍ୱାସ୍ଥ୍ୟ ପ୍ଲସ୍ସହିତ ଡାକ୍ତର ଶ୍ରୀକାନ୍ତ କୁମାର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on causes and treatment of cataracts, in Odia language, is based on an extensive interview with Ophthalmologist Dr Srikant Kumar Sahoo.