ମଧୁମେହ ରୋଗୀମାନେ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା କେଉଁ ସବୁ ଖାଦ୍ୟ ଖାଇବା ଉଚିତ ନୁହେଁ ଜାଣନ୍ତୁ।

diabetes

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଶ୍ଵାସ ରୋଗୀଙ୍କ ପାଇଁ ସୁପର ଫୁଡ୍

ମଧୁମେହ ଆଜିକାଲି ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି। ତେବେ ଅନେକ ଲୋକ ଏହି ରୋଗରେ ପୀଡ଼ିତ ହେଉଛନ୍ତି କିନ୍ତୁ ଏହି ରୋଗରୁ ମୁକ୍ତି ହେବା ଏତେଟା ସହଜ ନୁହେଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ କହିବୁ ଯାହା କରିଲେ ଆପଣ ସବୁଦିନ ପାଇଁ ଏହି ରୋଗରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ଗୁଡ଼ିକ କଣ?

ଆପଣ ଜାଣିଥିବେ ଆପଣ ନିଜର ଦୈନନ୍ଦିନ ଜୀବନରେ ଯେଉଁ ସବୁ ରୋଷେଇ ସାମଗ୍ରୀ ବ୍ୟବହାର କରୁଛନ୍ତି। ତେବେ ସେଥି ମଧ୍ୟରୁ କିଛି ସାମଗ୍ରୀ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ କିଛି ଆମ ଦେହ ପାଇଁ କ୍ଷତିକାରକ ହୋଇଥାଏ।

ଅଧିକ ଚିନି ବିଭିନ୍ନ ରୋଗର ମୂଳ କାରଣ ହୋଇଥାଏ। ତେଣୁ ଚିନିକୁ ଛାଡ଼ି ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ। ଆପଣ ଯଦି ମିଠା ଖାଇବାକୁ ଭଲ ପାଉଛନ୍ତି ତେବେ ଆଜିଠୁ ଚିନି ଖାଇବା ବନ୍ଦ କରନ୍ତୁ।

1 Kg Refined Oil, रिफाइंड तेल - Shiv Shakti Enterprises, Faridabad | ID:  20198430533

ଅଧିକ ପଢ଼ନ୍ତୁ: ଘରୋଇ ଉପାୟରେ ଡାଇବେଟିସକୁ କରନ୍ତୁ ନିୟନ୍ତ୍ରଣ

ମଧୁମେହ ରୋଗୀମାନେ ରିଫାଇନ ତେଲ ବ୍ୟବହାର କରନ୍ତୁ ନାହିଁ।ରିଫାଇନ ତେଲ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ହୋଇଥାଏ। ତେବେ ଏସବୁକୁ ପରିତ୍ୟାଗ କରି ଆପଣ ସୋରିଷ ତେଲ, ରାଶି ତେଲ, ରାଇ ତେଲ, ବାଦାମ ତେଲ ଆଦି ବ୍ୟବହାର କରିପାରିବେ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକର।

ଆୟୋଡିନ ଲୁଣ। ଏହାକୁ କେବେ ବି ପ୍ରାକୃତିକ ଲୁଣ ବୋଲି କୁହାଯାଇପାରିବ ନାହିଁ। ଆୟୋଡିନ ବିଜ୍ଞାନାଗାରରେ ତିଆରି ହୋଇଥାଏ। ଆୟୋଡିନ ଲୁଣ ପରିତ୍ୟାଗ କରି ଆପଣ କଳା ଲୁଣ, ବଡ଼ ଏବଂ ଗୋଟା ଲୁଣ ବ୍ୟବହାର କରିପାରିବେ। ଏହା ହିଁ ହେଉଛି ଶୁଦ୍ଧ ଲୁଣ। ମଧୁମେହ ରୋଗୀମାନେ ଆୟୋଡିନ ଲୁଣ ଖାଇବା ଉଚିତ ନୁହେଁ।

ଏହା ବ୍ଯତୀତ ପ୍ରେସର କୁକରରେ ରନ୍ଧା ହୋଇଥିବା ଖାଦ୍ୟ ବା ଫ୍ରିଜରେ ରଖା ହୋଇଥିବା ଖାଦ୍ୟଦ୍ରବ୍ୟ ଖାଆନ୍ତୁ ନାହିଁ। ଖାଦ୍ୟ ସିଝିଯିବା ପରେ ସେଥିରୁ ଭିଟାମିନ ନଷ୍ଟ ହୋଇଥାଏ। ଯଦି ଆପଣ ଏହି ବସ୍ତୁ ସବୁ ନିଜ ରୋଷେଇ ଘରୁ ବାହାର କରିଦିଅନ୍ତି ତେବେ ଆପଣଙ୍କର ୫୦ ପ୍ରତିଶତ ଡାଏବେଟିସ ଠିକ ହୋଇଯିବ।

ଅଧିକ ପଢ଼ନ୍ତୁ: ଆଖିକୁ ସୁସ୍ଥ ରଖିଥାଏ ଏହି ୭ଟି ଖାଦ୍ୟ