କୋଭିଡ-୧୯ ଭଳି ଜଟିଳ ପରିସ୍ଥିତିରେ ସାଧାରଣ ଲୋକେ ହସ୍ପିଟାଲ ଯିବା ପାଇଁ ଭୟ କରୁଛନ୍ତି। ସେହିପରି ଲକଡାଉନ୍ କାରଣରୁ ମେଡିକାଲ ଯିବା ମଧ୍ୟ ଅନେକଙ୍କ ପାଇଁ ସମ୍ଭବ ହୋଇପାରୁନାହିଁ। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସରକାର ଆଣିଛନ୍ତି ନୂଆ ବ୍ୟବସ୍ଥା ‘ଟେଲି-ମେଡିସିନ୍’। ଟେଲି-ମେଡିସିନ୍ ଜରିଆରେ ଏବେ ଘରେ ବସି ଫୋନ୍ କଲ୍ ମାଧ୍ୟମରେ ନେଇପାରିବେ ଡାକ୍ତରଙ୍କ ପରାମର୍ଶ।

ଓଡ଼ିଶାର ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଏହି ଟେଲି-ମେଡିସିନ୍ ବ୍ୟବସ୍ଥା ଜାରି ରହିଛି। ଏହା ସହିତ ୭ଟି ସରକାରୀ ମେଡିକାଲ କଲେଜକୁ ମିଶାଇ ମୋଟ ୪୧ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଟେଲି ମେଡିସିନ୍ ସେବା ଯୋଗାଇ ଦିଆଯାଉଛି। ଟେଲି-ମେଡିସିନ୍ ଜରିଆରେ ଡାକ୍ତରଙ୍କ ସହ ସିଧାସଳଖ କଥା ହୋଇ ଆପଣ ପାଇପାରିବେ ସ୍ୱାସ୍ଥ୍ୟ ପରାମର୍ଶ। ଏହା ସହିତ ଅନଲାଇନ୍‌ରେ ଡାକ୍ତରଙ୍କଠାରୁ ପ୍ରେସକ୍ରିପ୍ସନ୍‌ ମଧ୍ୟ ପାଇପାରିବେ।

ଟେଲି-ମେଡିସିନ୍ ସେବା ଯୋଗାଇ ଦେବାକୁ ଯାଇ ୩୦ଟି ଜିଲ୍ଲା, ୭ଟି ସରକାରୀ ମେଡିକାଲ କଲେଜ ପାଇଁ ସ୍ୱତନ୍ତ୍ର ନମ୍ବର ଜାରି କରାଯାଇଛି। ରୋଗୀ ନିଜ ଅଞ୍ଚଳ ନମ୍ବରରେ ଫୋନ୍ କରି ଡାକ୍ତରଙ୍କଠାରୁ ସିଧାସଳଖ ପାଇପାରିବେ ସ୍ୱାସ୍ଥ୍ୟ ପରାମର୍ଶ।

ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲା ପାଇଁ କେଉଁ ନମ୍ବର ଜାରି କରିଛନ୍ତି ସରକାର,

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ନିର୍ମାଣ କରାଯାଇଛି। ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ ଭଳି ସୁବିଧା ଏଠାରେ ରହିଛି। ଅତ୍ୟାଧୁନିକ ରୋବୋଟିକ୍ ଫିଜିଓଥେରାପି ଜରିଆରେ ଏଠାରେ ଦୁର୍ଘଟଣା ପରବର୍ତ୍ତୀ ସମସ୍ୟା ଏବଂ ସ୍ନାୟୁଜନିତ ସମସ୍ୟାର ଚିକିତ୍ସା କରାଯାଉଛି।

ଗବେଷଣାରୁ ଜଣାଯାଇଛି ଯେ, କରୋନାଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଫିଜିଓଥେରାପି ଏକ ଭଲ ଚିକିତ୍ସା। ଏହାକୁ ଦୃଷ୍ଟିରେ ରଖି ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ଟେଲି-ଫିଜିଓଥେରାପି ସୁବିଧା ଯୋଗାଇ ଦିଆଯାଉଛି। ଆପଣ ଘରେ ବସି ଫୋନ୍ ଯୋଗେ ଫିଜିଓଥେରାପିଷ୍ଟଙ୍କ ସହ ସିଧାସଳଖ କଥା ହୋଇ ସ୍ୱାସ୍ଥ୍ୟ ପରାମର୍ଶ ପାଇପାରିବେ। ଟେଲି-ଫିଜିଓଥେରାପି ସେବା ପାଇବା ପାଇଁ ନିଃଶୁଳ୍କ ଜିଲ୍ଲା ହେଲ୍ପଲାଇନ୍ ନମ୍ବର (୦୧୧-୪୧୧-୮୨୧୩୮) ରେ ଯୋଗଯୋଗ କରିପାରିବେ।