ପୁରୁଷ ହୁଅନ୍ତୁ ବା ମହିଳା ଧୂମପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ଅଧିକ ପଢ଼ନ୍ତୁ: ଧୂମପାନ ଛାଡ଼ନ୍ତୁ, ଏକ ସୁସ୍ଥ ଜୀବନ ବିତାନ୍ତୁ

ବଦଳୁଥିବା ସମୟ ସହିତ ଲୋକେମାନେ ସେମାନଙ୍କର ପସନ୍ଦ ଓ ଅଭ୍ୟାସକୁ ମଧ୍ୟ ବଦଳାଉଛନ୍ତି। ଏଥିରେ ମହିଳାମାନେ ବି ବାଦ୍‌ ପଡ଼ିନାହାନ୍ତି। ପୂର୍ବରୁ ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ସମୟ କାଟୁଥିଲେ। ହେଲେ ଏବେ ସମୟ ପରିବର୍ତ୍ତନ ହୋଇଛି। ପୁରୁଷଙ୍କ ଭଳି ମହିଳାମାନେ ବି ସମତାଳରେ ବା ଅଧିକ ଆଗକୁ ବଢ଼ିଲେଣି। ହେଲେ କେତେକ ମହିଳା ବଦଭ୍ୟାସ ଯେପରିକି ନିଶା ସେବନ, ଧୂମପାନ ଓ ମଦ୍ୟପାନକୁ ଆପଣେଇଛନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ଧୂମପାନରେ ପ୍ରାୟ ୪୦୦୦ ପ୍ରକାରର ରାସାୟନିକ ପଦାର୍ଥ ଥାଏ, ବିଶେଷକରି ନିକୋଟିନ୍ ଓ କାରସିନୋଜେନ୍ କେମିକାଲ, ଯାହା କ୍ୟାନ୍‌ସର ସୃଷ୍ଟି କରେ। କିଶୋରୀ ବୟସରେ ଧୂମପାନ କଲେ ମାସିକ ଋତୁସ୍ରାବରେ ଅନିୟମିତ ହୁଏ।

Lungs

ଅଧିକ ପଢ଼ନ୍ତୁ: କେମିତି ଛାଡ଼ିବେ ତମାଖୁ?

କିଶୋରୀ ବୟସରେ ଧୂମପାନ କଲେ ଫୁସ୍‌ଫୁସ୍‌ ଜନିତ ସମସ୍ୟା ଦେଖାଦିଏ ଓ ବିବାହ ପରେ ମଧ୍ୟ ଶୀଘ୍ର ଗର୍ଭଧାରଣ କରିପାରନ୍ତି ନାହିଁ। ତେଣୁ ସେମାନଙ୍କର ବନ୍ଧ୍ୟାଦୋଷ ହୋଇପାରେ। ଗର୍ଭଧାରଣ କଲାପରେ ସେମାନଙ୍କର ବାରମ୍ବାର ଗର୍ଭନଷ୍ଟ ହେବାର ଆଶଙ୍କା ବଢ଼ିଯାଏ। ଅପରିଣତ ପ୍ରସବ ହୋଇଥାଏ, ତଥା ଅପରିଣତ ଶିଶୁ ଜନ୍ମ ମଧ୍ୟ ହୋଇପାରେ।

ତମାଖୁରେ ଥିବା ନିକୋଟିନ୍ ସେବନ ଯୋଗୁଁ ଶିଶୁଟି ଗର୍ଭରେ ବଢ଼ି ପାରେ ନାହିଁ ଏବଂ ଗର୍ଭରେ ଶିଶୁର ମୃତ୍ୟୁ ହେବାର ଆଶଙ୍କା ଥାଏ। ଅପରପକ୍ଷରେ ଶିଶୁର ବିକଳାଙ୍ଗ ହେବାର ମଧ୍ୟ ଆଶଙ୍କା ଥାଏ। ପ୍ରସବ ସମୟରେ ଜରାୟୁର ସଙ୍କୋଚନ ଓ ପ୍ରସାରଣ ହେତୁ, ସ୍ଵାଭାବିକ ପ୍ରସବ (ନର୍ମାଲ୍ ଡେଲିଭରି) ହୋଇ ନ ପାରି ସିଜରିଆନ୍ ସେକ୍‌ସନ୍ ହୋଇଥାଏ। ଶିଶୁ ଜନ୍ମପରେ ଶିଶୁକୁ କାଶ, ଶ୍ଵାସ, ଆଲର୍ଜି ଓ କ୍ରନିକ୍ ଛାତି ରୋଗ ହୋଇଥାଏ।

ଏହାଛଡ଼ା ପୁରୁଷମାନଙ୍କ ଭଳି ମହିଳାମାନେ ମଧ୍ୟ କାଶ, ହୃଦ ରୋଗ, ଫୁସ୍‌ଫୁସ୍ କର୍କଟ ରୋଗ ଭଳି ସମସ୍ୟା ଭୋଗିଥାଆନ୍ତି। ଧୂମପାନ କରୁଥିବା ମହିଳାଙ୍କର ହାଡ଼ ପୋରିଆ ରୋଗ ହୋଇଥାଏ।

ଧୂମପାନ କରୁଥିବା ମହିଳାଙ୍କର ଓଠ କଳା ପଡ଼ିଯିବା ସହ ତ୍ୱଚାରେ ଚମକ କମିଯାଏ ଓ ଅଳ୍ପ ବୟସରୁ କୁଞ୍ଚନ ପଡ଼ିଯାଏ।