smoking habit

ସିଗାରେଟ ପ୍ୟାକେଟ ଉପରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ‘ସିଗାରେଟ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ’। ତଥାପି କେତେକ ଲୋକ ଧୂମପାନ ଛାଡ଼ି ପାରୁନାହାନ୍ତି। ଅତ୍ୟଧିକ ସିଗାରେଟ ସେବନ କରିବା ଫଳରେ ଫୁସ୍‌ଫୁସ୍‌ କର୍କଟ, ମୂଖଗହ୍ୱର କର୍କଟ ହେବାର ଆଶଙ୍କା ରହିଛି। କେତେକ କ୍ଷେତ୍ରରେ ଧୂମପାନ ଶୀଘ୍ର ମୃତ୍ୟୁର କାରଣ ସାଜିଥାଏ।

ସିଗାରେଟ୍‌ରେ ନିକୋଟିନ ନାମକ ଏକ ରାସାୟନିକ ଦ୍ରବ୍ୟ ରହିଛି ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ନିୟମିତ ସିଗାରେଟ ସେବନ ଦ୍ୱାରା ଫୁସଫୁସରେ ଏହି ନିକୋଟିନ ଜମା ହୋଇଯାଏ। ଧୀରେ ଧୀରେ ସିଗାରେଟ ପାନ କରିବା ଏକ ଅଭ୍ୟାସରେ ପରିଣତ ହୋଇଯାଏ। ଥରେ ଅଭ୍ୟାସରେ ପଡ଼ିଗଲେ ବ୍ୟକ୍ତି ସିଗାରେଟ ଟାଣିବା ଛାଡ଼ିପାରିନଥାଏ। ଅଭ୍ୟାସଗତ ବ୍ୟକ୍ତି ଯଦି କିଛି ସମୟ ପାଇଁ ସିଗାରେଟ ନ ଟାଣେ, ତାଙ୍କୁ ବାନ୍ତି ଲାଗେ, ମୁଣ୍ଡ ବ୍ୟଥା ହୁଏ ଓ ନିସ୍ତେଜ ଭଳି ମନେ ହୁଏ।

ସିଗାରେଟ ସେବନ କରୁଥିବା ବ୍ୟକ୍ତି ଚିଡ଼ଚିଡ଼ା ହୋଇଯାଆନ୍ତି।

ସିଗାରେଟ ଟାଣିବା ଯୋଗୁଁ ଆଖିରେ ରକ୍ତ ସଞ୍ଚାଳନ ହ୍ରାସ ପାଇଥାଏ ଓ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଏ।

ଆସ୍ଥମା ହେବାର ମୂଳ କାରଣ ହେଉଛି ଧୂମପାନ।

ନିକୋଟିନ ହୃଦ ସ୍ପନ୍ଦନ ଓ ରକ୍ତଚାପ କମ କରିଦେଇଥାଏ। ଗର୍ଭବତୀ ମହିଳାମାନେ ସିଗାରେଟ ସେବନ କଲେ ଶିଶୁର ହୃଦସ୍ପନ୍ଦନ ବଢ଼ି ଯାଇଥାଏ।

ନିକୋଟିନ ଶରୀରରେ ରକ୍ତ ସଞ୍ଚାଳନକୁ ଅସନ୍ତୁଳିତ କରିଦିଏ। ଅଧିକ ସିଗାରେଟ ସେବନ କରୁଥିବା ବ୍ୟକ୍ତିର ଶରୀରର ତାପମାତ୍ରା ୦.୪ ଫାରେନାଇଟ ପର୍ଯ୍ୟନ୍ତ କମ ହୋଇଥାଏ।

ନିକୋଟିନ ଯୋଗୁଁ ଶିରାପ୍ରଶିରା ସଙ୍କୁଚିତ ହୋଇଯାଏ। ତେଣୁ ହାର୍ଟକୁ ରକ୍ତ ଠିକ ଭାବରେ ସଞ୍ଚାଳନ ହୋଇପାରେ ନାହିଁ। ଫଳରେ ଦୃଦଘାତ ହେବାର ଆଶଙ୍କା ହୁଏ।

ସିଗାରେଟର ଅଧିକ ବ୍ୟବହାର ଫଳରେ ମୁହଁ, ଗଳା, ସ୍ୱରନଳୀ, ସ୍ୱାସ୍ଥ୍ୟନଳୀରେ ଉତ୍ତେଜନା ଆସିଥାଏ। ଏଣୁ ସେଠାରେ କ୍ୟାନସର ହୋଇଥାଏ।

ସିଗାରେଟ ସେବନ କରୁଥିବା ବ୍ୟକ୍ତିର ସ୍ୱର ପେଟିକା ସଙ୍କୁଚିତ ହୋଇଯାଏ। ତେଣୁ ବ୍ୟକ୍ତିକୁ କଥା କହିବାରେ ଅସୁବିଧା ହୋଇଥାଏ।

ନିକୋଟିନ ଆମାଶୟରେ ଜମାଟ ବାନ୍ଧିଯାଏ। ଫଳରେ ଅଧିକ ଭୋକ ଲାଗିନଥାଏ। ଏହା ଆମାଶୟ ଏବଂ ଅନ୍ତ୍ରନଳୀରେ ଘା’ ସୃଷ୍ଟି କରିଥାଏ।

ନିକୋଟିନ କ୍ଷୁଦ୍ରାନ୍ତ୍ରରେ ଥିବା ଗ୍ରନ୍ଥିମାନଙ୍କର ସ୍ରାବକୁ କମ କରିଦେଇଥାଏ।

ସିଗାରେଟ ପିଇଲେ ମଳଦ୍ୱାରମୋଡ଼ି ହୋଇଯାଏ। ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖା ଦେଇଥାଏ।

ନିରାକରଣ

ଅତ୍ୟଧିକ ସିଗାରେଟ ପିଅନ୍ତୁ ନାହିଁ।

ସିଗାରେଟ ବଦଳରେ ଆପଣ ଶୁଖିଲା ଅଦା, ଲବଙ୍ଗ ପାଟିରେ ଚୋବାଇପାରିବେ।

ସିଗାରେଟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ, ଏହି ଭାବନା ମନରେ ଆଣନ୍ତୁ।

ଧୂମପାନକୁ ନେଇ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ସେହି ସ୍ଥାନ ପରିତ୍ୟାଗ କରନ୍ତୁ।

ପେଟ ପୁରା ଖାଦ୍ୟ ଖାଆନ୍ତୁ। ଯାହା ଫଳରେ ସିଗାରେଟ ପିଇବାକୁ ଇଚ୍ଛା ପ୍ରକାଶ ହେବ ନାହିଁ।

ଧୂମପାନର ବଦଭ୍ୟାସ ଛାଡ଼ିବା ପାଇଁ ଆଜିକାଲି ଫାର୍ମାକୋଲୋଜିକାଲ ଥେରାପି, ନିକୋଟିନ ଥେରାପି, ସାଇକୋଲୋଜିକାଲ କାଉନ୍‌ସିଲିଂ ଭଳି ବିଭିନ୍ନ ଉପାୟ ରହିଛି।

ଧୂମପାନ ଛାଡ଼ିଲେ ଫୁସଫୁସ୍‌ କର୍କଟ ହେବାର ୫୦ ପ୍ରତିଶତ ଆଶଙ୍କା କମିଯାଏ।