ସ୍ନିଗ୍ଧାରାଣି ଷଡ଼ଙ୍ଗୀ

ଏହି ଛଅଟି ସୁପରଫୁଡ୍‌ ମହିଳାମାନଙ୍କୁ ଫିଟ୍‌ ରଖିବାରେ ସାହାଯ୍ୟ କରିଥାଏ।

ଅଧିକ ପଢ଼ନ୍ତୁ: ନିୟମିତ ଫାଷ୍ଟଫୁଡ୍‌ ଖାଉଛନ୍ତି କି?

ଶରୀର ପାଇଁ ଏକ ସନ୍ତୁଳିତ ଆହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ମହିଳାମାନଙ୍କୁ ଋତୁସ୍ରାବ, ଗର୍ଭଧାରଣ ଏବଂ ରଜନିଷ୍କୃତି (ମେନୋପଜ) ସ୍ଥାୟୀ ଭାବେ ଋତୁସ୍ରାବ ବନ୍ଦ ହେବା ପରି ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। ଏହା ଯୋଗୁଁ ଶରୀରରେ ହର୍ମୋନରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଏଥିପାଇଁ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ପୋଷଣର ଆବଶ୍ୟକ ହୋଇଥାଏ। ମହିଳାମାନଙ୍କ ପାଇଁ କିଛି ଜିନିଷ ସୁପରଫୁଡ୍‌ ବୋଲି ଧରାଯାଏ ଏବଂ ଏହାକୁ ନିଜ ଡାଏ଼ଟରେ ନିଶ୍ଚିତ ରୂପେ ସାମିଲ କରିବା ଉଚିତ।

ଲୋ ଫ୍ୟାଟ ଦହି – ମହିଳାମାନଙ୍କୁ ନିଜର ଡାଏଟରେ ଲୋଫ୍ୟାଟ ଦହି ନିଶ୍ଚିତ ରୂପେ ସାମିଲ କରିବା ଉଚିତ। ନ୍ୟୁଟ୍ରିସନିଷ୍ଟ ଏଲିଜାବେଥ ସୋମରଙ୍କ କହିବା ଅନୁଯାୟୀ ‘‘ଦହି ବ୍ରେଷ୍ଟ କ୍ୟାନସରର ବିପଦକୁ କମ୍‌ କରିଥାଏ।’’ ଏହାର ପ୍ରମାଣ ମିଳିଛି କି ଏହା ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିଥାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ପେଟ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖାଯାଇଥାଏ। ଦହି ପେଟର ଅଲସର ଏବଂ ଅନ୍ୟାନ୍ୟ ସଂକ୍ରମଣ ବିପଦକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହାଛଡା ଦହିରେ ହାଡକୁ ମଜବୁତ କରିବା ପାଇଁ କ୍ୟାଲସିୟମ ମିଳିଥାଏ। ଏହା ପ୍ରତ୍ୟେକ ବୟସର ମହିଳାମାନଙ୍କ ପାଇଁ ଜରୁରୀ ହୋଇଥାଏ। ମହିଳାମାନଙ୍କ ପ୍ରତିଦିନ ବ୍ରେକଫାଷ୍ଟ, ଲଞ୍ଚ ଅଥବା ସ୍ନାକସରେ ଗୋଟିଏ କପ୍‌ ଦହି ଖାଇବା ଉଚିତ।

ଅଧିକ ପଢ଼ନ୍ତୁ: ଶୀତଦିନେ ଚିନାବାଦାମ ଖାଇବାର ଫାଇଦା

ମାଂସଳ ମାଛ – ମହିଳାମାନେ ସେଲମନ, ସାର୍ଡିନ ଏବଂ ମେକେରଲ ମାଛ ଡାଏଟରେ ନିଶ୍ଚିତ ରୂପେ ସାମିଲ କରିବା ଉଚିତ। ଏହି ମାଛରେ ଓମେଗା-୩ ଫ୍ୟାଟି ଏସିଡ ଥାଏ। ମାଂସଳ ମାଛ ହୃଦରୋଗ, ଷ୍ଟ୍ରୋକ୍, ଉଚ୍ଚ ରକ୍ତଚାପ, ବିଷାଦ, ଗଣ୍ଠିବ୍ୟଥା ଇତ୍ୟାଦି ବିଭିନ୍ନ ପ୍ରକାର ରୋଗ ଦୂର କରିଥାଏ ଏହାଛଡା ଏହା ଅଲଜାଇମରରୁ ମଧ୍ୟ ସୁରକ୍ଷା ଦେଇଥାଏ। ସପ୍ତାହରେ ୨-୩ ଥର ମାଂସଳ ମାଛ ନିଶ୍ଚୟ ଖାଆନ୍ତୁ।

ବିନସ୍ – ବିନସରେ ଫ୍ୟାଟ୍ କମ୍‌ ରହିଥାଏ। ଏହା ପ୍ରୋଟିନ ଏବଂ ଫାଇବରର ଏକ ଉତ୍ତମ ଉତ୍ସ। ଏହା ହୃଦ ରୋଗ ଏବଂ ବ୍ରେଷ୍ଟ କ୍ୟାନସରର ବିପଦରୁ ରକ୍ଷା କରିଥାଏ । ପ୍ରସିଦ୍ଧ ନ୍ୟୁଟ୍ରିସନିଷ୍ଟ କୃସଙ୍କ ଅନୁସାରେ ବିନସ ମହିଳାମାନଙ୍କ କ୍ଷେତ୍ରରେ ହରମୋନକୁ ସ୍ଥିର ରଖିଥାଏ। ବିନ୍‌ସ୍‌ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ସ୍ୱାସ୍ଥ୍ୟକର ହୋଇଥାଏ। ଏହା କୋଲେଷ୍ଟ୍ରୋଲ୍ ସ୍ତର କମ୍ କରିବା ସହିତ ରଜନିଷ୍କୃତି ପୂର୍ବବର୍ତ୍ତୀ ଏବଂ ରଜନିଷ୍କୃତି ସମୟରେ ଦେଖା ଦେଉଥିବା ହର୍ମୋନ୍ ପରିବର୍ତ୍ତନରେ ସ୍ଥିରତା ଆଣିଥାଏ।

ଲୋ ଫ୍ୟାଟ ମିଲକ ବା କମଳା ରସ – ଲୋ ଫ୍ୟାଟ ମିଲକ ଅଥବା ବା କମଳା ରସରେ ମିଳୁଥିବା ଭିଟାମିନ ଡି କ୍ୟାଲସିୟମ ଅନ୍ତ୍ରରେ ଅବଶୋଷଣ କରିବାରେ ହାଡକୁ ସାହାଯ୍ୟ କରିଥାଏ ଭିଟାମିନ ଡି ଶରୀରକୁ ଅଷ୍ଟିଓପୋରୋସିସରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଅଧିକାଂଶ ମହିଳାମାନଙ୍କଠାରେ ଭିଟାମିନ ଡି ର ମାତ୍ରା କମ୍ ରହିବା କାରଣରୁ ବିଭିନ୍ନ ହାଡ଼ ଓ ଗଣ୍ଠି ବ୍ୟଥା ସମସ୍ୟା ଦେଖା ଦେଇଥାଏ। ତେଣୁ ଦୈନିକ କମଳା ରସ ବା କ୍ଷୀର ପିଇଲେ ଏହି ଅଭାବ ପୂରଣ ହୋଇଥାଏ।

ଟମାଟ ବା ବିଲାତି ବାଇଗଣ – ବିଲାତି ବାଇଗଣରୁ ମିଳୁଥିବା ଲାଇକୋପିନକୁ ପୋଷକ ତତ୍ତ୍ୱର ପାୱାରହାଉସ କୁହାଯାଇଥାଏ। ଏକ ଅଧ୍ୟୟନ ଅନୁସାରେ ଲାଇକୋପିନ ସ୍ତନ କର୍କଟରୁ ସୁରକ୍ଷା ଦେଇଥାଏ ଏବଂ ଏଥିରେ ରହିଥିବା ଦୃଢ଼ ଆଣ୍ଟି ଅକ୍ସିଡାଣ୍ଟ ମହିଳାମାନଙ୍କୁ ହୃଦରୋଗ ସହିତ ଲଢିବାରେ ସାହାଯ୍ୟ କରିଥାଏ। ଖାଲି ସେତିକି ନୁହେଁ ଅନ୍ୟ ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଲାତି ବାଇଗଣ ବୟସ ବୃଦ୍ଧିର ପ୍ରଭାବ ରୋକିବାରେ ମଧ୍ୟ ସକ୍ଷମ ହୋଇଥାଏ।

ବେରି ବା ବିଭିନ୍ନ ପ୍ରକାରର କୋଳିବ୍ଲୁବେରି ବା ଜାମୁକୋଳି, ଷ୍ଟ୍ରବେରି, ବରକୋଳି ଇତ୍ୟାଦି ଖାଦ୍ୟରେ ସାମିଲ୍ କରି ମହିଳାମାନେ ସୁସ୍ଥ ରହିପାରିବେ। ବରକୋଳି ମଧ୍ୟ ଓଜନ କମ୍ କରିବାରେ ସହାୟକ ହୋଇଥାଏ।

ଏହି ୬ଟି ସୁପରଫୁଡ୍ ଦୈନନ୍ଦିନ ଭୋଜନରେ ସାମିଲ୍ କରନ୍ତୁ ଓ ସୁସ୍ଥ ରହନ୍ତୁ।