weight loss

ଅଧିକ ପଢ଼ନ୍ତୁ: ସାତ ଦିନିଆ ଡାଏଟ୍‌ ପ୍ଲାନ୍‌ ଆପଣାନ୍ତୁ – କମିବ ଓଜନ

ଜିଏମ୍ ଡାଏଟ୍ ହେଉଛି ଏକ ୭ ଦିନର ସରଳ ଆହାର ଯୋଜନା। ଯାହାକି ଶୀଘ୍ର ଓଜନ କମ୍‌ କରିବାରେ ସାହାଯ୍ୟ କରେ। ହେଲେ ଏହାର ବି ପାର୍ଶ୍ୱପ୍ରତିକ୍ରିୟା ରହିଛି।

ଶୀଘ୍ର ଓଜନ କମ୍‌ କରିବା ନିଶାରେ ଲୋକେ ନାନା ପ୍ରକାର ଡାଏଟ୍‌ ପ୍ଲାନ୍‌ ଆପଣେଉଛନ୍ତି। ସେଥି ମଧ୍ୟରୁ ‘ଜିଏମ୍ ଡାଏଟ୍’ ପ୍ଲାନ୍‌ ସାରା ବିଶ୍ୱରେ ଲୋକପ୍ରିୟ। ଏହି ଡାଏଟ୍‌ ପ୍ଲାନ୍‌ ଆପଣେଇବା ଦ୍ଵାରା ଓଜନ କମ୍‌ ହେବା ସୁନିଶ୍ଚିତ ହେଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହିଛି।

ଯଦିଓ ଜିଏମ୍‌ ଡାଏଟ୍ ଶୀଘ୍ର ଓଜନ କମାଇବାରେ ସାହାଯ୍ୟ କରିପାରେ। ଏଥିରେ ଫାଇବର ଅଧିକ କିନ୍ତୁ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍‌ ଏବଂ ଫ୍ୟାଟ୍ ବହୁତ କମ୍। ତେଣୁ ଶରୀର ଆବଶ୍ୟକ କରୁଥିବା ପୋଷଣ ମିଳିପାରିନଥାଏ।

ଜିଏମ୍‌ ଡାଏଟ୍ ଆପଣଙ୍କ ଶରୀରର ମେଟାବୋଜିମ୍‌ ଉପରେ ପ୍ରଭାବ ପକାଇଥାଏ।

ଅଧିକ ପଢ଼ନ୍ତୁ: କେମିତି ଖାଇବେ ଖାଦ୍ୟ?

ଜିଏମ୍‌ ଡାଏଟ୍‌ କରିବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ଦେଖାଦିଏ। ଫଳରେ ଦୁର୍ବଳତା, ମୁଣ୍ଡ ବିନ୍ଧା, ଭୋକ ନ ହେବା ଭଳି ଲକ୍ଷଣ ଦେଖାଦିଏ।

ଶରୀରରୁ ଉପଯୁକ୍ତ ପୋଷଣ ମିଳିଲେ, ଏହା ଆମର ସମ୍ପୂର୍ଣ୍ଣ ସ୍ଵାସ୍ଥ୍ୟ, ତ୍ୱଚା ଓ କେଶ ଉପରେ ସୁପ୍ରଭାବ ପକାଇଥାଏ। ଜିଏମ୍‌ ଡାଏଟ୍‌ ଆପଣେଇଲେ ଶରୀରକୁ ଉପଯୁକ୍ତ ଭିଟାମିନ୍‌, ମିନେରାଲ୍ସ, ପ୍ରୋଟିନ୍‌ ମିଳିପାରେ ନାହିଁ। ଫଳରେ କେଶ ଝଡ଼ିଥାଏ।

ସାଧାରଣତଃ ଜିଏମ୍‌ ଡାଏଟ୍‌ ହେଉଛି ସାତ ଦିନିଆ ଡାଏଟ୍‌ ପ୍ଲାନ୍‌। ଯଦି ଜଣେ ବ୍ୟକ୍ତି ୭ ଦିନ ଯାଏଁ ଏହି ଡାଏଟ୍‌ ଅନୁସରଣ କରୁଛନ୍ତି ଏବଂ ଏହାପରେ ସାଧାରଣ ଭାବେ ଖାଦ୍ୟ ଖାଉଛନ୍ତି, ତେବେ ପୁନଃ ଓଜନ ବଢ଼ିବାର ସମ୍ଭାବନା ଅଧିକ।