low fat diet

ଖାଦ୍ୟ ଖାଇବାକୁ ନେଇ କିଛି ଜାଣିବା କଥା।

ଖାଦ୍ୟ ଖାଇବା ପୂର୍ବରୁ ହାତକୁ ସାବୁନରେ ଧୋଇ ଖାଆନ୍ତୁ।

ନିୟମିତ ସୁଷମ ଖାଦ୍ୟ ଗ୍ରହଣ କରିବା ଉଚିତ।

ପେଟ ପୂରା ଖାଆନ୍ତୁ ନାହିଁ।

ନିୟମିତ ତନ୍ତୁଯୁକ୍ତ ଖାଦ୍ୟ ଯଥା: ଶାଗ, ଫଳ, ସାଲାଡ, ଡାଲି, ପନିପରିବା ଜାତୀୟ ଶାକାହାରୀ ଖାଦ୍ୟଗ୍ରହଣ କରିବା ଉଚିତ।

ଚା ଓ କଫି ନ ପିଇବା ଭଲ। ଦୀର୍ଘଦିନ ଏହାକୁ ପିଇଲେ ଯକୃତରେ ହାନି ପହଞ୍ଚାଏ। ସକାଳେ ଚା’ ପରିବର୍ତ୍ତେ ଗରମ ପାଣି ପିଇବା ଭଲ।

ଖାଦ୍ୟରେ ଚିନି ଓ ଲୁଣ ଯେତେଦୂର ସମ୍ଭବ କମ୍ ପ୍ରୟୋଗ କରନ୍ତୁ।

ଧୂମପାନ, ମଦ୍ୟପାନ ବା ଯେକୌଣସି ନିଶାଦ୍ରବ୍ୟ ସମ୍ପୁର୍ଣ୍ଣ ବର୍ଜନ କରନ୍ତୁ।

 ବିଶୁଦ୍ଧ ପାଣି ବା ପାଣିକୁ ଫୁଟାଇ ପଇବା ଶରୀର ପାଇଁ ଭଲ।

ମାସରେ ଥରେ ଉପବାସ କରିବା ଉଚିତ।

ପ୍ରତ୍ୟହ ଗଜାମୁଗ, ଗଜା ବୁଟ ଖାଇବା ଶରୀର ପାଇଁ ଲାଭଦାୟକ।

ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟ ଅତ୍ୟଧିକ କରିବା ପାଇଁ କ୍ଷତିକାରକ।

ଫାଷ୍ଟଫୁଡ, ଜଙ୍କଫୁଡ, ତେଲ ମସଲା, ଛଣାଛଣି ଖାଦ୍ୟ, ବାସି ଖାଦ୍ୟ ବା ଫ୍ରିଜ୍‌ରେ ରଖାଯାଇଥିବା ଖାଦ୍ୟ ନ ଖାଇବା ଭଲ।

ପ୍ରତ୍ୟେକ ଦିନ ଖାଦ୍ୟରେ କଦଳୀ, କମଳା, ଲେମ୍ବୁ, ସେଓ, ଡାଳିମ୍ବ, ଅଁଳା ଆଦି ଋତୁକାଳୀନ ଫଳ ସେବନ କରିବା ଉଚିତ।  

ଖାଦ୍ୟରେ ସାଧାରଣ ହଳଦୀ, ତେଜପତ୍ର, କେଶର, ଅଳେଇଚ, ଗୁଜୁରାତି, ହେଙ୍ଗୁ, ଜାଇତ୍ରି, ଜାଇଫଳ, ଡାଲଚିନି, ଲବଙ୍ଗ, ଭୃସୁଙ୍ଗା ପତ୍ର, ଧନିଆ ପତ୍ର, ପୋଦିନା ପତ୍ର ଆଦି ଖାଦ୍ୟରେ ସାମିଲ କରିବା ଉଚିତ।