GM Diet plan here

ଓଜନ କମ୍‌ କରିବାକୁ ଚାହୁଁଥିଲେ କେଉଁ ଭଳି ଡାଏଟ୍‌ ଆପଣେଇବା ଆବଶ୍ୟକ। ଜାଣିରଖନ୍ତୁ।

ବର୍ତ୍ତମାନ ସମୟରେ ଓଜନକୁ ନେଇ ସମସ୍ତେ ଚିନ୍ତିତ। କିଏ ମୋଟା କମ୍‌ କରିବା ପାଇଁ କଠିନ ବ୍ୟାୟାମ କଲାଣି ତ କିଏ ଖାଇବାରେ ନିୟନ୍ତ୍ରଣ କରିଲେଣି। ହେଲେ ଖାଇବା କମେଇଦେଲେ ଓଜନ କମିଯିବ ବା କେବଳ ବ୍ୟାୟାମ କରିଦେଲେ ଓଜନ କମିଯିବ ବୋଲି ଭାବିବା ସମ୍ପୂର୍ଣ୍ଣ ଭୁଲ। ଓଜନ କମ୍‌ କରିବାକୁ ହେଲେ ସଠିକ୍‌ ଡାଏଟ୍‌ ଓ ନିୟମିତ ବ୍ୟାୟାମ କରିବା ଜରୁରୀ। ତେବେ ଓଜନ କମ୍‌ କରିବା ପାଇଁ କ’ଣ ଖାଇବେ, କେତେବେଳେ ଖାଇବେ ଓ କେତେ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବେ? ତାହା ଜାଣିରଖନ୍ତୁ।

ଏହି ଖାଦ୍ୟ ତାଲିକା ୭ ଦିନ ପାଇଁ ଏବଂ ପ୍ରତିଦିନ ୧୨୦୦ କ୍ୟାଲୋରି ରହିଛି।

ପ୍ରଥମ ଦିନ

ସକାଳ ୬. ୩୦ – କାକୁଡ଼ି ଜୁସ୍‌ ଗୋଟେ ଗ୍ଲାସ୍‌

ସକାଳ ୮ଟା – ଗୋଟେ କପ୍‌ ଗରମ କ୍ଷୀରରେ ଓଟ୍ସ, ନଟ୍ସ

ସକାଳ ୧୨ଟା – ୧୦୦ ଗ୍ରାମ୍‌ ପନିର

ମଧ୍ୟାହ୍ନ ୨ଟା – ସବୁଜ ପନିପରିବା ସାଲାଡ

ମଧ୍ୟାହ୍ନ ୨ଟା ୧୦ – ୧ଟା ରୁଟି, ଛୋଟ ତାଟିଆ ଡାଲି, ପନିପରିବା ଭଜା

ଅପରାହ୍ନଣ ୪ଟା – ଯେକୌଣସି ଗୋଟିଏ ଫଳ, ୧ଗ୍ଲାସ୍‌ ଘୋଳ ଦହି

ସନ୍ଧ୍ୟା ୫ଟା ୩୦ – ଅଳ୍ପ ଚିନି ମିଶା ଚା’ ଓ ବିସ୍କୁଟ୍‌। ଯଦି ଚା ଅଭ୍ୟାସ ନାହିଁ ତେବେ କଫି କିମ୍ବା କେବଳ ବିସ୍କୁଟ୍‌ ଖାଇପାରିବେ।

ରାତି ୮ଟା – ୧ଟି ରୁଟି, ଡାଲି ଓ ଲାଉ ତରକାରି।

rice with roti

ଅଧିକ ପଢ଼ନ୍ତୁ: ସ୍ତନ୍ୟପାନ ସମୟରେ ମା’ଙ୍କ ଡାଏଟ୍‌

ଦ୍ୱିତୀୟ ଦିନ

ସକାଳ ୬. ୩୦ – କାକୁଡ଼ି ଡିଟକ୍ସ ପାଣି ବା ସାଧା ନଖ ଉଷୁମ ପାଣି

ସକାଳ ୮ଟା – ଦହି, ପାଳଙ୍ଗ ଶାଗ/ମୂଳା/ ମେଥି ଶାଗରେ ତିଆରି ରୁଟି ଦୁଇ ପଟ। .

ସକାଳ ୧୨ଟା – ୧୦୦ ଗ୍ରାମ୍‌ ପନିର

ମଧ୍ୟାହ୍ନ ୨ଟା – ସବୁଜ ପନିପରିବା ସାଲାଡ

ମଧ୍ୟାହ୍ନ ୨ଟା ୧୦ – ୧ଟା ରୁଟି, ମୁଗ ଡାଲି ଗୋଟେ ଛୋଟ ତାଟିଆ

ଅପରାହ୍ନଣ ୪ଟା – ସେଓ ଗୋଟିଏ, ୧ଗ୍ଲାସ୍‌ ଘୋଳ ଦହି

ସନ୍ଧ୍ୟା ୫ଟା ୩୦ – ଅଳ୍ପ ଚିନି ମିଶା ଚା’ ଓ ବିସ୍କୁଟ୍‌। ଯଦି ଚା ଅଭ୍ୟାସ ନାହିଁ ତେବେ କଫି କିମ୍ବା କେବଳ ବିସ୍କୁଟ୍‌ ଖାଇପାରିବେ।

ରାତି ୮ଟା – ୧ଟି ରୁଟି, ପନିପରିବା ମିଶା ପନିର। କେବଳ ପରିବା ସୁପ୍‌ ବି ପିଇପାରିବେ।

ତୃତୀୟ ଦିନ

ସକାଳ ୬. ୩୦ – କାକୁଡ଼ି ଡିଟକ୍ସ ପାଣି ବା ସାଧା ନଖ ଉଷୁମ ପାଣି

ସକାଳ ୮ଟା – ଦହି, ପାଳଙ୍ଗ ଶାଗ/ମୂଳା/ ମେଥି ଶାଗରେ ତିଆରି ରୁଟି ଦୁଇ ପଟ। .

ସକାଳ ୧୨ଟା – ୧୦୦ ଗ୍ରାମ୍‌ ପନିର

ମଧ୍ୟାହ୍ନ ୨ଟା – ସବୁଜ ପନିପରିବା ସାଲାଡ

ମଧ୍ୟାହ୍ନ ୨ଟା ୧୦ – ୧ଟା ରୁଟି, ମୁଗ ଡାଲି ଗୋଟେ ଛୋଟ ତାଟିଆ

ଅପରାହ୍ନଣ ୪ଟା – କଦଳୀ ଗୋଟିଏ, ୧ଗ୍ଲାସ୍‌ ଘୋଳ ଦହି

ସନ୍ଧ୍ୟା ୫ଟା ୩୦ – ଅଳ୍ପ ଚିନି ମିଶା ଚା’ ଓ ବିସ୍କୁଟ୍‌। ଯଦି ଚା ଅଭ୍ୟାସ ନାହିଁ ତେବେ କଫି କିମ୍ବା କେବଳ ବିସ୍କୁଟ୍‌ ଖାଇପାରିବେ।

ରାତି ୮ଟା –  ଭାତ, ମୁଗ ଡାଲି ବା ରାଜ୍‌ମା ଡାଲି

ଅଧିକ ପଢ଼ନ୍ତୁ: ଖାଦ୍ୟରେ ସାମିଲ କରନ୍ତୁ ସାତ ରଙ୍ଗର ଫଳ ଏବଂ ପନିପରିବା

ଚତୁର୍ଥ ଦିନ

ସକାଳ ୬. ୩୦ – କାକୁଡ଼ି ଡିଟକ୍ସ ପାଣି ବା ସାଧା ନଖ ଉଷୁମ ପାଣି

ସକାଳ ୮ଟା – ଗୋଟେ ଅଣ୍ଡା ଓମଲେଟ୍‌ ଓ କୌଣସି ଫଳ ରସ

ସକାଳ ୧୨ଟା – ୧୦୦ ଗ୍ରାମ୍‌ ପନିର

ମଧ୍ୟାହ୍ନ ୨ଟା – ସବୁଜ ପନିପରିବା ସାଲାଡ

ମଧ୍ୟାହ୍ନ ୨ଟା ୧୦ – ୧ଟା ରୁଟି, ମୁଗ ଡାଲି ଗୋଟେ ଛୋଟ ତାଟିଆ, ଭେଣ୍ଡି ଭଜା

ଅପରାହ୍ନଣ ୪ଟା – କମଳା ଗୋଟିଏ, ୧ଗ୍ଲାସ୍‌ ଘୋଳ ଦହି

ସନ୍ଧ୍ୟା ୫ଟା ୩୦ – ଅଳ୍ପ ଚିନି ମିଶା ଚା’ ଓ ବିସ୍କୁଟ୍‌। ଯଦି ଚା ଅଭ୍ୟାସ ନାହିଁ ତେବେ କଫି କିମ୍ବା କେବଳ ବିସ୍କୁଟ୍‌ ଖାଇପାରିବେ।

ରାତି ୮ଟା – ୧ଟି ରୁଟି, ସୋଲା ବୁଟ ତରକାରି

ପଞ୍ଚମ ଦିନ

ସକାଳ ୬. ୩୦ – କାକୁଡ଼ି ଡିଟକ୍ସ ପାଣି ବା ସାଧା ନଖ ଉଷୁମ ପାଣି

ସକାଳ ୮ଟା – ଚୂଡ଼ା ସନ୍ତୁଳା, ୧ ଗ୍ଲାସ ସର ନଥିବା କ୍ଷୀର

ସକାଳ ୧୨ଟା – ୧୦୦ ଗ୍ରାମ୍‌ ପନିର

ମଧ୍ୟାହ୍ନ ୨ଟା – ସବୁଜ ପନିପରିବା ସାଲାଡ

ମଧ୍ୟାହ୍ନ ୨ଟା ୧୦ – ପନିର ତରକାରି, ଗୋଟେ ରୁଟି

ଅପରାହ୍ନଣ ୪ଟା – ଭଣ୍ଡା ଗୋଟେ କପ୍‌, ୧ଗ୍ଲାସ୍‌ ଘୋଳ ଦହି

ସନ୍ଧ୍ୟା ୫ଟା ୩୦ – ଅଳ୍ପ ଚିନି ମିଶା ଚା’ ଓ ବିସ୍କୁଟ୍‌। ଯଦି ଚା ଅଭ୍ୟାସ ନାହିଁ ତେବେ କଫି କିମ୍ବା କେବଳ ବିସ୍କୁଟ୍‌ ଖାଇପାରିବେ।

ରାତି ୮ଟା – ୧ଟି ରୁଟି, ପନିପରିବା ଭଜା କିମ୍ବା ତରକାରି

ଅଧିକ ପଢ଼ନ୍ତୁ: ଖାଦ୍ୟ ସୁରକ୍ଷାକୁ ନେଇ ‘WHO’ର ୫ଟି ମନ୍ତ୍ର

ଷଷ୍ଠ ଦିନ

ସକାଳ ୬. ୩୦ – କାକୁଡ଼ି ଡିଟକ୍ସ ପାଣି ବା ସାଧା ନଖ ଉଷୁମ ପାଣି

ସକାଳ ୮ଟା – ଇଟିଲି, ସମ୍ବର

ସକାଳ ୧୨ଟା – ୧୦୦ ଗ୍ରାମ୍‌ ପନିର

ମଧ୍ୟାହ୍ନ ୨ଟା – ସବୁଜ ପନିପରିବା ସାଲାଡ

ମଧ୍ୟାହ୍ନ ୨ଟା ୧୦ – ୧ଟା ରୁଟି, ଆଳୁ-ବାଇଗଣ ଟମାଟୋ ତରକାରି ଏବଂ ଦହି

ଅପରାହ୍ନଣ ୪ଟା – ଯେକୌଣସି ଫଳ, ୧ଗ୍ଲାସ୍‌ ଘୋଳ ଦହି

ସନ୍ଧ୍ୟା ୫ଟା ୩୦ – ଅଳ୍ପ ଚିନି ମିଶା ଚା’ ଓ ବିସ୍କୁଟ୍‌। ଯଦି ଚା ଅଭ୍ୟାସ ନାହିଁ ତେବେ କଫି କିମ୍ବା କେବଳ ବିସ୍କୁଟ୍‌ ଖାଇପାରିବେ।

ରାତି ୮ଟା – ୧ଟି ରୁଟି, କୋଳଖ ଡାଲି, ଭେଣ୍ଡି ଭଜା

ସପ୍ତମ ଦିନ

ସକାଳ ୬. ୩୦ – କାକୁଡ଼ି ଡିଟକ୍ସ ପାଣି ବା ସାଧା ନଖ ଉଷୁମ ପାଣି

ସକାଳ ୮ଟା – ବେସନ ଚିଲ୍ଲା, ଧନିଆ ଚଟଣି

ସକାଳ ୧୨ଟା – ୧୦୦ ଗ୍ରାମ୍‌ ପନିର

ମଧ୍ୟାହ୍ନ ୨ଟା – ସବୁଜ ପନିପରିବା ସାଲାଡ

ମଧ୍ୟାହ୍ନ ୨ଟା ୧୦ – ଛୋଟ ତାଟିଆରେ ଭାତ, ପାଳଙ୍ଗ ଶାଗ

ଅପରାହ୍ନଣ ୪ଟା – ସେଓ ଗୋଟିଏ, ୧ଗ୍ଲାସ୍‌ ଘୋଳ ଦହି

ସନ୍ଧ୍ୟା ୫ଟା ୩୦ – ଅଳ୍ପ ଚିନି ମିଶା ଚା’ ଓ ବିସ୍କୁଟ୍‌। ଯଦି ଚା ଅଭ୍ୟାସ ନାହିଁ ତେବେ କଫି କିମ୍ବା କେବଳ ବିସ୍କୁଟ୍‌ ଖାଇପାରିବେ।

ରାତି ୮ଟା – ୧ଟି ରୁଟି, ପନିର ତରକାରି