କୋଭିଡ୍‌ -୧୯ରୁ ସୁରକ୍ଷିତ ରହିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ସଚେତନତା ଓ ଭଲ ରୋଗ ପ୍ରତିରୋଧକ ଶକ୍ତି।

ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ମଜଭୁତ କରିବା କଷ୍ଟକର ନୁହେଁ। ଏଥିପାଇଁ ସୁସ୍ଥ ଜୀବନଶୈଳୀ ଆପଣେଇବା ଜରୁରୀ। ଭଲ ଇମ୍ୟୁନିଟି ପାଇଁ ୬ରୁ ୮ ଘଣ୍ଟା ଭଲ ନିଦ, ପ୍ରତିଦିନ ୮-୧୦ ଗ୍ଲାସ ପାଣି ପିଇବା, ସନ୍ତୁଳିତ ଖାଦ୍ୟ ଓ ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ।

fast food

ଅଧିକ ପଢ଼ନ୍ତୁ: କେତେ ଦିନରେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି?

ଜଙ୍କ୍‌ଫୁଡ୍‌ ତ୍ୟାଗ କରନ୍ତୁ

ରୋଗ ପ୍ରତିରୋଧକ କ୍ଷମତା ପାଇଁ ପୋଷଣ ଜରୁରୀ। ତେଣୁ, ସବୁଜ ପନିପରିବା, ଫଳ, ଡାଲିଜାତୀୟ ଖାଦ୍ୟ ଖାଇବା ଲାଭଦାୟକ ହୋଇଥାଏ। ଜଙ୍କଫୁଡ୍‌, ଫାଷ୍ଟଫୁଡ୍‌, ତେଲ ମସଲା, ଛଣାଛଣି ଖାଦ୍ୟଠାରୁ ଦୂରେଇ ରହନ୍ତୁ। ଏହାଛଡ଼ା ମଦ୍ୟପାନ ଓ ଧୂମପାନକୁ ବର୍ଜନ କରନ୍ତୁ।

ନିୟମିତ ଦିନଚର୍ଯ୍ୟା ଜରୁରୀ

ନିୟମିତ ସ୍ୱାସ୍ଥ୍ୟକର, ପୁଷ୍ଟିକର ଖାଦ୍ୟ ଖାଇବା ସହ ପ୍ରଚୁର ପରିମାଣର ପାଣି ପିଇବା ଜରୁରୀ। ଏହାଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ସମସ୍ତ ଭିଟାମିନ୍‌ଯୁକ୍ତ ଖାଦ୍ୟ, ମିନେରାଲ୍ସ, ଆୟୋଡିନ୍‌ ଏବଂ ଆଇରନ୍‌ ନିଜ ଖାଦ୍ୟରେ ସାମିଲ କରିବା ଆବଶ୍ୟକ।

workout exercise_gym

ଅଧିକ ପଢ଼ନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ୫ଟି ଫର୍ମୂଲା

ଶାରୀରିକ ବ୍ୟାୟାମ ଜରୁରୀ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା କେବଳ ଶରୀର ଫିଟ୍‌ ରହିଥାଏ ,ତା ନୁହେଁ ବରଂ ଏହାର ପ୍ରଭାବ ମସ୍ତିଷ୍କ, ହଜମ ଶକ୍ତି ଆଉ ତ୍ଵଚା ଉପରେ ବି ପ୍ରଭାବ ପଡ଼ିଥାଏ। ସପ୍ତାହରେ ପାଞ୍ଚ ଦିନ ବ୍ୟାୟାମ କରନ୍ତୁ।

ଯୋଗ, ପ୍ରାଣାୟାମ, ସାଇକେଲ ଚଳାଇବା, ଜୋରରେ ଦୌଡ଼ିବା, ଜୋରରେ ଚାଲିବା, ଦଉଡ଼ି ଡିଆଁ, ନୃତ୍ୟ, ଓ୍ଵେଟ୍‌ଲିଫ୍‌ଟିଙ୍ଗ, ଏରୋବିକ୍‌, ଯୁମ୍ବା ଆଦି ବ୍ୟାୟାମ କରିପାରିବେ। ଶ୍ୱାସକ୍ରିୟା ଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ହେଲେ କପାଳଭାତି, ଅନୁଲୋମ ବିଲୋମ, ଡିପ୍‌ ବ୍ରିଥିଙ୍ଗ ଏକ୍ସରସାଇଜ କରିବା ଲାଭଦାୟକ ହୋଇଥାଏ।