କାହିଁକି ବଢୁଛି ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା? ପାଟିରେ କର୍କଟ ହେବା କେତେ ମାରାତ୍ମକ? ଏନେଇ ବିଶଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ଅଧିକ ଜାଣନ୍ତୁ।

ପାଟି ଭିତରେ କର୍କଟ ହେବାକୁ ମୁଖ ଗହ୍ୱର କର୍କଟ ବା ଓରାଲ କ୍ୟାନ୍‌ସର କୁହାଯାଏ। ମୁଖରେ ବା ପାଟି ଭିତରେ ଯେପରିକି ଜିଭ, ଜିଭ ତଳ, ତାଳୁ, ଦାନ୍ତ ମାଢ଼ି, ଗଳା ଆଦି ଜାଗାରେ କର୍କଟ ହେବାକୁ ମୁଖଗହ୍ୱର କର୍କଟ ବା ଓରାଲ କ୍ୟାନ୍‌ସର କୁହାଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ ଗହ୍ଵର କର୍କଟର ସଠିକ୍‌ କାରଣ ଜଣାପଡ଼ିନାହିଁ।

କାହିଁକି ହୁଏ ପାଟିରେ କ୍ୟାନ୍‌ସର? (Why does cancer occur in the mouth in Odia)

ପାନ, ବିଡ଼ି, ସିଗାରେଟ୍‌, ଗୁଟ୍‌ଖା, ମଦ ଭଳି ମାଦକଦ୍ରବ୍ୟର ସେବନ ହେଉଛି ମୁଖ ଗହ୍ୱର କର୍କଟର ମୁଖ୍ୟ କାରଣ। ଏହାସହ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଅଧିକ ଆସିବା ଯୋଗୁଁ ବା ସୂର୍ଯ୍ୟକିରଣର ପ୍ରଭାବ ଓଠ ଉପରେ ପଡ଼ିବା ଯୋଗୁଁ ମଧ୍ୟ ମୁଖ ଗହ୍ୱର କର୍କଟ ହେବାର ଆଶଙ୍କା ରହୁଛି।

ଭିଟାମିନ୍‌ ସି’ର ଅଭାବ ଦେଖାଦେଲେ ମଧ୍ୟ ଓରାଲ କ୍ୟାନ୍‌ସର ହେବାର ଆଶଙ୍କା ଥାଏ।

ଯଦି ଆପଣ କିଛି ଖାଦ୍ୟ ଚୋବାଇବା ବେଳେ ଆପଣଙ୍କ ଗାଲ କିମ୍ବା ଓଠ ଚୋବାଇ ହୋଇ ଖଣ୍ଡିଆ ହୋଇଯାଉଛି ଏବଂ ବାରମ୍ବାର ଗାଲ ବା ଓଠ ଚୋବାଇ ହେବା ଓ ଘା’ ନ ଶୁଖିବା ଦ୍ୱାରା ମୁଖରେ କର୍କଟ ହେବାର ଆଶଙ୍କା ରହିଥାଏ।

ଅଧିକ ପଢ଼ନ୍ତୁ: ପାଟିରୁ ଦୁର୍ଗନ୍ଧ ବାହାରୁଛି କି? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି

ପାଟିରେ କ୍ୟାନ୍‌ସର ହେବାର ଲକ୍ଷଣ (Symptoms of oral cancer in Odia)

ଓରାଲ କ୍ୟାନ୍‌ସର କେଉଁ ଷ୍ଟେଜ୍‌ରେ ଅଛି, ସେହି ଅନୁସାରେ ଏହାର ଲକ୍ଷଣ ଭିନ୍ନ ଭିନ୍ନ ଦେଖାଦେଇଥାଏ। ହେଲେ ଏହାର ଲକ୍ଷଣଗୁଡ଼ିକ ହେଉଛି

ପାଟି ଛୋଟ ଖୋଲିବା

ପାଟି ପୋଡ଼ିବା

ପାଟିରୁ ରକ୍ତ ବାହାରିବା

ସ୍ୱରରେ ପରିବର୍ତ୍ତନ ହେବା

ଓଜନ କମିଯିବା

ଦୁର୍ବଳ ଲାଗିବା

ଏଭଳି କୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ଦେଖାଇବା ଦରକାର।

ଅଧିକ ପଢ଼ନ୍ତୁ: ପାଇରିଆର ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣନ୍ତୁ

ପାଟିରେ କ୍ୟାନ୍‌ସର ହେଲେ କେମିତି ଚିହ୍ନିବେ? (Diagnosis of oral cancer in Odia)

ପାଟିରେ କ୍ୟାନ୍‌ସର ହୋଇଛି କି ନାହିଁ ଚିହ୍ନିବା ପାଇଁ ଏଫ୍‌ଏନ୍‌ଏସି ଓ ବାୟୋପ୍ସି ପରୀକ୍ଷା କରାଯାଏ। ଯଦି ପାଟିରେ ଘା’ ହୋଇଛି ବା କିଛି ମାଂସ ବଢ଼ିଛି, ତାହାହେଲେ ଏଫ୍‌ଏନ୍‌ଏସି ପରୀକ୍ଷା କରାଯାଏ। ଯଦି ପାଟିରେ ଅଧିକ ବଡ଼ ମାଂସ ବଢ଼ିଛି, ତେବେ ସେହି ମାଂସକୁ କାଢ଼ି ପାଥୋଲୋଜି ପରୀକ୍ଷା ପାଇଁ ପଠାଯାଏ।

ଓରାଲ କ୍ୟାନ୍‌ସରର ଚିକିତ୍ସା (Treatment of oral cancer in Odia)

ଗୁଟ୍‌ଖା, ପାନ, ମଦ, ସିଗାରେଟ୍‌ ଆଦିରୁ ନିବୃତ୍ତ ରହନ୍ତୁ। ମୁଖ ଗହ୍ୱର କର୍କଟର କୌଣସି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

କର୍କଟ କୋଷ ଗୋଟେ ଜାଗାରେ ହୋଇଥିଲେ, ଏହା ବହୁତ ଶୀଘ୍ର ଅନ୍ୟ ଅଙ୍ଗକୁ ବ୍ୟାପିଯାଏ। ଦ୍ୱିତୀୟ ପର୍ଯ୍ୟାୟରେ ମାଂସ ବଢ଼ିଥିବା ଜାଗାକୁ କାଟିଦେଇଥାଉ ଫଳରେ ତାହା ଅନ୍ୟ ଅଙ୍ଗକୁ ବ୍ୟାପି ନଥାଏ। ଏହାପରେ କେମୋଥେରାପି ଓ ରେଡିଓଥେରାପି ଦିଆଯାଏ।

ଓରାଲ କ୍ୟାନ୍‌ସରକୁ ରୋକିପାରିବା କି? (Prevention of oral cancer in Odia)

ପାନ, ଗୁଟ୍‌ଖା, ମଦ, ବିଡ଼ି, ସିଗାରେଟ୍‌ ଆଦିର ଅଭ୍ୟାସ ଛାଡ଼ନ୍ତୁ।

ଯଦି ବି କେବେ ପାନ, ଗୁଟ୍‌ଖା ବା ଅନ୍ୟ କୌଣସି ମାଦକଦ୍ରବ୍ୟର ଅଭ୍ୟାସ ଅଛି, ତେବେ ସେଥିରୁ ନିବୃତ୍ତ ରହି ଡାକ୍ତରଙ୍କୁ ଦେଖାନ୍ତୁ।

ନିୟମିତ ବ୍ୟବଧାନରେ ଦାନ୍ତର ଓ ପାଟିର ପରୀକ୍ଷା କରାନ୍ତୁ।

ଅତ୍ୟଧିକ ଗରମ ଜିନିଷ ଖାଆନ୍ତୁ ନାହିଁ।

ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)

ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।

ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।

ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।

ବାହାର ଜିନିଷ କମ୍‌ ଖାଆନ୍ତୁ।
ଖରାକୁ ବାହାରୁଥିଲେ ଏସ୍‌ପିଏଫ୍‌ ଯୁକ୍ତ ଲିପ୍‌ବାମ୍‌ ଲଗାଇ ବାହାରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Oral Cancer, in Odia language, is based on an extensive interview with a Dental Surgeon Dr Dibya Lochan Swain.