ବୟସ ବଢ଼ିବା ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ତନ୍ମଧ୍ୟରୁ ଆଣ୍ଠୁଗଣ୍ଠି ବ୍ୟଥା ଏକ ଅନ୍ୟତମ। ବୟସ୍କମାନଙ୍କ ଆଣ୍ଠୁଗଣ୍ଠି ବ୍ୟଥା ଏକ ସାଧାରଣ ସମସ୍ୟା, କିନ୍ତୁ ଅତ୍ୟନ୍ତ କଷ୍ଟଦାୟକ।

ରୋଗୀ ଚଲାବୁଲା କରିବା, ପାହାଚ ଚଢ଼ିବା, ବସିବା, ଉଠିବା ଇଦ୍ୟାଦି କରିବାରେ କଷ୍ଟ ଅନୁଭବ କରେ। ଏହାର ସଠିକ କାରଣ ଜଣାନାହିଁ। ଉଭୟ ସ୍ତ୍ରୀ ଓ ପୁରୁଷଙ୍କ କ୍ଷେତ୍ରରେ ଚାଳିଶ ବା ପଚାଶ ବର୍ଷ ପରେ ଆଣ୍ଠୁଗଣ୍ଠି ହାଡ଼କୁ ଚକକ୍କରିଆ କାର୍ଟିଲେଜ ଆବୃତ୍ତ କରି ରଖିଥାଏ। ଅଷ୍ଟିଓ ଆର୍ଥ୍ରାଇଟିସ୍‌ରେ ଏହା କ୍ଷୟପ୍ରାପ୍ତ ହୁଏ। ରୋଗୀ କାର୍ଯ୍ୟ କରିସାରିଲା ପରେ କଷ୍ଟ ଅନୁଭବ କରେ। କ୍ରମଶଃ ଆଣ୍ଠୁଗଣ୍ଠିରେ ଫୁଲା ସୃଷ୍ଟି ହୁଏ। ଫଳରେ ରୋଗୀ ସର୍ବାଧିକ କଷ୍ଟ ଅନୁଭବ କରେ। ଆସ୍ତେ ଆସ୍ତେ ଫୁଲା କମିଯାଏ ଓ ଗଣ୍ଠି ଶକ୍ତ ହୋଇଯାଏ। ଯାହାଦ୍ୱାରା ରୋଗୀ ଚାଲିବା, ବସିବା, ଉଠିବା, ପାହଚ ଚଢ଼ିବା ଇତ୍ୟାଦିରେ କଷ୍ଟ ଅନୁଭବ କରେ। କ୍ରମଶଃ ଆଣ୍ଠୁ ଅଧିକ କ୍ଷୟପ୍ରାପ୍ତ ହେଲେ ରୋଗୀ ସର୍ବଦା ଅତ୍ୟନ୍ତ କଷ୍ଟ ଅନୁଭବ କରେ। ଆଣ୍ଠୁ, ଗଣ୍ଠି ଅନ୍‌ଷ୍ଟେବୁଲ୍ ହୋଇଯାଏ ଅଷ୍ଟିଓବୁଲ୍ ହୋଇଯାଏ।

ଅଧିକ ପଢ଼ନ୍ତୁ: ମଜଭୁତ ହାଡ଼ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଅଷ୍ଟିଓ ଆର୍ଥ୍ରାଇଟିସ୍ ଏକ ବୟସ ଜନିତ ରୋଗ ଏବଂ ଏହାର ଯଥାର୍ଥ କାରଣ ଜଣାନଥିବାରୁ ଏହାର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନାହିଁ। ଫିଜିଓଥେରାପି ବୟସ୍କମାନଙ୍କ ଆଣ୍ଠୁଗଣ୍ଠି ବ୍ୟଥା ପାଇଁ ଅତ୍ୟନ୍ତ ଉପାଦେୟ। ଯାହାର ଗଣ୍ଠି ଉପରେ ଯେତେ ଅଧିକ ଚାପ ପଡ଼େ ତା’ର ଆଣ୍ଠୁ ସେତେ ଅଧିକ ଓ ସେତେ ଶୀଘ୍ର କ୍ଷୟପ୍ରାପ୍ତ ହୁଏ। ଗଣ୍ଠିକୁ ସୁରକ୍ଷିତ ରଖିବା ପାଇଁ ଏହା ଉପରେ ଚାପ ହ୍ରାସ କରିବା ନିହାତି ଆବଶ୍ୟକ। ଏଥିପାଇଁ ମୋଟା ବ୍ୟକ୍ତିଙ୍କୁ ଓଜନ ହ୍ରାସ କରିବା ଦରକାର। ଆଣ୍ଠୁ ଯେତେ ଅଧିକ ଭାଙ୍ଗିବା ଏହା ଉପରେ ସେତେ ଅଧିକ ଚାପ ପଡ଼େ। ଏଥିପାଇଁ ଜଣେ ଆଣ୍ଠୁ ଭାଙ୍ଗି କୌଣସି କାର୍ଯ୍ୟ କରିବା ଅନୁଚିତ୍। ଯଥା ତଳେ ବସିବା। ଉପରେ ବସିଲାବେଳେ ଆଣ୍ଠୁ ସିଧା ନ କରି ବସିଲେ କମୋଡ୍ ପାଇଖାନା ବ୍ୟବହାର କରିବା ଉଚିତ୍।

ପାହାଚ ଚଢ଼ିବା, ଛିଡ଼ା ହେବା ଚାଲିବା ଇତ୍ୟାଦି ଯେତେ ନ କରିବେ ସେତେ ଭଲ। ନିଜକୁ ଫିଟ୍ ରଖିବା ପାଇଁ ଓଜନ ହ୍ରାସ କରିବା ପାଇଁ ଚଲାବୁଲା ଏକମାତ୍ର ଉପାୟ ନୁହେଁ। ବେଡରେ ବିମ୍ବା ପହିଆରେ ଶୋଇ ମଧ୍ୟ କସରତ କରାଯାଇପାରେ, ଯାହାଦ୍ୱାରା ଆଣ୍ଠୁ ଉପରେ ଚାପ ପଡ଼େ ନାହିଁ। ପହଁରିବା ସର୍ବୋକୃଷ୍ଣ କସରତ ଆଣ୍ଠୁ ଚାରିକଡରେ ମାଂସପେଶୀ ଯେତେ ଶକ୍ତିଶାଳୀ ହେବ ଆଣ୍ଠୁ ଉପରେ ସେତେ କମ୍ ଚାପ ପଡ଼ିବ। ଅଷ୍ଟିଓ ଆର୍ଥ୍ରାଇଟିସ୍‌ରେ କ୍ୟାପସୁଲ୍ ଓ ମାଂସପେଶୀ ଛୋଟ ହୋଇ ଯାଇଥାନ୍ତି। ସେମାନଙ୍କୁ କସରତ ମାଧ୍ୟମରେ ଲମ୍ବା କରିବା ଦରକାର। କ୍ୟାପସୁଲ୍ ହାଇଷ୍ଟ୍ରିଙ୍ଗ୍, କାଫ୍, ମସଲ୍, ଜଙ୍ଘର ଭିତର ପାଖରେ ଥିବା ମାଂସପେଶୀ ଇଦ୍ୟାଦିକୁ ଷ୍ଟ୍ରେିଚିଂ କରି ଲମ୍ବା କରାଯିବା ଦରକାର। ଚିତ୍‌ ହୋଇ ଶୋଇ ବା ଗୋଡ ଲମ୍ବେଇ ବସି ଗୋଇଠି ତଳେ ତକିଆ ଦେଇ ଓ ଆଣ୍ଠୁ ଉପରେ ବାଲି ବ୍ୟାଗ ରଖିଲେ କ୍ୟାପସୁଲ୍ ଷ୍ଟ୍ରେଚ ହୁଏ। ଏହା କଲାବେଳେ ଗୋଡ଼ଟା ଯେପରି ବାହାରକୁ ନ ବୁଲି ସିଧା ରହେ ସେଥିପ୍ରତି ଯତ୍ନଶୀଳ ରହିବ।

ଅଧିକ ପଢ଼ନ୍ତୁ: ଗଣ୍ଠିବାତ ରୋଗ କାହିଁକି ହୁଏ? ଏହାର ନିରାକରଣ ସମ୍ପର୍କରେ ଜାଣନ୍ତୁ

  • ବାମ ଗୋଡ଼ରେ ଠିଆହୋଇ ଡାହାଣ ଗୋଡ଼ର ଆଣ୍ଠୁ ସିଧା କରି ଖଟ ଉପରେ ରଖନ୍ତୁ ଓ ବାମ ହାତରେ ଡାହାଣ ପାଦକୁ ଛୁଇଁବା ପାଇଁ ଚେଷ୍ଟା କରନ୍ତୁ, ଯେପରି ଆଣ୍ଠୁ ତଳ ଟାଣି ହେଲାପରି ଲାଗିବ। ଏହିପରି ୧ରୁ ୨ ମିନିଟ୍ ରହିଲେ ହାମଷ୍ଟ୍ରିଙ୍ଗ୍ ଷ୍ଟ୍ରେଚ୍ ହୋଇଥାଏ।
  • ଛିଡ଼ାହୋଇ ଆଣ୍ଠୁ ସିଧାକରି ଦୁଇଗୋଡ଼କୁ ମେଲା କଲେ ଜଙ୍ଘ ଭିତର ପାର୍ଶ୍ୱରେ ଥିବା ମାଂସପେଶୀ ଗୋଇଠିକୁ ତଳକୁ ଚାପିଲେ କାଫ୍ ମସଲ୍ ଷ୍ଟ୍ରେଚ୍ ହୁଏ।
  • ଗୋଡ଼ ଲମ୍ବାଇ ବସି କିମ୍ବା ଶୋଇ ଆଣ୍ଠୁକୁ ତଳକୁ ୫ ସେକେଣ୍ଡ ପାଇଁ ଚାପନ୍ତୁ ଏବଂ ଢ଼ିଲା କରନ୍ତୁ। ଏହିପରି ବାରମ୍ବାର କଲେ ଜଙ୍ଘ ସାମ୍ନାରେ ଥିବା କ୍ୱାଡ୍ରିସେପ୍ ମସଲ୍ ଶକ୍ତିଶାଳୀ ହୁଏ। ଏହିପରି ଜଣେ ଛିଡାହୋଇ, ଶୋଇ ଓ ଗୋଡ ଲମ୍ବାଇ ବସି ଯେତେ ଅଧିକ ଥର କରିପାରିବ ସେତେ ଅଧିକ ଭଲ।
  • ଚିତ୍‌ହୋଇ ଶୋଇ ଗୋଟିଏ ଛୋଟ ବାଲି ବ୍ୟାଗ୍ ପାଦ ଉପରେ ରଖି, ଆଣ୍ଠୁ ସିଧାରଖି, ଗୋଡ଼ ଉପରକୁ ଉଠାନ୍ତୁ ଏବଂ ଆସ୍ତେ ଆସ୍ତେ ଗୋଡ଼ ତଳକୁ କରନ୍ତୁ। ଏହିପରି ବାରମ୍ବାର କଲେ ଜଙ୍ଘର ସମ୍ମୁଖ ଭାଗରେ ଥିବା କ୍ୱାଡ୍ରିସେପ୍ ମାଂସପେଶୀ ଶକ୍ତିଶାଳୀ ହୁଏ।
  • ଯନ୍ତ୍ରଣା ଉପଶମ ପାଇଁ ପିଜିଓଥେରାପୀ ବିଭାଗରେ ଟିଇଏନ୍ଏସ୍, ଆଇଏଫ୍‌ଟି ଆଦି ଇଲେକ୍ଟ୍ରିକାଲ ଷ୍ଟିମ୍ୟୁଲେସନ୍ ବୈଦ୍ୟୁତିକ ଚିକିତ୍ସା ଓ ୟୁଏସ୍, ଏସଡବ୍ଲ୍ୟୁଡି ଉତ୍ତାପ ଚକିତ୍ସା ମୋବିଲାଇଜେସନ୍ ମାନିପୁଲେସନ୍ ଟ୍ରେନିଂ ଦିଆଯାଏ। ମାନିପୁଲେସନ୍ ଓ ମୋବିଲାଇଜେସନ୍ ଦ୍ୱାରା ଆଣ୍ଠୁ ଚଳନକ୍ଷମ ହୁଏ। ଯନ୍ତ୍ରଣା ହ୍ରାସ ପାଏ। ଗଣ୍ଠିରେ ଆଲାଇନମେଣ୍ଟ ଯଥାସାଧ୍ୟ ସଠିକ୍ କରାଯାଏ। ଜୋତା ମଡିଫିକେସନ କରିବା ଦ୍ୱାରା ଆଣ୍ଠୁ ଉପରେ ଚାପ ନିୟନ୍ତ୍ରଣ କରାଯାଇପାରେ। ଅଧିକ କ୍ଷୟପ୍ରାପ୍ତ ଆଣ୍ଠୁ ପାଇଁ ଅର୍ଥୋସିସ୍ ସହାୟତା ଦିଆଯାଏ।