ଅଧିକ ପଢ଼ନ୍ତୁ: ବୟସ ବଢ଼ିଲେ କାହିଁକି ହୁଏ ଆଣ୍ଠୁଗଣ୍ଠି ସମସ୍ୟା?

ମଜଭୁତ ହାଡ଼ ପାଇଁ ସବୁଠୁ ଜରୁରୀ ହେଉଛି ଭିଟାମିନ୍‌ ଡି। ଏହା ମୁଖ୍ୟତଃ ସୂର୍ଯ୍ୟଙ୍କ କିରଣରୁ ଓ ଖାଦ୍ୟରୁ ମିଳିଥାଏ। ଶରୀରରେ ଭିଟାମିନ୍‌ ଡିର ଅଭାବ ଦୂର କରିବା ପାଇଁ ଖାଦ୍ୟରେ ସବୁଜ ପନିପରିବା, ଡ୍ରାଏ ଫ୍ରୁଟ୍ସ ଓ ଭିଟାମିନ୍ ଡି ଏବଂ ମିନେରାଲ୍ସର ଆବଶ୍ୟକତା ରହିଛି।

ମଜଭୁତ ହାଡ଼ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି କ୍ୟାଲ୍‌ସିୟମ୍‌। କିନ୍ତୁ, କେବଳ କ୍ୟାଲସିୟମ୍‌ ଖାଇବା ଦ୍ୱାରା ହାଡ଼ ମଜଭୁତ ହୋଇଥାଏ ବୋଲି ଭାବିବା ଭୁଲ। କାରଣ ହାଡ଼ରେ କ୍ୟାଲ୍‌ସିୟମ୍‌ ଭର୍ତ୍ତି କରିବା ପାଇଁ ଭିଟାମିନ୍‌ ଡିର ଆବଶ୍ୟକତା ରହିଛି।

ବ୍ରୋକୋଲି, କଖାରୁ ମଞ୍ଜି, ଡ୍ରାଏଫ୍ରୁଟ୍ସ, ପିଆଜ, କମଳା, କ୍ଷୀର ଏବଂ କ୍ଷୀର ଜାତୀୟ ଖାଦ୍ୟରେ କ୍ୟାଲ୍‌ସିୟମ୍‌ ପ୍ରଚୁର ପରିମାଣରେ ଥାଏ।

ଅଧିକ ପଢ଼ନ୍ତୁ: ଗଣ୍ଠିବାତ ରୋଗ କାହିଁକି ହୁଏ? ଏହାର ନିରାକରଣ ସମ୍ପର୍କରେ ଜାଣନ୍ତୁ

କ୍ୟାଲ୍‌ସିୟମ୍‌ ଓ ଭିଟାମିନ୍ ଡି ଭଳି ହାଡ଼ ପାଇଁ ପ୍ରୋଟିନ୍‌ ମଧ୍ୟ ଜରୁରୀ। ପ୍ରୋଟିନ୍‌ ପାଇଁ ଅଙ୍କୁରିତ ଡାଲି, ଅଣ୍ଡା, ଚିକେନ୍‌ ଓ ସୋୟାବିନ୍‌କୁ ନିଜ ଡାଏଟ୍‌ରେ ସାମିଲ କରନ୍ତୁ।

ହାଡ଼ର କ୍ଷୟକୁ ରୋକିବାରେ ସାହାଯ୍ୟ କରେ ଭିଟାମିନ୍‌ କେ। ପତ୍ରଯୁକ୍ତ ସବୁଜ ପନିପରିବା, ମଟର, ଡାଲିରେ ଭିଟାମିନ୍‌ କେ’ର ଉତ୍ତମ ଉତ୍ସ।

ଖାଦ୍ୟ ଛଡ଼ା ଶରୀରକୁ ବିଶ୍ରାମର ମଧ୍ୟ ଆବଶ୍ୟକତା ଅଛି। ଏହାଦ୍ୱାରା ଶରୀରକୁ ଉପଯୁକ୍ତ ପୋଷଣ ମିଳିଥାଏ।

ଏହା ବ୍ୟତୀତ, ହାଡ଼କୁ ଦୁର୍ବଳ କରୁଥିବା ଜିନିଷଠାରୁ ଦୂରରେ ରହନ୍ତୁ। ମଦ୍ୟପାନ, ଧୂମପାନ, ସୋଡ଼ା, କୋଲ୍‌ଡ୍ରିଙ୍କ, ଏବଂ କଫିନ୍ ଯୁକ୍ତ ଜିନିଷ ଖାଆନ୍ତୁ ନାହିଁ। ଅଧିକ ଲୁଣ ଖାଇବା ଦ୍ଵାରା ପରିସ୍ରା ମାଧ୍ୟମରେ କ୍ୟାଲ୍‌ସିୟମ ବାହାରିଯାଇଥାଏ, ତେଣୁ ଖାଦ୍ୟରେ ଲୁଣର ମାତ୍ରା କମ୍‌ କରନ୍ତୁ।