ଅଧିକ ପଢ଼ନ୍ତୁ: ଡାଏବେଟିସ୍‌ ରୋଗୀ ଧ୍ୟାନ ଦିଅନ୍ତୁ: ଟମାଟ ସସ୍‌ରେ ଟମାଟ କମ୍‌ ଚିନି ବେଶୀ

କେବଳ ଖାଦ୍ୟରେ ସ୍ୱାଦ ଭରେ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ବି ହିତକର ଟମାଟ। ଏଥିରେ ୯୫ ପ୍ରତିଶତ ଜଳ, ୫ ପ୍ରତିଶତ କାର୍ବୋହାଇଡ୍ରେଟ୍‌ ଓ ଫାଇବର ରହିଛି। ଟମାଟରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏ, ଭିଟାମିନ୍‌ ସି, ଭିଟାମିନ୍‌ କେ, ଭିଟାମିନ୍‌ ବି-୬, ଫୋଲେଟ୍‌, ଥାୟାମିନ୍‌, ପୋଟାସିୟମ୍‌, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍‌ ଭରି ରହିଛି। ଏହାଛଡ଼ା ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟିକାର୍ସିନୋଜେନିକ୍‌ ଗୁଣରେ ଭରପୂର ରହିଛି ଟମାଟ।

ଚର୍ବି ନିୟନ୍ତ୍ରଣ କରେ

ଚର୍ବି ବା ମୋଟାପଣ ଦୂର କରିବାରେ ଟମାଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରତିଦିନ ଖାଦ୍ୟରେ ଏହାକୁ ବ୍ୟବହାର କରିବା ଦ୍ୱାରା ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ। ଟମାଟରେ ଥିବା ଲିକ୍ଲୋପେନ ନାମକ ପୋଷଣ ଶରୀରରେ ଥିବା କୋଷିକାଗୁଡିକର ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ।

ସୌନ୍ଦର୍ଯ୍ୟ ଓ କେଶ ପାଇଁ ଲାଭଦାୟକ

ବର୍ତ୍ତମାନ ବଢ଼ୁଥିବା ପ୍ରଦୂଷଣ କାରଣରୁ ତ୍ଵଚା ଓ କେଶ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଖାଦ୍ୟରେ ଟମାଟ ସାମିଲ କରିବା ଦ୍ୱାରା ପ୍ରଦୂଷଣ ଓ ସୂର୍ଯ୍ୟକିରଣରୁ ହେଉଥିବା କ୍ଷତିରୁ ତ୍ଵଚାକୁ ରକ୍ଷା ମିଳିଥାଏ।

ଅଧିକ ପଢ଼ନ୍ତୁ: ଶରୀରକୁ ସୁସ୍ଥ ରଖିଥାଏ ଟମାଟୋ ସୁପ୍, ଜାଣନ୍ତୁ ଏହାର ଉପକାରିତା

ମଧୁମେହ ନିୟନ୍ତ୍ରଣ

ଟମାଟରେ ମିନେରାଲ୍ସ ପ୍ରଚୁର ପରିମାଣରେ ରହିଛି ଯାହାକୁ ସାଧାରଣତଃ କ୍ରୋମିୟମ କହନ୍ତି। ଏହା ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରିତ କରି ଥାଏ। ଏଣୁ ମଧୁମେହରେ ପୀଡ଼ିତ ଲୋକ ନିଜ ଖାଦ୍ୟ ତାଲିକାରେ ଟମାଟକୁ ସାମିଲ କରନ୍ତୁ।

ପାଚନ ଠିକ୍‌ ରଖେ

ଟମାଟ ପାଚନ ଶକ୍ତିକୁ କ୍ରିୟାଶୀଳ କରିଥାଏ। ଟମାଟ ଖାଇବା ଦ୍ୱାରା ପେଟରେ ସୃଷ୍ଟି ହେଉଥିବା ଗ୍ୟାସକୁ ରୋକି ହୁଏ। ଯଦି କେବେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ ଖାଇ ସାରିବା ପରେ କିଛି ଟମାଟ ଖାଇବା ଦ୍ୱାରା କୌଣସି ପ୍ରକାର ଗ୍ୟାସ୍‌ ସମସ୍ୟା ଦେଖାଯାଇ ନଥାଏ।

ଶରୀରକୁ ରଖେ ସୁସ୍ଥ

ରୋଗ ପ୍ରତିରକ୍ଷା ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରେ ଟମାଟ। ଏଥିରେ ଥିବା ଭିଟାମିନ-ସି ଶରୀରକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିଥାଏ ଓ ରୋଗମୁକ୍ତ ରଖିଥାଏ।