ଅଧିକ ପଢ଼ନ୍ତୁ: ଖାଆନ୍ତୁ ଏହି ଖାଦ୍ୟ – ଓଜନ ନିୟନ୍ତ୍ରଣରେ ରହିବ

ଟମାଟ ସସ୍‌ ନୁହେଁ ଆପଣ ଖାଉଛନ୍ତି ପୁଳାଏ ପୁଳାଏ ଚିନି। ତେବେ, ଜାଣନ୍ତୁ ଶରୀର ପାଇଁ କେତେ କ୍ଷତିକାରକ ଟମାଟ ସସ୍‌।

ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଟମାଟ କେଚ୍‌ଅପ୍‌ ବା ଟମାଟ ସସ୍‌ ଖାଇବାକୁ ପସନ୍ଦ କରିଥା’ନ୍ତି। ପିଜା, ସାଣ୍ଡଓ୍ୱିଚ୍‌, ପାଉଁରୁଟି, ନୁଡୁଲ୍ସ, ରୋଲ, ବର୍‌ଗର୍‌, ଫ୍ରେନ୍‌ଚ ଫ୍ରାଇଜ୍‌ ଭଳି ଖାଦ୍ୟରେ ଟମାଟ ସସ୍‌ ମିଶାଇ ଖାଇଲେ ଏହାର ସ୍ଵାଦ ଦ୍ୱିଗୁଣିତ ହୋଇଯାଏ। ହେଲେ ଆପଣ ଜାଣିଛନ୍ତି କି? ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ?

ଟମାଟ କେଚ୍‌ଅପ୍‌କୁ ସ୍ୱାଦିଷ୍ଟ ବଢ଼ାଇବା ପାଇଁ ଏଥିରେ ଚିନି ଓ ସୋଡିୟମ୍‌କୁ ମିଶାଯାଇଥାଏ। ଲମ୍ବା ସମୟ ଧରି ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ହୋଇଥାଏ।

ଜାଣିଲେ ଅଶ୍ଚର୍ଯ୍ୟ ହେବେ ଯେ, ଗୋଟିଏ ଚାମଚ ଟମାଟ ସସ୍‌ରେ ଗୋଟେ ବିସ୍କୁଟ୍‌ ଓ ଗୋଟେ ଚକୋଲେଟ୍‌ଠାରୁ ଅଧିକ ଚିନି ଥାଏ।

ଲୋକେ ଭାବନ୍ତି, ଟାମାଟ ସସ୍‌ରେ ଯେହେତୁ ଟମାଟ ମିଶିଛି, ଏହା ସ୍ୱାସ୍ଥ୍ୟ ପାଇଁ ଭଲ। ହେଲେ ଟମାଟ ସସ୍‌କୁ ଅଧିକ ଦିନ ଧରି ସତେଜ ରଖିବା ପାଇଁ ଏଥିରେ ବିଭିନ୍ନ କେମିକାଲ ମିଶିଥିବା କଥା ବହୁତ କମ୍‌ ଲୋକ ଭାବିଥିବେ। ଅଧିକ ଟମାଟ ସସ୍‌ ଖାଇବା ଦ୍ୱାରା ମଧୁମେହ ଓ ମୋଟାପଣ ଭଳି ସମସ୍ୟା ହୋଇଥାଏ।

ଅଧିକ ପଢ଼ନ୍ତୁ: ଖାଲି ପେଟରେ ଏହି ଖାଦ୍ୟ ଖାଆନ୍ତୁ ନାହିଁ

ଟମାଟୋ ସସ୍‌ ତିଆରି କରିବା ପାଇଁ ଡିଷ୍ଟିଲ୍‌ ଭିନେଗାର ଏବଂ ଚିନି ଅଧିକ ମାତ୍ରାରେ ମିଶିଥାଏ। ଯାହା ଡାଏବେଟିସ୍‌ ରୋଗୀଙ୍କ ପାଇଁ ହାନିକାରକ।

ଟମାଟୋ ସସ୍‌ ତିଆରି କରିବା ପାଇଁ ପ୍ରଥମେ ଟମାଟକୁ ରନ୍ଧାଯାଇ ଟମାଟୋ ଚୋପା କଢ଼ାଯାଏ ଏବଂ ପୁଣି ଟମାଟକୁ ରନ୍ଧାଯାଏ। ଏହାକୁ ଉଚ୍ଚ ତାପମାତ୍ରାରେ ବାରମ୍ବାର ରନ୍ଧା ଯାଉଥିବାରୁ, ସେଥିରେ ଥିବା ଭିଟାମିନ୍‌ ଓ ମିନେରାଲ୍ସ ବାହାରିଯାଏ।

ଟମାଟୋ କେଚ୍‌ଅପ୍‌ର ମୁଖ୍ୟ ଉପାଦାନ ହେଉଛି ଫ୍ରୁଟୋଜ୍‌ କର୍ଣ୍ଣ ସିରପ୍‌, ଯାହା ଶରୀର ପାଇଁ ଅସ୍ୱାସ୍ଥ୍ୟକର। ପ୍ରୁଟୋଜ୍‌ ଶରୀରରେ ରକ୍ତ ଶର୍କରା ବୃଦ୍ଧିକରିବା ସହ ମୋଟାପଣ, ଡାଏବେଟିସ୍‌, ହୃଦରୋଗ ସମସ୍ୟାର କାରଣ ହୋଇଥାଏ।

ଟମାଟ ସସ୍‌ରେ ଭିଟାମିନ୍‌, ମିନେରାଲ୍ସ, ଫାଇବର ବିଲ୍‌କୁଲ ନଥାଏ। ଏଥିରେ ଚିନି ଓ ସୋଡିୟମ୍‌ର ମାତ୍ରା ଅଧିକ ଥାଏ। ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଟମାଟୋ ସସ୍‌ ଖାଇବାକୁ ପସନ୍ଦ କରୁଥିବା ଲୋକେ ଘରେ ତାଜା ସସ୍‌ ତିଆରି କରି ଖାଇପାରିବେ