ଶୂଚୀବାଇ ରୋଗ କ’ଣ? ଏହାର କାରଣ ଓ ଚିକିତ୍ସାକୁ କ’ଣ? ମାନସିକ ରୋଗ ବିଶେଷଜ୍ଞ  ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (OBSESSIVE COMPULSIVE DISORDER: CAUSE, SYMPTOMS AND TREATMENT IN ODIA)

ଶୂଚୀବାଇ ହେଉଛି ଏକ ମାନସିକ ରୋଗ। ଏହି ରୋଗରେ ଭାବନା, ଅନୁଭବ ବା ଧାରଣା ମନ ଭିତରକୁ ଜୋରଜବରଦସ୍ତ ପଶିଆସେ। ଫଳରେ ରୋଗୀ ମଧ୍ୟରେ ଦୃଢ଼ ଆଗ୍ରହ, ଚିନ୍ତା ବା ଉଦ୍‌ବେଗ ବଢ଼ାଇଦେଇଥାଏ। ଫଳରେ ରୋଗୀ ଅଜାଣତରେ ଗୋଟିଏ କାର୍ଯ୍ୟକୁ ବାରମ୍ବାର କରୁଥାଏ। ଯେପରିକି ଅତ୍ୟଧିକ ସଫାସତୁରା ରହିବା, ବାରମ୍ବାର ଗଣନା କରିବା ଇତ୍ୟାଦି। ସାଧାରଣତଃ ୨୦ ବର୍ଷ ବୟସରେ ଶୂଚୀବାଇ ରୋଗ ଦେଖାଯାଏ ଏବଂ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ସମସ୍ୟା ହୋଇଥାଏ।

Obsessive compulsive disorder

ଶୂଚୀବାଇ ରୋଗର କାରଣ କ’ଣ? (What is the cause of Obsessive compulsive disorder in Odia)

ଶୂଚୀବାଇ ରୋଗ ନ୍ୟୁରୋ ଟ୍ରାନ୍ସମିଟର, ବଂଶଗତ କାରଣ ଯୋଗୁଁ ହୋଇପାରେ।

ଯଦି କୌଣସି ପରିବାରରେ କାହାକୁ ଶୂଚୀବାଇ ରୋଗ ଥାଏ, ତେବେ ସେମାନଙ୍କ ପିଲାଙ୍କୁ ହେବାର ଆଶଙ୍କା ଅଧିକ।

Obsessive compulsive disorder

ଶୂଚୀବାଇ ରୋଗର ଲକ୍ଷଣ (Symptoms of Obsessive compulsive disorder in Odia)

ଭିନ୍ନ ଭିନ୍ନ ବୟସର ଲୋକଙ୍କଠାରେ ଶୂଚୀପାଇ ରୋଗର ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଏ।

ସେମାନଙ୍କୁ ସବୁବେଳେ ଅପରକୋର ଲାଗିଥାଏ।

ସବୁବେଳେ ଧୋଇ ହୁଅନ୍ତି।

ରାସ୍ତାରେ ଯିବାବେଳେ ସେମାନଙ୍କୁ ଲାଗିଥାଏ ଯେ ଅପରିଷ୍କାର ହୋଇଛି, ତେଣୁ ସେମାନେ ରାସ୍ତାର ମଝିରେ ଯିବା ଆସିବା କରନ୍ତି।

ସବୁ ଜିନିଷ ଧୁଆଧୁଇ କରିବା।

ସବୁବେଳେ ସବୁ ଜିନିଷକୁ ବାରମ୍ବାର ତର୍ଜମା କରିବେ।

ବାରମ୍ବାର ଟଙ୍କା ଗଣିବେ।

ଥରେ କବାଟ ବନ୍ଦ କରିଥିବେ, କିନ୍ତୁ ବାରମ୍ବାର ଚେକ୍‌ କରୁଥିବେ ଯେ କବାଟ ବନ୍ଦ ହୋଇଛି କି ନାହିଁ।

ଦାନ୍ତ ବାରମ୍ବାର ଘଷୁଥିବେ।

ଛୋଟ ଛୁଆଙ୍କ କ୍ଷେତ୍ରରେ ଶୂଚୀବାଇ ରୋଗର ଲକ୍ଷଣ

ପରିସ୍ରା କଲାବେଳେ ସେମାନଙ୍କୁ ଲାଗିଥାଏ ଯେ ଦେହରେ ପରିସ୍ରା ପଡ଼ିଯାଉଛି।

ସେମାନଙ୍କର ନକରାତ୍ମକ ଭାବନା ଆସିଥାଏ।

Obsessive compulsive disorder

କେମିତି ଚିହ୍ନିବା ଶୂଚୀବାଇ ରୋଗ? (How to diagnose OCD in Odia)

ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ଶୂଚୀବାଇ ରୋଗ ହୁଏ, ସେମାନେ ସିଧାସଳଖ ମାନସିକ ବିଶେଷଜ୍ଞଙ୍କ ପାଖକୁ ଯାଆନ୍ତି ନାହିଁ। ମନେକର, ଜଣେ ବ୍ୟକ୍ତି ଅଧିକ ସଫାସୁତରା ରହିବା ପାଇଁ ହାତ ଧୋଇ ଧୋଇ ଫଙ୍ଗାଲ ଇନଫେକ୍ସନ ହୋଇଯାଇଥାଏ। ଫଳରେ ସେମାନେ ଚର୍ମ ବିଭାଗ ଡାକ୍ତରଙ୍କ ପାଖକୁ ଯାଇଥା’ନ୍ତି। ଚର୍ମ ବିଭାଗ ଡାକ୍ତର ପରାମର୍ଶ ଦିଅନ୍ତି ଯେ ଫଙ୍ଗାଲ ଇନ୍‌ଫେକ୍ସନ ହୋଇଛି କିନ୍ତୁ ଏହା ବାରମ୍ବାର ହାତ ଧୋଇବା କାରଣରୁ ହୋଇଛି।

ଓ୍ୱାଇ ବକ୍ସ ସ୍କେଲ ମାଧ୍ୟମରେ ରୋଗୀର ଶୂଚୀବାଇ ରୋଗ ଅଛି କି ନାହିଁ ପରୀକ୍ଷା କରାଯାଏ। ଯଦି ଜଣେ ବ୍ୟକ୍ତିର ୧୫ରୁ ଅଧିକ ସ୍କୋର ରହୁଛି, ତେବେ ତାଙ୍କର ଶୂଚୀବାଇ ରୋଗ କୁହାଯାଉଛି।

ଡାକ୍ତରମାନେ ରୋଗୀଙ୍କୁ ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝନ୍ତି।

Obsessive compulsive disorder_handwash

ଶୂଚୀବାଇ ରୋଗର ଚିକିତ୍ସା (Treatment of OCD in Odia)

ଶୂଚୀବାଇ ରୋଗ ଥିବା ବ୍ୟକ୍ତିଙ୍କର ବ୍ୟବହାରିକ ଥେରାପି, ମେଡିସିନ୍‌ ଦେଇ ଚିକିତ୍ସା କରାଯାଏ। ରୋଗୀଙ୍କ ଅବସ୍ଥାକୁ ଦେଖି ଚିକିତ୍ସା କରାଯାଏ। ଏହି ସମସ୍ୟାରେ ପୀଡ଼ିତ ରୋଗୀମାନଙ୍କୁ ୬ମାସ ବା ତା’ଠାରୁ ଅଧିକ ସମୟ ଯାଏଁ ମେଡିସିନ୍‌ ଦିଆଯାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Obsessive compulsive disorder based on the interview with Dr. Suvendu Narayan Mishra, Psychiatrist.