ଅଧିକ ପଢ଼ନ୍ତୁ: ସଠିକ ହଜମର ୩ଟି ସରଳ ଉପାୟ

ବିଭିନ୍ନ ପୂଜା ବା ଶୁଭକାର୍ଯ୍ୟରେ ଦୁବ ଘାସକୁ ବ୍ୟବହାର କରାଯାଏ। ଏହା ଏକ ପ୍ରାକୃତିକ ମହୋଷଧି। ଦୁବରେ ଫାଇବର୍, ପ୍ରୋଟିନ୍, ଫସ୍‌ଫରସ୍, ପୋଟାସିୟମ୍, କ୍ୟାଲସିୟମ୍, ପ୍ରୋଟିନ୍‌ ଆଦି ପୋଷକ ତତ୍ୱ ଭରି ରହିଛି। ସୌନ୍ଦର୍ଯ୍ୟ ଉପଚାର, ହାଲିଆ ଲାଗିବା, ନିଦ ନ ହେବା ଭଳି ସମସ୍ତ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରେ ଦୁବ ଘାସ। ଆସନ୍ତୁ ଜାଣିବା ଦୁସ ଘାସର ଫାଇଦା ବିଷୟରେ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଅମ୍ଲ ପରିମାଣକୁ କମ୍ କରିଥାଏ ଦୁବ ଘାସ। ଫଳରେ ପାଚନ କ୍ରିୟା ଠିକ୍ ରହେ। କୋଷ୍ଠକାଠିନ୍ୟ ସମସ୍ୟାର ସମାଧାନ କରିଥାଏ ଘାସ।

ଦୁବ ଘାସ ରସକୁ ସାଧା ପାଣିରେ କିମ୍ବା ଚାଉଳ ଧୂଆ ପାଣିରେ ମିଶାଇ ପିଇଲେ ବାନ୍ତି ଭଲ ହୋଇଥାଏ।

ଶରୀରର କୋଲେଷ୍ଟ୍ରୋଲ ପରିମାଣକୁ କମ୍ କରିଥାଏ ଦୁବ ଘାସ।

ଅଧିକ ପଢ଼ନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଲେମ୍ବୁ ପାଣି

ଅତ୍ୟଧିକ ଗରମ ଯୋଗୁଁ ନାକରୁ ରକ୍ତସ୍ରାବ ହେଉଥିଲେ ଦୁବ ରସକୁ ନାକରେ ପକାଇଲେ ଲାଭ ମିଳିଥାଏ।

ଖଣ୍ଡିଆ ହୋଇଥିବା ଜାଗାରେ ଦୁବ ରସ ଲଗାଇଲେ ଶୀଘ୍ର ଘା’ ବା ଖଣ୍ଡିଆ ଭଲ ହୋଇଥାଏ।

ମାସିକ ୠତୁଚକ୍ର ବେଳେ ଅତ୍ୟଧିକ ରକ୍ତସ୍ରାବ ହେଲେ ବା ରକ୍ତସ୍ରାବ ଅଧିକ ଦିନ ଧରି ହେଲେ ଦୁବ ଘାସ ରସ ପିଇଲେ ଉପଶମ ମିଳିଥାଏ। ଏଥିପାଇଁ ଦୁଇ ଚାମଚ ଅରୁଆ ଚାଉଳକୁ ପାଣିରେ ବତୁରାଇ ଦିଅନ୍ତୁ। ଅଧଘଣ୍ଟା ପରେ ଅରୁଆ ଚାଉଳକୁ ଛାଣି ସେହି ପାଣିରେ ଦୁଇ ଚାମଚ ଦୁବ ରସ ମିଶାଇ ପିଅନ୍ତୁ। ଏହାଦ୍ୱାରା ଅଧିକ ରକ୍ତସ୍ରାବ କମିଥାଏ।

ମହିଳାମାନେ ଦହିରେ ଦୁବ ଘାସ ରସ ମିଶାଇ ସେବନ କଲେ ଯୌନ ସଂକ୍ରମଣ ତଥା ଗୁପ୍ତାଙ୍ଗ ଜ୍ୱଳନ ସମସ୍ୟା ହ୍ରାସ ପାଏ।

ଚର୍ମ ସଂକ୍ରମଣ, ଶୁଷ୍କ ତ୍ୱଚା ପାଇଁ ଦୁବରସରେ ମହୁ ମିଶାଇ ଲଗାନ୍ତୁ।

ଦୁବ ଘାସ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିମାଇକ୍ରୋବାଏଲ ତତ୍ୱ ରହିଛି, ଯାହାକି ବିଭିନ୍ନ ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।