ଜଣେ ବ୍ୟକ୍ତି କେବଳ ଖାଦ୍ୟ ଖାଇବା ଯଥେଷ୍ଟ ନୁହେଁ, ସେ କିପରି ଖାଦ୍ୟ ଖାଉଛନ୍ତି ତାହା ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ଠିକ ଖାଇବା, ସଠିକ ହଜମ ହେବା ଏବଂ ଅତ୍ୟଧିକ ଖାଇବା ରୋକିବା ପାଇଁ ଆପଣାନ୍ତୁ ୩ଟି ସରଳ ଉପାୟ।

lunch

ଜଣେ ବ୍ୟକ୍ତି ନିଜର ଆବଶ୍ୟକ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଖାଦ୍ୟ ଖାଇଥାଆନ୍ତି। ସଠିକ ଏବଂ ସୁସ୍ଥ ଖାଇବା ହେଉଛି ଉତ୍ତମ ସ୍ୱାସ୍ଥ୍ୟର ମୂଳଦୁଆ। ଆପଣଙ୍କ ଖାଦ୍ୟରେ କେତେ ପରିମାଣରେ ପୋଷଣ ରହିଛି ତାହା ଜାଣିବା ଆବଶ୍ୟକ। କିପରି ଖାଦ୍ୟର ସଠିକ ହଜମ ହୋଇପାରିବ ଏବଂ ଖାଦ୍ୟକୁ ଖାଇବା ସମୟରେ ଜଣେ ବ୍ୟକ୍ତି କେମିତି ଖାଦ୍ୟ ଖାଉଛି ସେଥିପ୍ରତି ଯତ୍ନବାନ ହେବା ଉଚିତ। ନିୟମିତ ଭାବେ ଖାଉଥିବା ଖାଦ୍ୟ ଉପରେ ନିଜର ନିୟନ୍ତ୍ରଣ ରହିଲେ ଶରୀର ଅସୁସ୍ଥ ହେବାର ଆଶଙ୍କାକୁ ଏଡ଼ାଯାଇପାରିବ।

ଅନେକ ସମୟରେ ଭୋକ ହେଉ କିମ୍ବା ଅଧିକ ସ୍ଵାଦ କାରଣରୁ ଆମେ ଅଜ୍ଞାତରେ ଅଧିକ ଖାଦ୍ୟ ଖାଇଦେଇଥାଉ। ଏପରି ଖାଇବା ଫଳରେ ଶରୀରକୁ ସଠିକ ମାତ୍ରରେ ପୋଷଣ ମିଳିପାରିନଥାଏ। ତେଣୁ ସବୁ ଖାଦ୍ୟ ମଧ୍ୟମ ପରିମାଣରେ ଖାଇବା, ଖାଇବା ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଚା କରିବା, ଭୋଜନରେ ବିଭିନ୍ନତା ଏବଂ ସନ୍ତୁଳନ ବଜାୟ ରଖିବା ଫଳରେ ଶରୀର ସର୍ବଦା ସୁସ୍ଥ ରହିଥାଏ।

correct sitting

କ୍ରସ୍-ଲେଗ୍ ବା ଚକା ମାଡ଼ି ବସି ଖାଆନ୍ତୁ

ଗୋଟିଏ ଦିନର ଯେକୌଣସି ସମୟରେ ଆପଣ ଚଟାଣରେ କିମ୍ଵା ତଳେ ଚକା ମାଡ଼ି ବସି ଖାଇବା ଖାଆନ୍ତୁ। କ୍ରସ୍-ଲେଗ୍ ବା ଚକା ମାଡ଼ି ବସି ଖାଇବା ଫଳରେ ପେଟରେ ରକ୍ତ ପ୍ରବାହକୁ ଠିକ ଭାବେ ହୋଇଥାଏ ଏବଂ ଖାଦ୍ୟ ଠିକ୍‌ ରୂପେ ହଜମ ହୋଇପାରେ।

ନୀରବରେ ଖାଆନ୍ତୁ

ଖାଇବା ସମୟରେ ପାଟି ନକରି ଖାଇବାକୁ ବଡ଼ ଲୋକମାନେ ପରାମର୍ଶ ଦେଇଥାଆନ୍ତି। ଭୋଜନ କରିବା ସମୟରେ ଖାଦ୍ୟ ଉପରେ ସଂପୂର୍ଣ୍ଣ ଧ୍ୟାନ ରହିବା ଆବଶ୍ୟକ। ଟିଭି ଦେଖିବା ସମୟରେ ଖାଦ୍ୟ ଖାଇବା ଏକ ଖରାପ ଆଭ୍ୟାସ। ଖାଇବା ସମୟରେ ଫୋନ, ଲାପଟପ, ବହି କିମ୍ବା ଖବରକାଗଜକୁ ମଧ୍ୟ ଦୂରରେ ରଖନ୍ତୁ। ଖାଇବା ପ୍ରତି ଧ୍ୟାନ ଦେବା ଫଳରେ ଆମେ ପ୍ରତିଦିନ କେତେ ମାତ୍ରରେ ପୋଷଣଯୁକ୍ତ ଖାଦ୍ୟ ଖାଉଛୁ ନିଜେ ଜାଣିପାରିଥାଉ।

eat healthy_1

 ଧୀରେ ଧୀରେ ଖାଆନ୍ତୁ

ଖାଦ୍ୟ ଧୀରେ ଧୀରେ ଖାଆନ୍ତୁ ଏବଂ ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଆନ୍ତୁ। ଭଲ ଭାବରେ ଚୋବାଇବା ଫଳରେ ଖାଦ୍ୟ ଛୋଟ ଛୋଟ ଟୁକୁରାରେ ପରିଣତ ହୋଇଯାଏ ଏବଂ ଭଲ ହଜମ ହୋଇପାରେ। ଖାଦ୍ୟକୁ ସଠିକ ଭାବରେ ଚୋବାଇବା ଦ୍ଵାରା ହଜମକାରୀ ଏନଜାଇମ କ୍ଷରିତ ହୁଏ ଯାହା ଖାଦ୍ୟର ସଠିକ୍ ହଜମ କରିବାରେ ଏବଂ ଖାଦ୍ୟରୁ ପୋଷକ ତତ୍ଵର ଗ୍ରହଣ କରି ସଠିକ କାର୍ଯ୍ୟରେ ଲଗାଇଥାଏ। ପାଟିରୁ ଖାଦ୍ୟର ଅଂଶ ପୁରାପୁରି ନ ସରିବା ପର୍ଯ୍ୟନ୍ତ ଆଉ ଖାଦ୍ୟ ଖାଆନ୍ତୁ ନାହିଁ।