ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ବ୍ଲାକ୍‌ କଫି। ଓଜନ ହ୍ରାସଠାରୁ ଆରମ୍ଭ କରି, ମେଟାବଲିଜିମ୍‌କୁ ତ୍ଵରାନ୍ୱିତ, ଯକୃତ ଓ ହୃଦୟକୁ ସୁସ୍ଥ ରଖିବାରେ ଏବଂ କର୍କଟର ଆଶଙ୍କାକୁ କମ୍‌ କରିବାରେ ସାହାଯ୍ୟ କରେ ବ୍ଲାକ୍‌ କଫି।

ଭିଟାମିନ୍‌ ବି-୨, ବି-୩, ବି-୫, ମାଙ୍ଗାନିଜ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌ ଭଳି ପୋଷକ ତତ୍ୱରେ ଭରପୂର ବ୍ଲାକ୍‌ କଫି।

ବ୍ଲାକ୍‌ କଫିରେ କ୍ଲୋରୋଜେନିକ୍‌ ଏସିଡ୍‌ ଥାଏ, ଯାହା ଶରୀରରେ ଗ୍ଲୁକୋଜ୍‌ ତିଆରିକୁ ଧୀର କରିଥାଏ। ଖାଇସାରିବା ପରେ ବ୍ଲାକ୍‌ କଫି ପିଇବା ଦ୍ୱାରା ଶରୀରରେ ଶର୍କରା କମ୍‌ କ୍ଷରଣ ହୋଇଥାଏ।

ବ୍ଲାକ୍‌ କଫିରେ କ୍ୟାଫିନ୍ର ମାତ୍ରା ଅଧିକ ଥାଏ, ଯାହା ମେଟାବଲିଜିମ୍‌କୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଥାଏ।

ବ୍ଲାକ୍‌ କଫିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ, ଯାହାକି ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

ଅଧିକ ପଢ଼ନ୍ତୁ: ଓଜନକୁ ନେଇ ଚିନ୍ତିତ କି? ସକାଳୁ ପିଅନ୍ତୁ ଜିରା ପାଣି

ବ୍ଲାକ୍‌ କଫିରେ ୦% ଫ୍ୟାଟ୍‌, ୦% କୋଲେଷ୍ଟ୍ରୋଲ, ୦% ସୋଡିୟମ୍‌, , ୦% କାର୍ବୋହାଇଡ୍ରେଟ୍‌, ୦% ଶର୍କରା, ୪% ପୋଟାସିୟମ୍‌ ଥାଏ। ତେଣୁ ନିୟମିତ ଏହାକୁ ପିଇବା ଦ୍ୱାରା ଓଜନ ବୃଦ୍ଧି ପାଇନଥାଏ।

ଅଧିକାଂଶ ଲୋକ ବ୍ୟାୟାମ କରିବା ପୂର୍ବରୁ ବ୍ଲାକ୍‌ କଫି ପିଇଥାଆନ୍ତି। ଏହାଦ୍ୱାରା ମେଟାବଲିଜିମ୍‌ ତ୍ୱରାନ୍ୱିତ ହୋଇଥାଏ ଓ ଶରୀରକୁ ଶକ୍ତି ମିଳିଥାଏ।

ଯଦି ଓଜନ ହ୍ରାସ କରିବା ପାଇଁ ବ୍ଲାକ୍‌ କଫି ପିଉଛନ୍ତି, ତେବେ ଏଥିରେ ଚିନି, କ୍ଷୀର, କ୍ରିମ୍‌ ଆଦି ମିଶାନ୍ତୁ ନାହିଁ।

ଜାଣିରଖନ୍ତୁ:

ଅତ୍ୟଧିକ ବ୍ଲାକ୍‌ କଫି ପିଇବା ଦ୍ଵାରା ଶରୀରରେ ଷ୍ଟ୍ରେସ୍‌ ହରମୋନ୍‌ ନିର୍ଗତ ହୋଇଥାଏ। ଫଳରେ ଏଙ୍ଗଜାଇଟି ଓ ଚାପ ବଢ଼ିଥାଏ।

ଅଧିକ କଫି ପିଇବା ଦ୍ୱାରା ଭଲ ନିଦ ହୋଇନଥାଏ। ତେଣୁ ଶୋଇବାର କିଛି ଘଣ୍ଟା ପୂର୍ବରୁ କଫି ପିଅନ୍ତୁ ନାହିଁ।

ବ୍ଲାକ୍‌ କଫିରେ କ୍ୟାଫିନ୍‌ ଓ ଏସିଡ୍‌ର ମାତ୍ରା ଅଧିକ ଥାଏ, ତେଣୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ପେଟରେ ଏସିଡିଟି ହୋଇଥାଏ।