ଗୋଟେ ସ୍ଥାନରେ ଅଧିକ ସମୟ ଧରି ଭୁଲ ଶୈଳୀରେ ବସିରହିବା ଫଳରେ ପିଠି ଓ ଅଣ୍ଟା ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ। ଅର୍ଦ୍ଧ ଚକ୍ରାସନ କରିବା ଫଳରେ ଏଥିରୁ ଉପଶମ ମିଳିପାରିବ।

ଅର୍ଦ୍ଧ ଅର୍ଥ ଅଧା ଏବଂ ଚକ୍ର ଅର୍ଥାତ ଚକ। ଏହି ଆସନରେ ଶରୀର ଅଧାଚକ ଆକାରରେ ହୋଇଯାଉଥିବାରୁ ଏହାକୁ ଅର୍ଦ୍ଧ ଚକ୍ରାସନ କୁହାଯାଏ। ଶରୀରର ସ୍ନାୟୁ ଜନିତ ସମସ୍ୟା ଦୂର କରିବାରେ ଅର୍ଦ୍ଧ ଚକ୍ରାସନ ସାହାଯ୍ୟ କରିଥାଏ।

ଅର୍ଦ୍ଧ ଚକ୍ରାସନର ଉପକାରିତା (Benefits of ardha chakrasana in odia)

ଏହି ଆସନ କରିବା ଦ୍ଵାରା ମେରୁଦଣ୍ଡ ଶକ୍ତ ହୋଇଥାଏ।

ପିଠି ହାଡ଼ ମଜଭୁତ କରିବାରେ ଅର୍ଦ୍ଧ ଚକ୍ରାସନ ସାହାଯ୍ୟ କରିଥାଏ।

ଅର୍ଦ୍ଧ ଚକ୍ରାସନ କରିବା ଫଳରେ ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।

ସର୍ଭିକାଲ ସ୍ପଣ୍ଡିଲାଇସିସ୍‌ରୁ ମୁକ୍ତି ମିଳିଥାଏ।

ମେରୁ ତନ୍ତ୍ର ବା ସ୍ପାଇନାଲ ନର୍ଭକୁ ଶକ୍ତ କରିଥାଏ।

ନିଶ୍ଵାସପ୍ରଶ୍ଵାସ ନେବାର କ୍ଷମତାକୁ ବୃଦ୍ଧି କରିଥାଏ।

କିପରି କରିବେ ଅର୍ଦ୍ଧ ଚକ୍ରାସନ? (How to do ardha chakrasana in odia)

ପ୍ରଥମେ ସିଧା ହୋଇ ଠିଆ ହୁଅନ୍ତୁ। ଦୁଇ ହାତକୁ ଅଣ୍ଟା ପାଖରେ ରଖନ୍ତୁ।

ଏକ ଲମ୍ବା ନିଶ୍ୱାସ ନେଇ ଶରୀରକୁ ଧୀରେ ଧୀରେ ପଛକୁ ଝୁଙ୍କାନ୍ତୁ।

ଧ୍ୟାନ ଦିଅନ୍ତୁ ଯେପରିକି ଆପଣଙ୍କ କହୁଣୀ ସମାନ୍ତରାଳ ଭାବେ ରହିବ।

ମୁଣ୍ଡକୁ ତଳକୁ ନିଅନ୍ତୁ ଯେପରିକି ବେକ ମାଂସପେଶୀ ଟାଣି ହୋଇଯିବା ପରି ମନେ ହେବ।

ବର୍ତ୍ତମାନ ସାଧାରଣ ଭାବେ ନିଶ୍ୱାସପ୍ରଶ୍ୱାସ ନିଅନ୍ତୁ।

ଏଭଳି ସ୍ଥିତିରେ ୧୦-୩୦ ସେକେଣ୍ଡ ପର୍ଯ୍ୟନ୍ତ ବିଶ୍ରାମ କରନ୍ତୁ।

ସାଧାରଣ ଅବସ୍ଥାକୁ ଫେରିବା ପାଇଁ ଧୀରେ ଧୀରେ ଅଣ୍ଟା ସିଧା କରନ୍ତୁ।

ମୁଣ୍ଡକୁ ସାମାନ୍ୟ ସ୍ଥିତିରେ ଆଣିବା ସହ ଧୀରେ ଧୀରେ ପ୍ରଶ୍ଵାସ ଛାଡ଼ନ୍ତୁ।

ସତର୍କତା

ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତି ଏହି ଆସନ କରନ୍ତୁ ନାହିଁ।

ମୁଣ୍ଡ ବୁଲାଇବା ଭଳି ସମସ୍ୟା ରହିଥିଲେ ଏହି ଆସନ ଅଭ୍ୟାସ କରନ୍ତୁ ନାହିଁ।