କୋଭିଡ୍‌ର ନୂଆ ଲକ୍ଷଣ ସବୁ କ’ଣ? ଓଡ଼ିଶାରେ କୋଭିଡ୍ ଚିକିତ୍ସା କେମିତି ଚାଲିଛି? ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁଙ୍କଠାରୁ ଆସନ୍ତୁ ଜାଣିବା ଏବିଷୟରେ।

କୋଭିଡ୍-୧୯ ବା କରୋନା ଭୂତାଣୁ ବର୍ତ୍ତମାନ ସାରା ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ତେବେ ଅନେକ କୋଭିଡରୁ ସୁସ୍ଥ ହୋଇ ମଧ୍ୟ ଘରକୁ ଫେରୁଛନ୍ତି। କୋଭିଡ୍‌-୧୯ର ସାଧାରଣ ଲକ୍ଷଣଗୁଡ଼ିକ ହେଉଛି ଜ୍ଵର, ଶୁଖିଲା କାଶ, ଥକ୍କାପଣ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବ। କୋଭିଡ୍‌ ଶରୀରକୁ ଯିବା ପରେ ଏହା ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ। ବର୍ତ୍ତମାନ କୋଭିଡ୍‌ର ନୂଆ ଲକ୍ଷଣ ସାମ୍ନାକୁ ଆସିଛି, ଯେପରିକି ତଣ୍ଟି କୁଣ୍ଡାଇ ହେବା, ତଣ୍ଟି ଦରଜ ହେବ, ଦେହ ହାତ ବିନ୍ଧିବା, ମୁଣ୍ଡ ବିନ୍ଧିବ, ଦୁର୍ବଳ ଲାଗିବ, ଡାଇରିଆ ହେବ, ପେଟ ଯନ୍ତ୍ରଣା ହେବ, ବାନ୍ତି ହେବ, ଭୋକ କମିଯିବ, ତ୍ଵଚାରେ ନାଲି ପଡ଼ିଯିବା, ପାଦ ଫୁଲିଯିବା ଓ ସ୍ୱାଦ ବା ଗନ୍ଧ ବାରି ନ ପାରିବା। ହେଲେ ନିଶ୍ୱାସ ପଶ୍ୱାସ ନେବାରେ ଅସୁବିଧା ହେଲେ, ଛାତି ଯନ୍ତ୍ରଣା ହେଲେ, ଚେତନା ଶକ୍ତି କମିଗଲେ ଜାଣିବେ କୋଭିଡ୍‌ର ଗମ୍ଭୀର ଲକ୍ଷଣ।

କରୋନା ଆକ୍ରାନ୍ତ ସବୁ ବ୍ୟକ୍ତିଙ୍କଠାରେ ଥଣ୍ଡା, କାଶ, ଜ୍ୱର ଭଳି ଲକ୍ଷଣ ଦେଖା ନ ଦେଇ ନଥାଏ। କେତେ ଜଣଙ୍କୁ କେବଳ ବାସ୍ନା ଜଣାପଡ଼ିନଥାଏ ତ ଆଉ କେତେ ଜଣଙ୍କୁ କେବଳ ଝାଡ଼ା ହୋଇଥାଏ। ତେଣୁ କୋଭିଡ୍‌ର ଲକ୍ଷଣ ବିଭିନ୍ନ ଲୋକଙ୍କଠାରେ ଭିନ୍ନ ଭିନ୍ନ ଦେଖାଦିଏ। କେତେକ ଲୋକଙ୍କୁ କୋଭିଡ୍‌ର ଅନେକ ଲକ୍ଷଣ ଦେଖାଦେଉଥିବା ବେଳେ କେତେ ଜଣଙ୍କୁ କେବଳ ଗୋଟିଏ ଲକ୍ଷଣ ବି ଦେଖାଦେଇପାରେ।

ଯଦି ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଏସବୁ ଲକ୍ଷଣ ଭିତରୁ ଗୋଟିଏ ବି ଲକ୍ଷଣ ଦେଖାଦିଏ, ତେବେ ସେମାନେ ତୁରନ୍ତ ସ୍ଵାସ୍ଥ୍ୟ ସେବାଙ୍କସହ ଯୋଗାଯୋଗ କରିବା ଦରକାର।

ଅଧିକ ପଢ଼ନ୍ତୁ: କୋଭିଡ୍‌ରୁ ସୁସ୍ଥ ହେବା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ? – ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

coronavirus

ଅଧିକ ପଢ଼ନ୍ତୁ: କୋଭିଡ୍-୧୯: କାହାକୁ ରହିଛି ପୁନଃ ସଂକ୍ରମଣର ଭୟ?

କୋଭିଡ୍‌ ଟେଷ୍ଟିଂ କେଉଁଠି ଓ କେମିତି ହେଉଛି?

କୋଭିଡ୍‌-୧୯ର ପରୀକ୍ଷା ଦୁଇଟା ଭାଗରେ କରାଯାଏ। ଯେପରିକି ଗୋଟେ ଟେଷ୍ଟିଂ କୋଭିଡ୍‌ର ସଂକ୍ରମଣ ଅଛି କି ନାହିଁ ଜାଣିବା ପାଇଁ କରାଯାଏ ଓ ଅନ୍ୟଟିରେ ଜଣଙ୍କୁ କୋଭିଡ୍‌ ସଂକ୍ରମିତ ହୋଇଥିଲା, ତାଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇଛି କି ନାହିଁ ତାହା ଜଣାଯାଏ।

ମୁଖ୍ୟତଃ କୋଭିଡ୍‌ ପାଇଁ RT-PCR, କୋଭିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ଓ Truenat ପରୀକ୍ଷା କରାଯାଏ।

RT-PCR ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ଲ୍ୟାବ ଦରକାର ହୋଇଥାଏ। Truenat ପରୀକ୍ଷା ପାଇଁ Truenat ମେସିନ୍‌ରେ ଟ୍ୟୁବରକୁଲସିସ୍‌ ପାଇଁ ବହୁତ ଦିନ ଧରି ଭାରଣରେ ଏବଂ ଓଡ଼ିଶାରେ ପରୀକ୍ଷା କରାଯାଉଛି। Truenat ମେସିନ୍‌ ପାଇଁ ସ୍ୱତନ୍ତ୍ର ଲ୍ୟାବ୍‌ର ଆବଶ୍ୟକତା ପଡ଼ି ନଥାଏ। ଏହା ବିଭିନ୍ନ ଜିଲ୍ଲା ହସ୍ପିଟାଲରେ ରହିଛି।

କୋଭିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା କରିବା ପାଇଁ ସ୍ଵତନ୍ତ୍ର ଲ୍ୟାବ୍‌ ଦରକାର ପଡ଼ିନଥାଏ। ଏଥିପାଇଁ ଗୋଟେ କିଟ୍‌ରେ ଟେଷ୍ଟ କରିବାକୁ ପଡ଼ିଥାଏ।

RT-PCR ଓ Truenat ପରୀକ୍ଷା କରିବା ପାଇଁ ୬ରୁ ୮ ଘଣ୍ଟା ସମୟ ଲାଗିଥାଏ। କୋଭିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ୩୦ ମିନିଟ୍‌ର ସମୟ ଲାଗିଥାଏ।

ଯେଉଁ ବ୍ୟକ୍ତିଙ୍କର କରୋନା ଲକ୍ଷଣ ଥିବ, ସେମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଏ। ଯଦି ଏହି ଟେଷ୍ଟ ନେଗେଟିଭ୍‌ ଆସେ, ତେବେ ନିଶ୍ଚିତ ହେବା ପାଇଁ RT-PCR ପରୀକ୍ଷା କରାଯାଇଥାଏ।

ଏବେ କୋଭିଡ୍‌ ପରୀକ୍ଷା ପାଇଁ ନୂଆ ପଦ୍ଧତି ଆସିଛି, ଯାହାର ନାମ ହେଉଛି ‘ଫେଲୁଦା’ ଟେଷ୍ଟ କିଟ୍‌। ଏଥିରେ ବହୁତ କମ୍‌ ଦାମ୍‌ରେ ଓ କମ୍‌ ସମୟରେ କୋଭିଡ୍‌ ଟେଷ୍ଟ କରାଯାଇପାରିବ। ହେଲେ ବର୍ତ୍ତମାନ ଫେଲୁଦା’ ଟେଷ୍ଟ କିଟ୍‌ର ପରୀକ୍ଷଣ ଚାଲିଛି। ଏହାର ସଫଳ ପରୀକ୍ଷଣ ହେଲେ ଏହି କିଟ୍‌କୁ ମାର୍କେଟରେ ଛଡ଼ାଯିବ।

corona ventilator

ଅଧିକ ପଢ଼ନ୍ତୁ: କୋଭିଡ୍ ପଜିଟିଭ୍‌ ଥିଲେ କ’ଣ କରିବେ?

କୋଭିଡ୍ ପଜିଟିଭ୍ ଥିଲେ କ’ଣ କରିବେ? (What would you do if you test positive for COVID19 in Odia)

ଜଣେ ବ୍ୟକ୍ତିଙ୍କୁ କୋଭିଡ୍‌-୧୯ ପଜିଟିଭ୍‌ ଥିଲେ ତାଙ୍କର ଚାରି ପ୍ରକାର ପରିସ୍ଥିତି ସୃଷ୍ଟି ହୋଇପାରେ। ଯଥା:

୧-  ବ୍ୟକ୍ତିଙ୍କର କୌଣସି ଲକ୍ଷଣ ଜଣାପଡ଼ୁ ନଥିବ, ୨- ସାମାନ୍ୟ ଲକ୍ଷଣ ଥିବ, ୩-  ମଧ୍ୟମ ଲକ୍ଷଣ ଦେଖାଦେଇପାରେ କିମ୍ବା ୪- ଗମ୍ଭୀର ଲକ୍ଷଣ ହୋଇପାରେ।

ଯଦି କୋଭିଡ୍‌ ପଜିଟିଭ୍‌ ଅଛି, ହେଲେ କୌଣସି ଲକ୍ଷଣ ନାହିଁ ବା ସାମାନ୍ୟ ଲକ୍ଷଣ ଅଛି, ତେବେ ସରକାରଙ୍କ ନିୟମାବଳୀ ଅନୁସାରେ ବ୍ୟକ୍ତି ହୋମ୍‌ ଆଇସୋଲେସନ୍‌ରେ ରହିପାରିବେ। ଯଦି କୋଭିଡ୍‌ର ମଧ୍ୟମ ଲକ୍ଷଣ ଦେଖାଦେଉଛି, ଯେପରିକି ନିଶ୍ୱାସ ନେବାରେ କଷ୍ଟ ହେଉଛି ବା ଅମ୍ଳଜାନ ସ୍ତର ୯୦ ତଳକୁ ଖସିଯାଉଛି, ତେବେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଡମିଟ୍‌ ହେବାକୁ ପଡ଼ିବ। ଯଦି ସିଭିୟର ଲକ୍ଷଣ ରହୁଛି, ଯେପରିକି ନିଶ୍ୱାସ ପ୍ରଶ୍ୱାସର ରେଟ୍‌ ୩୦ରୁ ବେଶି ଅଛି, ଧଇଁସଇଁ ବହୁତ ଲାଗୁଛି, ତେବେ ତୁରନ୍ତ ହସ୍ପିଟାଲରେ ଆଡମିଟ୍‌ ହେବାକୁ ପଡ଼ିବ। ଯଦି ନିଶ୍ୱାସ ପ୍ରଶ୍ୱାସ କଷ୍ଟ ନ ହେଲେ ବି ଛାତି ଯନ୍ତ୍ରଣା ହେଉଛି, ଅଚେତ ହେଲା ଭଳି ଲାଗୁଛି, ତାହାହେଲେ ବି ମେଡିକାଲରେ ଆଡମିଟ ହେବା ଦରକାର।

coronavirus

ଅଧିକ ପଢ଼ନ୍ତୁ: କୋଭିଡ୍‌-୧୯ ସମୟରେ ହୃଦ୍‌ରୋଗୀ କେମିତି ରହିବେ ସୁରକ୍ଷିତ?

କେମିତି ଚାଲିଛି କୋଭିଡ୍‌ ଚିକିତ୍ସା (How is COVID-19 treatment going on in Odia)

ଯେଉଁ ବ୍ୟକ୍ତିଙ୍କର କୋଭିଡ୍‌-୧୯ର ମଧ୍ୟମ କିମ୍ବା ଗମ୍ଭୀର ଲକ୍ଷଣ ରହିଛି, ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଏ। ଯେତେବେଳେ ଜଣେ ରୋଗୀ କୋଭିଡ୍‌ ଲକ୍ଷଣ ସହ ଆମ ପାଖକୁ ଆସୁଛନ୍ତି, ସେତେବେଳେ ସେମାନଙ୍କୁ ଡେକ୍ସାମେଥାସନ୍‌ ଟାବଲେଟ୍‌ ସହ ଲୋ ମଲିକୁଲାର ହେପାରିନ୍‌ ଓ ତାହା ସହ ରେମ୍‌ଡିସିଭିର୍‌ ଦିଆଯାଏ। ଏସବୁ ଦେବା ପରେ ଲକ୍ଷଣ ନ କମିଲେ ବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେଲେ ପ୍ଲାଜମା ଥେରାପି ଦେବା ବିଷୟରେ ଚିନ୍ତା କରୁଛୁ। କିନ୍ତୁ, ପ୍ଲାଜମା ଥେରାପି ଚିକିତ୍ସା ମସସ୍ତଙ୍କୁ ଦିଆଯାଇ ନଥାଏ। ଯେତେବେଳେ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଉଛି, ସେତେବେଳେ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଏ।

ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଆନ୍ତୁ (Take medication by consulting a doctor in Odia)

କୋଭିଡ୍‌-୧୯ରୁ ସୁସ୍ଥ ହେବା ପାଇଁ ଉଭୟ ଡାକ୍ତର ଓ ରୋଗୀ ପରଷ୍ପରକୁ ସହଯୋଗ କରିବା ଦରକାର। ଯଦି ଜଣେ ବ୍ୟକ୍ତିଙ୍କୁ କରୋନାର ଲକ୍ଷଣ ଦେଖାଦେଉଛି ଓ ସେ ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଛନ୍ତି, ତେବେ ପରେ ଭୂତାଣୁକୁ ଅଧିକ ସଂକ୍ରମଣ କରିବାର ଆଶଙ୍କା ରହିଛି। ତେଣୁ ଲକ୍ଷଣ ଦେଖାଯିବାର ତୁରନ୍ତ ପରେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ପଡ଼ିବ। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବରକୁ କଲ୍‌ କରି ଡାକ୍ତରଙ୍କ ସହ ଫୋନ୍‌ ଯୋଗେ କଥା ହୋଇପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମନୋଜ କୁମାର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on COVID treatment, in Odia language, is based on an extensive interview with ‌gastroenterologist, Dr Manoj Kumar Sahu.