ଡାଏବେଟିସ ରୋଗରୁ ଉପଶମ ପାଇବା ପାଇଁ ଆସନ୍ତୁ ଜାଣିବା କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ବାବଦରେ।

diabetes

ଅଧିକ ପଢ଼ନ୍ତୁ:

ବର୍ତ୍ତମାନ ସୁଦ୍ଧା ବିଶ୍ବରେ ୪୨.୫ କୋଟି ଲୋକ ଡାଏବେଟିସରେ ଶିକାର ହୋଇଥିବା ବାବଦରେ ଆନ୍ତର୍ଜାତିକ ଡାଏବେଟିସ ଫାଉଣ୍ଡେସନ ପକ୍ଷରୁ ଜଣାପଡ଼ିଛି। ୨୦୪୫ ବେଳକୁ ଏହି ସଂଖ୍ୟା ୬୨.୯ରେ ପହଞ୍ଚି ପାରେ।

ଆପଣ ନିଜର ବ୍ଲଡ ସୁଗାର ପରୀକ୍ଷା କାହିଁକି କରିବେ?

ବ୍ଲଡ ସୁଗାର ପରୀକ୍ଷା ଫଳରେ ବ୍ଲଡରେ ଗ୍ଲୁକୋଜ ବୃଦ୍ଧି କରୁଥିବା ଖାଦ୍ୟପେୟ, ଶାରିରୀକ ପରିଶ୍ରମ ଏବଂ ଔଷଧର ପ୍ରଭାବ ବାବଦରେ ଜାଣିପାରେ।

କେତେବେଳେ ବ୍ଲଡ ସୁଗାର ପରୀକ୍ଷା କରିବେ?

ସକାଳୁ ଖାଲି ପେଟରେ ଗ୍ଲୁକୋଜ ପରୀକ୍ଷା କରାଇନେବା ଭଲ। ଖାଦ୍ୟ ଖାଇବାର ୨ଘଣ୍ଟା ପରେ ଆପଣ ପୋଷ୍ଟ ମିଲ ଗ୍ଲୁକୋଜ ସ୍ତର ପରୀକ୍ଷା କରାଇପାରିବେ। ଖାଦ୍ୟ ଖାଇବା ଏବଂ ପରୀକ୍ଷା ହେବାର ୨ ଘଣ୍ଟା ବ୍ୟବଧାନ ଆପଣଙ୍କୁ ସଠିକ ରିଡିଙ୍ଗ ଦେଇଥାଏ। ଯାହା ଫଳରେ ଆପଣ ସଠିକ ଖାଦ୍ୟ ଏବଂ ଔଷଧ ବାବଦରେ ଜାଣିପାରନ୍ତି। ଖାଲି ପେଟରେ ରକ୍ତ ଶର୍କରା ପରୀକ୍ଷା ଫଳରେ ଆପଣଙ୍କ ପାଇଁ ଆବଶ୍ୟକ ମେଡିସିନ ବିଷୟରେ ଜାଣି ହୁଏ। ଖାଦ୍ୟ ଖାଇବା ପରେ ପରୀକ୍ଷା କରିବା ଦ୍ୱାରା ମେଡିସିନ ସଠିକ ଭାବେ କାମ କରୁଛି କି ନାହିଁ ଜଣା ପଡ଼ିଥାଏ।

diabetes

ଅଧିକ ପଢ଼ନ୍ତୁ: ଡାଏବେଟିସ ରୋଗୀ କେତେବେଳେ କ’ଣ ଖାଇବେ, ଜାଣନ୍ତୁ

କେବେ ମେଡିସିନ ବଦଳାଇବା ଉଚିତ?

ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡିସିନ ଖାଇବା ଆବଶ୍ୟକତା ରହିଛି। କାହା କଥାରେ ପଡ଼ି ଔଷଧ ବଦଳାନ୍ତୁ ନାହିଁ। ଖାଇବା ପୂର୍ବରୁ ଏବଂ ପରେ ରକ୍ତ ଶର୍କରା ପରୀକ୍ଷା କରି ଔଷଧର ପ୍ରଭାବ ବାବଦରେ ଜାଣନ୍ତୁ।

କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ?

ଆପଣ ଯଦି ପ୍ରଥମ ଥର ପାଇଁ ବ୍ଲଡ ସୁଗାର ପରୀକ୍ଷା କରୁଛନ୍ତି ତେବେ ନିଶ୍ଚିତ ହେବା ପାଇଁ ଆଉ ଥରେ ପରୀକ୍ଷା କରାଇନେବା ଉଚିତ।

ଆପଣ ପରୀକ୍ଷା କରିଥିବା ସମୟ ଏବଂ ତାରିଖ ଲେଖି ରଖନ୍ତୁ।

ଯଦି ଆପଣ ଇନସୁଲିନ ନେଉଛନ୍ତି ତେବେ ବ୍ଲଡ ସୁଗାର ରିଡିଙ୍ଗ ବାବଦରେ ଲେଖି ରଖି ଡାକ୍ତରଙ୍କୁ ଜଣାନ୍ତୁ।

diabetes

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଡାଏବେଟିସ ରୋଗୀଙ୍କ ପାଇଁ ଇନସୁଲିନ ନା ଔଷଧ ଭଲ?

କେଉଁମାନଙ୍କ ପାଇଁ ବ୍ଲଡ ସୁଗାର ପରୀକ୍ଷା କରିବା କଠିନ?

କମ୍ପ୍ୟୁଟରରେ କାମ କରୁଥିବା ବ୍ୟକ୍ତି ଆଙ୍ଗୁଠିରେ ବ୍ଲଡ ସୁଗାର ପରୀକ୍ଷା କରାଇବା କଷ୍ଟକର। ତେଣୁ ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରି ଅନ୍ୟ ବିକଳ୍ପ ବାହାର କରିପାରିବେ।

କିପରି ସଠିକ ଭାବେ ପରୀକ୍ଷା କରିବେ?

ହାତକୁ ଭଲ ଭାବେ ଧୋଇ ସଫା କପଡ଼ାରେ ପୋଛି ଦିଅନ୍ତୁ।

ଟେଷ୍ଟ ଷ୍ଟ୍ରିପରେ ଅଧିକ କିମ୍ବା କମ ରକ୍ତ ଟାଣନ୍ତୁ ନାହିଁ।

ଆଙ୍ଗୁଠିର ଉପର ପାଖରୁ ରକ୍ତ ନିଅନ୍ତୁ।

ସଠିକ ଭାବେ ରକ୍ତ ଶର୍କରା ସ୍ତର ପରୀକ୍ଷା କରନ୍ତୁ।