ଜୀବନର ଅନ୍ୟ ସବୁ ଅବସ୍ଥା ଭଳି ବାର୍ଦ୍ଧକ୍ୟ ମଧ୍ୟ ଏକ ଅବସ୍ଥା। ତେବେ ସମୟ ସହିତ ତାଳ ନେଇ ବାର୍ଦ୍ଧକ୍ୟ ଆସିଲେ କିଛି ସମସ୍ୟା ନାହିଁ। କିନ୍ତୁ ଆଜିକାଲି ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଯୁବପିଢ଼ିମାନେ ଅକାଳବାର୍ଦ୍ଧକ୍ୟର ସମ୍ମୁଖୀନ ହେଉଛନ୍ତି। ଅନିୟମିତ ଜୀବନଶୈଳୀ ଏବଂ ଜଙ୍କଫୁଡ୍ ହେଉଛି ଏହାର ପ୍ରଧାନ କାରଣ।ସମୟ ପୂର୍ବରୁ ଅକାଳ ବାର୍ଦ୍ଧକ୍ୟ ଯେପରି ମାଡ଼ି ନ ବସିବ ସେଥିଲାଗି ଏହା କରନ୍ତୁ।

Anti-aging-Skincare

ଚିନି ଛାଡ଼ନ୍ତୁ: ପାଟିକୁ ମିଠା ଲାଗୁଥିଲେ ମଧ୍ୟ ଚିନି ହେଉଛି ଶରୀର ପାଇଁ ବିଷ ସଦୃଶ।ଚିନି ଅଧିକ ମାତ୍ରାରେ ଖାଇଲେ ତ୍ୱଚାରେ ଭଙ୍ଗ ପଡ଼ିବା ସହିତ ଚର୍ମ କୁଞ୍ଚିତ ହୋଇଯାଏ। ତେଣୁ ବୟସ ଅଧିକ ଜଣାପଡ଼େ। କେବଳ ସେତିକି ନୁହେଁ, ଏହା ମଧ୍ୟ ମଧୁମେହର କାରଣ ପାଲଟେ।ଯାହାକି ତ୍ୱଚାର ସତେଜପଣକୁ ନଷ୍ଟ କରିଦିଏ।

ଜଙ୍କଫୁଡକୁ ନା କୁହନ୍ତୁ: ଅକାଳ ବାର୍ଦ୍ଧକ୍ୟର ଅନ୍ୟତମ ମୁଖ୍ୟ କାରଣ ହେଲା ଜଙ୍କଫୁଡ୍।ଯୁବପିଢ଼ି ଆଜିକାଲି କହି ଜଙ୍କଫୁଡ୍‌ର ଅଭ୍ୟାସ ଛାଡ଼ିପାରୁନାହାନ୍ତି। ତେଣୁ କୋଲେଷ୍ଟେରୋଲ ବଢ଼ିବା କାରଣରୁ ସେମାନଙ୍କ ତ୍ୱଚାରେ କଳାଦାଗ ହେବା ସହିତ ଆଖି ତଳେ ଫୁଲାଦାଗ ପ୍ରଭୃତି ଦେଖାଯାଉଛି। ପୂର୍ବରୁ ୫୦ ବର୍ଷ ପରେ ଏସବୁ ସମସ୍ୟା ଦେଖାଯାଉଥିବାବେଳେ ଆଜିକାଲି ୩୦ ବର୍ଷରୁ କମ୍ ଯୁବକଯୁବତୀ ମଧ୍ୟ ଏହି ସମସ୍ୟାର ସାମ୍ନା କରୁଛନ୍ତି।

milk and honey for sleep

୮-୧୦ ଘଣ୍ଟା ଶୁଅନ୍ତୁ: ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରୁୂ ଅଧିକାଂଶ ଘରୋଇ କଂପାନିରେ କାମ କରୁଛନ୍ତି। ତେଣୁ ସିଫ୍ଟରେ ପରିବର୍ତ୍ତନ, କାର୍ଯ୍ୟବସ୍ତତା ଯୋଗୁ ସେମାନେ ଠିକ୍ ଭାବେ ଶୋଇପାରୁନାହାନ୍ତି। ଠିକ୍‌ରେ ନ ଶୋଇବା ଯୋଗୁ ସେମାନଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏହାଛଡ଼ା ପର୍ଯ୍ୟାପ୍ତ ନିଦ ଅଭାବରୁ ସେମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି କମୁଛି। ଏପରିସ୍ଥଳେ ଯଥାସମ୍ଭବ ପର୍ଯ୍ୟାପ୍ତ ନିଦରେ ଶୋଇବାକୁ ଉଦ୍ୟମ କରନ୍ତୁ।

Yoga and meditation for health

ଯୋଗ, ପ୍ରାଣାୟମ : ଅତୁଟ ଯୌବନର ସବୁଠୁ ବଡ଼ ରହସ୍ୟ ହେଲା ଯୋଗ, ପ୍ରାଣାୟମ କରିବା।ନିୟମିତ ଭାବେ ଦିନକୁ ଅତି କମ୍‌ରେ ଅଧଘଣ୍ଟା ଧରି ଯୋଗ ବା ପ୍ରାଣାୟମ କଲେ ମୁହଁର ଔଜଲ୍ଲ୍ୟତା ବୃଦ୍ଧିପାଏ।ଜୀବନଶେଳୀ ଜନିତ ରୋଗ ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ ସମସ୍ୟାରେ ପଡ଼ିବାର ଆଶଙ୍କା କମିଯାଏ।ପ୍ରାଣାୟମ ଦ୍ୱାରା ମସ୍ତିଷ୍କର ଭଲ ବ୍ୟାୟାମ ହୋଇଥାଏ। ଏହାଯୋଗୁ ମାନସିକ ଚାପ କମିଯାଏ। ତେଣୁ ବ୍ୟକ୍ତିଜଣକ ମାନସିକ ଅବସାଦ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ବି କମିଥାଏ।

ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ: ନିୟମିତ ଭାବେ ବ୍ୟାୟାମ କରିବା ଦ୍ୱାରା ତ୍ୱଚାର ଲୋମଛିଦ୍ର ସବୁ ଖୋଲିଯାଇଥାଏ।ତେଣୁ ସେଥିରେ ଜମିଥିବା ମଇଳା ସହଜରେ ବାହାରି ଯାଇଥାଏ। ଏହାଯୋଗୁ ତ୍ୱଚା ଉଜ୍ଜ୍ୱଳ ଦିଶେ।ସେହିପରି ବ୍ୟାୟାମ କରିବା ଦ୍ୱାରା ତ୍ୱଚା ଲୋଚାକୋଚା ହୋଇଯିବା, ଚମ ଧୁଡ଼ୁଧୁଡ଼ୁ ହେବାର ଆଶଙ୍କା ରହେନାହିଁ।