ଅଧିକ ପଢ଼ନ୍ତୁ: ଖାଦ୍ୟ ସୁରକ୍ଷାକୁ ନେଇ ‘WHO’ର ୫ଟି ମନ୍ତ୍ର

ସୁସ୍ଥ ଓ ନିରୋଗୀ ରହିବା ପାଇଁ ସଠିକ୍‌ ପୋଷଣର ଆବଶ୍ୟକତା ରହିଛି।

ଅସ୍ୱାସ୍ଥ୍ୟକର ଏବଂ ଅପୁଷ୍ଟିକର ଫାଷ୍ଟଫୁଡ୍‌ ଓ ଜଙ୍କ ଫୁଡ୍‌ ଖାଇବା ଲୋକଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେବାରେ ଲାଗିଛି। ଫଳରେ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି। ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ଯାଏଁ ଜାତୀୟ ପୋଷଣ ସପ୍ତାହ ଭାବେ ପାଳନ କରାଯାଏ।  

ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ। ଶରୀରକୁ ଖାଦ୍ୟ ଦ୍ଵାରା ମିଳୁଥିବା ପୋଷକତତ୍ୱକୁ ପୋଷଣ କୁହାଯାଏ। ତେଣୁ ନିଜ ଖାଇବା ଥାଳିରେ  ଶସ୍ୟ ଜାତୀୟ ଖାଦ୍ୟ, ଶ୍ଵେତସାରଯୁକ୍ତ ପରିବା, ଦୁଗ୍ଧଜାତୀୟ ଖାଦ୍ୟ, ଡାଲିଜାତୀୟ ଖାଦ୍ୟ, ଶାଗ ଓ ସବୁଜ ପନିପରିବା ଓ ବିଭିନ୍ନ ଫଳ ରହିବା ଆବଶ୍ୟକ।

ପ୍ରତିଦିନ ଖାଦ୍ୟରେ ବିଭିନ୍ନ ପ୍ରକାର ପନିପରିବା ସାମିଲ କରନ୍ତୁ। ଗହମ, ମକା, ଆଳୁ, କାଜୁ, ଲେମ୍ବୁ, ମସୁର ଡାଲି, ପନିପରିବା ଖାଇବା ଦ୍ୱାରା ଶରୀରକୁ ପୋଷଣ ମିଳିଥାଏ। ଆପଣ ମାଂସ, ମାଛ, ଅଣ୍ଡା ଏବଂ କ୍ଷୀରରୁ ମଧ୍ୟ କିଛି ମାତ୍ରାରେ ପୋଷଣ ପାଇପାରିବେ।

ଭିନ୍ନ ଭିନ୍ନ ଖାଦ୍ୟରୁ ଅଲଗା ପ୍ରକାରର ଭିଟାମିନ ମିଳେ। ପ୍ରତିଦିନ ସବୁପ୍ରକାର ଖାଦ୍ୟ ଖାଇଲେ ଆମ ଶରୀରକୁ ସଠିକ ପୋଷଣ ମିଳିପାରେ। ଫଳରେ ଆମର ମାନସିକ ବିକାଶ ହୋଇଥାଏ। ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ତାଜା ଖାଦ୍ୟ ଖାଇଲେ ସେଥିରୁ ଆବଶ୍ୟକୀୟ ପୁଷ୍ଟି ପାଇପାରନ୍ତି। ଚିନି ଓ ଲୁଣକୁ ଅଧିକ ମାତ୍ରାରେ ଖାଇଲେ ଶରୀରରେ ଚର୍ବି ବଢ଼ିଥାଏ ଯାହା ମେଦବହୁଳତାକୁ ପ୍ରଶୟ ଦେଇଥାଏ। ଛୋଟ ଶିଶୁମାନଙ୍କର ବିକାଶ ପାଇଁ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଖାଇବାକୁ ହେବ। ଅଧିକ ସକ୍ରିୟ ଜୀବନଯାପନ ପାଇଁ ବୟସ୍କ ଲୋକମାନେ ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉଚିତ।

ଗୋଟିଏ ପ୍ରକାର ଫଳରେ ସବୁପ୍ରକାର ଭିଟାମିନ ନଥାଏ। ତେଣୁ ସବୁପ୍ରକାର ଫଳ ଖାଆନ୍ତୁ। ସ୍ନାକରେ ଲୁଣ, ଚିନି ଜାତୀୟ ଖାଦ୍ୟ ଖାଇବାଠାରୁ ଭଲ କଞ୍ଚା ପନିପରିବା ଏବଂ ଫଳ ଖାଆନ୍ତୁ। ପରିବା ଓ ଫଳମୂଳକୁ ଅଧିକ ସିଝାନ୍ତୁ ନାହିଁ। ଏହା ଦ୍ୱାରା ପରିବାର ଭିଟାମିନ ନଷ୍ଟ ହୋଇଯାଏ। ଅଧିକ ସୁଗାରଯୁକ୍ତ ବା ଲୁଣିଆ ଖାଦ୍ୟଠାରୁ ଦୂରରେ ରହନ୍ତୁ।

ସଠିକ ଖାଆନ୍ତୁ, ସୁସ୍ଥ ରହନ୍ତୁ।

ଅଧିକ ପଢ଼ନ୍ତୁ: ଓଜନ କମିବ, ପୋଷଣ ବି ମିଳିବ – ଜାଣନ୍ତୁ, ଡାଏଟିସିଆନ୍‌ ରୁଜୁତା ଦ୍ୱିଓ୍ୱେଦକରଙ୍କ ଡାଏଟ୍‌ ପ୍ଲାନ୍‌