ଅଫିସରେ ଅଳସୁଆ ଲାଗିବା ସବୁଠାରୁ ବଡ଼ ସମସ୍ୟା। ଆସନ୍ତୁ ଜାଣିବା କିପରି ଦୂର କରିବା ଏହି ସମସ୍ୟାକୁ।

office stressଅନେକ ସମୟରେ ଅଫିସରେ କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ। ଅଳସୁଆ ଅନୁଭଵ ହୋଇଥାଏ। ଯେତେ ଚେଷ୍ଟା କଲେ ମଧ୍ୟ ସାଧାରଣ ଅବସ୍ଥାକୁ ଫେରିବା କଷ୍ଟକର ହୋଇପଡ଼େ। ଏପରି ହେବା ଯୋଗୁଁ ଅନେକ ସମସ୍ୟା ହୋଇଥାଏ। ଉପରିସ୍ଥ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସହଯୋଗୀ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅପଦସ୍ତ ହେବାକୁ ପଡ଼ିଥାଏ। ତେବେ ଏପରି କାହିଁକି ହୁଏ ତାହା କେବେ ଜାଣିବାକୁ ଚେଷ୍ଟା କରିଛନ୍ତି?

ଅଫିସରେ ଅଳସୁଆ କାହିଁକି ଲାଗେ?

ଲଞ୍ଚ ସମୟରେ ଅଧିକ ମିଠା ଜାତୀୟ ଖାଦ୍ୟ କିମ୍ବା ସି-ଫୁଡ ଖାଇବା ଯୋଗୁଁ ଅଳସୁଆ ଲାଗିଥାଏ।

ଅଧିକ ସମୟ ଗୋଟିଏ ଜାଗାରେ ବସି କାମ କରିବା ଯୋଗୁଁ କାମରେ ବେଶୀ ସମୟ ମନ ଲାଗିନଥାଏ। ଫଳରେ ଅଳସୁଆ ଅନୁଭବ ହୋଇଥାଏ।

ସାଧାରଣତଃ ଅଫିସରେ ସବୁ ସମୟରେ ଏସି ଚାଲିଥାଏ। ଏହା ହିଁ ଆପଣଙ୍କ ଅଳସୁଆପଣର କାରଣ ହୋଇପାରେ।

stressଆପଣଙ୍କ କମ୍ପ୍ୟୁଟରର ଉଜ୍ଜ୍ୱଳ କିମ୍ବା କମ ସ୍କ୍ରିନ ଲାଇଟ ଯୋଗୁଁ ଆପଣ ଏପରି ଅନୁଭବ କରିପାରନ୍ତି।

ଘରୁ ଆସିବା ସମୟରେ କରିଥିବା ଜଳଖିଆ ଆପଣଙ୍କ ଅଳସୁଆର କାରଣ ହୋଇଥାଇ ପାରେ।

ଅଧିକ ରାତି ପର୍ଯ୍ୟନ୍ତ ଅଫିସରେ ବସି କାମ କରିବା ଫଳରେ ପରଦିନ ଆପଣଙ୍କୁ ଅଳସୁଆ ଲାଗିଥାଏ।

ଅଫିସରେ ଆପଣଙ୍କ ମନ ପସନ୍ଦ ବହି ପଢ଼ନ୍ତୁ ନାହିଁ। ଅଧିକାଂଶ ଲୋକଙ୍କର ବହି ପଢ଼ି ଶୋଇବାର ଅଭ୍ୟାସ ରହିଛି।

କିପରି ଅଳସୁଆପଣ ଦୂର କରିବେ?

ଅଫିସରେ ଲଞ୍ଚ ସମୟରେ ମିଠା ଖାଦ୍ୟ ଖାଆନ୍ତୁ ନାହିଁ।

ଆପଣ ବସୁଥିବା ଚେୟାର ଫ୍ଲେକ୍ସିବଲ କି ନାହିଁ ପରୀକ୍ଷା କରିଦିଅନ୍ତୁ। ଯାହା ଫଳରେ ଆପଣଙ୍କୁ ବିରକ୍ତି ଲାଗିନଥାଏ।

ଅଳସୁଆପଣ ଅନୁଭବ ନ ହେବା ପା ଆପଣ ଚୁଇଁଗମ ଖାଇପାରିବେ ଏବଂ ମଝିରେ ମଝିରେ ଚା’ ପିଇ ପାରିବେ।

ଧ୍ୟାନ ଦିଅନ୍ତୁ, ଆପଣଙ୍କ ବେକ କମ୍ପ୍ୟୁଟର ସ୍କ୍ରିନ ସିଧାରେ ରଖିବା ଉଚିତ। ନଚେତ ବେକ ବ୍ୟଥା ହେବା ସଙ୍ଗେ ସଙ୍ଗେ କାମ କରିବାକୁ ଇଚ୍ଛା ହୁଏ ନାହିଁ।

କ୍ୟାବିନ ଭିତରେ ଅଧିକ ଜୋରରେ ଏସି କିମ୍ବା ଫ୍ୟାନ ଚଲାନ୍ତୁ ନାହିଁ।

ରାତିରେ ଭଲ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ। ଯଦ୍ୱାରା ଆପଣଙ୍କୁ ଅଳସୁଆ ଲାଗିନଥାଏ।

ଅଳସୁଆ ଲାଗୁଥିଲେ କାମରୁ କିଛି ସମୟ ବିରତି ନେଇ ବାହାରକୁ ଯାଇ ବୁଲାବୁଲି କରନ୍ତୁ।

ଅଫିସର ଅନ୍ୟ କର୍ମଚାରୀମାନଙ୍କ ସହ କିଛି ସମୟ କଥାବାର୍ତ୍ତା କରନ୍ତୁ। ଏପରି କରିବା ଫଳରେ ଅଳସୁଆ ଅନୁଭବ ନ ହୋଇନଥାଏ।

ଆପଣ ବ୍ୟବହାର କରୁଥିବା ପ୍ରିଣ୍ଟର, ଜେରକ୍ସ ମେସିନ ଆଦି ନିଜ ହାତଠାରୁ କିଛି ଦୂରରେ ରଖନ୍ତୁ। ଯଦ୍ୱାରା ଆପଣ ନିଜ ଜାଗାରୁ ଉଠି କିଛି ସମୟ ଚାଲବୁଲ କରିପାରିବେ।