ପାଟିରୁ ବାହାରୁ ଥିବା ଦୁର୍ଗନ୍ଧ ପାଇଁ ଅନେକ ସମୟରେ ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ।

Simple Methods to Stop Bad Breath ( Get rid of Mouth Bacteria)

ଅଧିକ ପଢ଼ନ୍ତୁ:ସୁସ୍ଥ ଦାନ୍ତ ପାଇଁ ଆପଣାନ୍ତୁ ଏହି ଟିପ୍ସ

ମୁଖ ଦୁର୍ଗନ୍ଧକୁ ନେଇ ବହୁ ଲୋକ ଚିନ୍ତାରେ ଥାଆନ୍ତି। କାରଣ ସେମାନେ କାହା ସହ ଠିକ୍‌ ଭାବେ କଥା ହୋଇପାରନ୍ତି ନା, କାହା ପାଖରେ ବସା ଉଠା କରିପାରନ୍ତି।

ଅଧିକ ସମୟ ଯାଏଁ ଭୋକରେ ରହିଲେ ପାଟି ଶୁଖିଲା ହୋଇଯାଏ, ଯାହା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ପାଟିରୁ ଦୁର୍ଗନ୍ଧ ବାହାରିବାର ଆଉ ଏକ ପ୍ରମୁଖ କାରଣ ହେଲା ଠିକ୍‌ ସମୟରେ ବ୍ରସ୍‌ ନ କରିବା । ଯଦି ସକାଳେ ଆପଣ ବ୍ରସ କରିବା ପରେ ଜଳଖିଆ ଖାଆନ୍ତି, ତେବେ ଖାଦ୍ୟ ଦାନ୍ତ ଉପରେ ଜମା ହୋଇଯାଏ । ଏହା ଫଳରେ ଦାନ୍ତରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ, ଯାହା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।

ପ୍ରତିଦିନ ଅତିକମ୍‌ରେ ଦୁଇଥର ଦାନ୍ତ ବ୍ରଶ୍‌ କରନ୍ତୁ। ଏହାଛଡ଼ା ପ୍ରତି ଖାଇବା ପରେ ଭଲ କରି କୁଳକୁଜା କରନ୍ତୁ। କୁଳକୁଜା କରିବା ବେଳେ ନିଜ ହାତ ସାହାଯ୍ୟରେ ପାଟିର କଡ଼, ଦାନ୍ତର ଆଗପଛ ସଫା କରନ୍ତୁ।

ଭଲ କରି ଜିଭ ସଫା କରନ୍ତୁ।

ପ୍ରଚୁର ପରିମାଣର ପାଣି ପିଅନ୍ତୁ। କଫି ଓ ଚିନିଜାତୀୟ ଖାଦ୍ୟ ଯେତେ ସମ୍ଭବ କମ୍‌ ଖାଆନ୍ତୁ।

ଡାକ୍ତରଙ୍କ ପରାମର୍ଶରେ ମାଉଥ ଓ୍ୱାସ୍‌ ବ୍ୟବହାର କରନ୍ତୁ। ମାଉଥ୍‌ ଓ୍ୱାସ୍‌ ବ୍ୟବହାର କରିବାର ସଠିକ୍‌ ସମୟ ହେଉଛି ରାତିରେ ଶୋଇବା ପୂର୍ବରୁ। ରାତି ଖାଇବା ପରେ ଦାନ୍ତ ଘଷି ସାରିବା ପରେ ମାଉଥ୍‌ ଓ୍ଵାସ୍‌ କୁଳକୁଜା କରି ପାଟି ଧୋଇ ଦିଅନ୍ତୁ।

ଦାନ୍ତ ପୋକ ଖାଇବା ଯୋଗୁଁ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରେ। ଏନେଇ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ମାଛ, ମାଂସ ଓ କ୍ଷୀର ଜାତୀୟ ଖାଦ୍ୟ ଖାଇ ସାରିବା ପରେ ପାଟି ସଫା କରନ୍ତୁ।

ପାଟିରୁ ବାହାରୁ ଥିବା ସାଲାଇଭା ଶୁଖିଗଲେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଏଭଳି କ୍ଷେତ୍ରରେ ସୁଗାର ନଥିବା ଚୁଇଁଗମ୍‌ ବ୍ୟବହାର କରନ୍ତୁ।

ତମାଖୁ ସେବନ ଦ୍ୱାରା ପାଟି ଦୁର୍ଗନ୍ଧ ହେବା ସହ ଦାନ୍ତ ନାଲିଆ ପଡ଼ିଯାଏ। ତମାଖୁର ଅତ୍ୟଧିକ ସେବନ ଯୋଗୁଁ ମୂଖଗହ୍ୱର ହେବାର ଆଶଙ୍କା ଥାଏ।

ତମାଖୁ ସେବନ, ମଦ୍ୟପାନରୁ ଦୂରେଇ ରହନ୍ତୁ। ମଦ୍ୟପାନ କରିବା ଦ୍ୱାରା ପାଟି ଶୁଖିଯାଏ ଓ ଦୁର୍ଗନ୍ଧ ବାହାରେ।

ଅଧିକ ପଢ଼ନ୍ତୁ: ଏହି ସାମାନ୍ୟ ଭୁଲ ପାଇଁ ହୋଇଥାଏ ଦାନ୍ତ ସମସ୍ୟା