brush your teeth before bed

ସୁସ୍ଥ ଓ ମଜଭୁତ ଦାନ୍ତ କିଏ ବା ନ ଚାହେଁ। ତେବେ, ଜାଣନ୍ତୁ ସୁସ୍ଥ ଦାନ୍ତ ପାଇଁ କ’ଣ କରିବେ?

ଫ୍ଲୋରାଇଡ ଥିବା ପେଷ୍ଟ ବ୍ୟବହାର କରନ୍ତୁ। ଫ୍ଲୋରାଇଡ ଦାନ୍ତକୁ ଶକ୍ତ କରିବା ସହ କ୍ୟାଭିଟି ସମସ୍ୟା ଦୂର କରିଥାଏ।

ଦିନକୁ ଅତିକମ୍‌ରେ ଦୁଇଥର ଦାନ୍ତ ଘଷନ୍ତୁ।

କେବଳ ଦାନ୍ତ ଘଷିଦେଲେ ଦାନ୍ତ ସଫା ହୋଇଯାଏ ନାହିଁ। ଖାଦ୍ୟକଣିକାଗୁଡ଼ିକ ଦାନ୍ତର କଡ଼ରେ ଲାଗିଯାଇଥାଏ, ଯାହା କୁଳକୁଜା କରିବା ଦ୍ୱାରା ବାହାରିଥାଏ।

ବର୍ଷକୁ ଥରେ ଦାନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ତମାଖୁ ଏବଂ ଧୂମପାନଠାରୁ ଦୂରେଇ ରହନ୍ତୁ।

ମଦ୍ୟପାନରୁ ନିବୃତ୍ତ ରହନ୍ତୁ।

ମିଠା ଜାତୀୟ ଖାଦ୍ୟ ଏବଂ ମୃଦୁ ପାନୀୟଠାରୁ ଦୂରରେ ରହନ୍ତୁ। ଏହି ପ୍ରକାର ଖାଦ୍ୟ ଯୋଗୁଁ ଦାନ୍ତରେ କ୍ୟାଭିଟି ହୋଇଥାଏ। ଯଦି ବି ମିଠା କିମ୍ବା ଚକୋଲେଟ ଖାଉଛନ୍ତି ତେବେ ସଙ୍ଗେ ସଙ୍ଗେ ଦାନ୍ତ ଘଷନ୍ତୁ।

ଦାନ୍ତ ମାଢ଼ି, ଚମଡ଼ା, ଭିତର ମାଂସପେଶୀକୁ ହାତ ଜରିଆରେ ସଫା ରଖିବା ଉଚିତ। ଏପରି ହେଲେ ଦାନ୍ତ ମଧ୍ୟ ସୁସ୍ଥ ରହିପାରିବ।

ପ୍ରଚୁର ପରିମାଣର ପାଣି ପିଅନ୍ତୁ।