ଭଲ ଭାବରେ କେଶ ନ ଧୋଇଲେ କେଶରେ ଅନେକ ସମସ୍ୟା ଦେଖା ଦେଇଥାଏ। ତେଣୁ କେଶ ଧୋଇବା ସମୟରେ ଆପଣ ଏସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।

hair treatment

ଅଧିକ ପଢ଼ନ୍ତୁ: ଅତ୍ୟଧିକ କେଶ ଝଡୁଛି କି? ଜାଣି ରଖନ୍ତୁ

କେଶକୁ ମଜଭୁତ ଏବଂ ଲମ୍ବା ରଖିବା ସହ କେଶ ଜନିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରକାର ଟିପ୍ସ ଆପଣେଇ ଥାଆନ୍ତି। କେଶ ଝଡ଼ିବା ପାଇଁ ଅନେକ କାରଣ ଦାୟୀ। କିନ୍ତୁ ଆପଣ ଜାଣନ୍ତି କି କେଶକୁ ସଠିକ ଭାବେ ନ ଧୋଇବା ଫଳରେ କେଶ ଝଡ଼ିବା, ରୂପି ଓ ରୁକ୍ଷ କେଶ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। କେଶ ସଫା କରିବା ସମୟରେ ଆମେ ଅଜାଣତରେ ଏଭଳି କିଛି ଭୁଲ କରିଥାଉ ଯାହା ଦ୍ୱାରା କେଶ ଅଧିକ ମାତ୍ରାରେ ଝଡ଼ିଥାଏ।

ଅଧିକ ଥଣ୍ଡା କିମ୍ବା ଅଧିକ ଗରମ ପାଣିରେ କେଶ ଧୁଅନ୍ତୁ ନାହିଁ। ଏହା ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଥାଏ। ତେଣୁ କେଶ ଧୋଇବା ସମୟରେ ସବୁବେଳେ ଅଳ୍ପ ଉଷୁମ ପାଣି ବ୍ୟବହାର କରନ୍ତୁ।

ସାମ୍ପୁ କରିବା ପୂର୍ବରୁ ମୁଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଓଦା କରି ହାଲକା ମାଲିସ କରି ଧୋଇଦିଅନ୍ତୁ। ଏହାପରେ ସାମ୍ପୁ କରନ୍ତୁ।

ଅଧିକଥର ସାମ୍ପୁର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା କେଶ ରୁକ୍ଷ ହୋଇଥାଏ। ଅଧିକ ସାମ୍ପୁର ବ୍ୟବହାରରେ କେଶ ମୂଳ ଶୁଷ୍କ ହୋଇ ରୂପି ସମସ୍ୟା ସୃଷ୍ଟି କରେ।

ସାମ୍ପୁ ଲଗାଇବା ପରେ ଫେଣ ନ ହେଲେ ସାମ୍ପୁ ଖରାପ ବୋଲି ଭାବିନେବା ଉଚିତ ନୁହେଁ କିମ୍ବା ଅଧିକ ଥର ଲଗାଇବା ଠିକ ନୁହେଁ। ଅନେକ ଗୁଡ଼ିଏ ହରବାଲ ସାମ୍ପୁ ରହିଛି ଯାହାକି ଅଧିକ ଫେଣ ହୋଇନଥାଏ।

ସାମ୍ପୁ ଲଗାଇବା ପରେ କେଶକୁ ଅଧିକ ରଗଡ଼ି ସଫା କରନ୍ତୁ ନାହିଁ।

ସପ୍ତାହରେ ଅତିବେଶୀରେ ୨ଥର ହିଁ କେଶ ସଫା କରନ୍ତୁ। କାରଣ ଅଧିକ ସାମ୍ପୁର ବ୍ୟବହାର କେଶର କୋମଳତା ନଷ୍ଟ କରିବା ସହିତ କେଶ ବଢ଼ିବାକୁ ଦେଇନଥାଏ।

ଅଧିକ ପଢ଼ନ୍ତୁ: ଧଳା କେଶ ପାଇଁ ଚିନ୍ତିତ କି? କରନ୍ତୁ ଏହି ଉପଚାର

ବର୍ଷା ଦିନେ କେହି କେହି ଥଣ୍ଡା ଲାଗିବା କାରଣରୁ ଗାଧାନ୍ତି ନାହିଁ। କିନ୍ତୁ ବର୍ଷା ପାଣିରେ ଓଦା ହୋଇଥିବା କେଶକୁ ଧୋଇବା ନିହାତି ଜରୁରୀ। ବର୍ଷା ପାଣି ଯୋଗୁଁ ମୁଣ୍ଡର ଚର୍ମରେ କିଛି ଚମଡ଼ା ଉଠିଯାଏ। ସେସବୁ କେଶ ମୂଳରେ ରହି କେଶ ବୃଦ୍ଧିରେ ବାଧା ଦେଇଥାଏ। ତେଣୁ ସେସବୁକୁ ବାହାର କରିବା ପାଇଁ ସାମ୍ପୁ ବ୍ୟବହାର କରନ୍ତୁ। ଭଲ ସାମ୍ପୁ ବ୍ୟବହାର କରିବା ଦ୍ୱାରା କେଶର ଟ୍ରେସ ପୋଷଣ ଏବଂ ଫଙ୍ଗାଲ କିମ୍ବା ଜୀବାଣୁ ସଂକ୍ରମଣକୁ ରୋକି ହେବ।

ଯଦି ଆପଣ କେଶ ରଙ୍ଗ କରୁଛନ୍ତି ତେବେ କିଛି କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। କେଶ ରଙ୍ଗ କରିବା ପୂର୍ବରୁ ସାମ୍ପୁ କରିବା ଆବଶ୍ୟକ। ନଚେତ କେଶ ଅଧିକ ପରିମାଣରେ ଉପୁଡ଼ି ଥାଏ।

କେଶ ଧୋଇବା ପରେ ଓଦା ଥିଲେ ଏହାକୁ ବାନ୍ଧନ୍ତୁ ନାହିଁ। କେଶ ଓଦା ଥିବା ସମୟରେ ଏହାର ମୂଳ ଦୁର୍ବଳ ଥାଏ। ସେହି ସମୟରେ କେଶ ବାନ୍ଧିବା ଫଳରେ କେଶ ଅଧିକ ଉପୁଡ଼ିଥାଏ। ତେଣୁ ଭଲ ଭାବେ ଶୁଖିବା ପରେ କେଶ ବାନ୍ଧିବା ଉଚିତ। କିଛି ସମୟ ଖରାରେ କେଶ ଶୁଖାଇଲେ ଏହା ଖୁବ ଲାଭଦାୟକ ହୋଇଥାଏ।

ଅଧିକ ପଢ଼ନ୍ତୁ: କେଶ ଓ ଚେହେରାରେ ଚମକ ଆଣେ ଅଣ୍ଡା