କମ ବୟସରୁ କେଶ ପାଚିବା ଚିନ୍ତାର ବିଷୟ। ତେବେ କେତେକ ଘରୋଇ ଉପଚାର ମାଧ୍ୟମରେ ଧଳା କେଶ ସମସ୍ୟାରୁ କିପରି ମୁକ୍ତି ପାଇବେ ଆସନ୍ତୁ ଜାଣିବା।

white hair

ଅଧିକ ପଢ଼ନ୍ତୁ: କେଶ ଓ ଚେହେରାରେ ଚମକ ଆଣେ ଅଣ୍ଡା

ବୟସ ହେଲେ କେଶ ପାଚିବା ସ୍ୱାଭାବିକ। କିନ୍ତୁ ଆଜିକାଲିର ଅନିୟମିତ ଖାଦ୍ୟାଭ୍ୟାସ ଓ ପ୍ରଦୂଷଣ ଭଳି ବିଭିନ୍ନ କାରଣ ଯୋଗୁଁ ଅଳ୍ପ ବୟସରୁ ଅନେକଙ୍କ କେଶ ଧଳା ହୋଇଯାଉଛି। ଧଳାକେଶକୁ କଳା କରିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଉପାୟ ଆପଣେଇ ନେଇଛନ୍ତି।

ଆଜିକାଲି ଅଧିକାଂଶ ପିଲାଙ୍କର କେଶ ଶୀଘ୍ର ଧଳା ହେଇଯାଉଛି। ତେଣୁ ସେଲୁନ ଯାଇ କିମ୍ବା ଘରେ ବଜାରରୁ ମିଳୁଥିବା କଳା କରିବା ପାଇଁ ବିଭିନ୍ନ ଜିନିଷ ବା କେମିକାଲ ରଙ୍ଗ ଲଗାଇ କେଶକୁ କଳା କରିବାକୁ ପଡ଼ୁଛି। କିନ୍ତୁ ଏସବୁର ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ରହିଛି।

ମେହେନ୍ଦୀ ଓ ମେଥିକୁ ମିଶାଇ ପେଷ୍ଟ ତିଆରି କରି ସେଥିରେ କିଛି ମାତ୍ରାରେ ବଟର ମିଲ୍କ ଓ ନଡ଼ିଆ ତେଲ ମିଶାଇ କେଶରେ ମସାଜ କରନ୍ତୁ।

ଭୃସଙ୍ଗା ପତ୍ର ମଧ୍ୟ କେଶକୁ ଶୀଘ୍ର ପାଚିବାରୁ ରକ୍ଷା କରିଥାଏ। ତେଣୁ ନଡ଼ିଆ ତେଲରେ ଭୃସଙ୍ଗା ପତ୍ର ଫୁଟାଇ ଥଣ୍ଡା ହେବା ପରେ କେଶରେ ଲଗାନ୍ତୁ।

ପିଆଜକୁ ପ୍ରଥମେ ଗ୍ରାଇଣ୍ଡରରେ ଭଲ ଭାବେ ବାଟି ସେଥିରୁ ତାର ରସ ବାହାର କରି କେଶରେ ଭଲ ଭାବେମସାଜ କରନ୍ତୁ। ସପ୍ତାହରେ ଦୁଇ ଥର ଏପରି କରନ୍ତୁ। କେଶ ଶୀଘ୍ର ଧଳା କେଶ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

ନଡ଼ିଆ ତେଲ ଓ ବାଦାମ ତେଲକୁ ମିଶାଇ ଲଗାଇଲେ ଅନେକ ଉପକାର ମିଳିଥାଏ। ଏହା ମାଧ୍ୟମରେ କେଶକୁ ଧଳା ହେବାରୁ ରୋକା ଯାଇପାରିବ।

white hair

ଅଧିକ ପଢ଼ନ୍ତୁ: ଅତ୍ୟଧିକ କେଶ ଝଡୁଛି କି? ଜାଣି ରଖନ୍ତୁ

ଏକ କପ ଆଲୋଭେରା ଜୁସ ନିଅନ୍ତୁ। ଏଥିରେ ଭଲ ଭାବେ ମେହେନ୍ଦୀ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଭଲ ଭାବରେ କେଶରେ ମାଲିସ କରନ୍ତୁ। କେଶରେ ଲଗାଇବାର ୩୦-୪୦ମିନିଟ ପରେ କେଶକୁ ସଫା କରିବା ପରେ କଣ୍ଡିସନର ଲଗାନ୍ତୁ।

ସମାନ ପରିମାଣର ରସୁଣ ଓ ପିଆଜକୁ ମିଶାଇ ମୁଣ୍ଡରେ ଲଗାନ୍ତୁ। ୨୦-୩୦ ମିନିଟ ପରେ ମୁଣ୍ଡକୁ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇ ଥର ଏଭଳି କରନ୍ତୁ, ଧଳା କେଶ ସମସ୍ୟା ଦୂର ହେବ।

ମେହେନ୍ଦୀରେ ବାଦାମ ତେଲ ମିଶାଇ ଲଗାନ୍ତୁ। ବାଦାମ ତେଲରେ ଥିବା ଭିଟାମିନ-ଇ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଅସମୟରେ କେଶ ଧଳା ହେଉଥିବା କମ କରିବ।

ଗୋଟିଏ ପାତ୍ରରେ ମେହେନ୍ଦୀ ଗୁଣ୍ଡ ଆଉ ବାଦାମ ତେଲ ମିଶାଇ ଟିକିଏ ପାଣି ପକାଇ ହାଲୁକା ଆଞ୍ଚରେ ଗରମ କରନ୍ତୁ। ଦୁଇଟି ଯାକ ଭଲ ଭାବେ ମିଶିଯିବା ପରେ ଗ୍ୟାସରୁ ଓହ୍ଲାଇ ଥଣ୍ଡା କରି କେଶରେ ଲଗାନ୍ତୁ।

ଲଗାଇବା ପରେ ୩୫ରୁ ୪୦ ମିନିଟ ପରେ ଭଲ ଭାବେ ଶୁଖିଗଲା ପରେ ଧୋଇଦିଅନ୍ତୁ। ସପ୍ତାହକୁ ୨ଥର ମେହେନ୍ଦୀ ବାଦାମ ତେଲ ମିଶ୍ରଣ ଲଗାଇଲେ କେଶ ଘନ, କଳା ଓ ମଜଭୁତ ହେବ।

ଅଧିକ ପଢ଼ନ୍ତୁ: ଧଳା କେଶ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ