ମୋବାଇଲ କିମ୍ବା ଅନ୍ୟାନ୍ୟ ସୂଚନା ପ୍ରଯୁକ୍ତି ଉତ୍ପାଦ ସାହାଯ୍ୟରେ ବା ଡିଜିଟାଲ ବହି ପଢ଼ିବା ଦ୍ୱାରା ଆଖି ଉପରେ ପ୍ରଭାବ ପଡ଼ୁଛି। ତେଣୁ ଏହା ବଦଳରେ ଆପଣ ପ୍ରିଣ୍ଟ ବହି ପଢ଼ିପାରିବେ।

digital book vs print book

ଅଧିକ ପଢ଼ନ୍ତୁ: ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି କି? ସାବଧାନ!

ବର୍ତ୍ତମାନ ସମୟରେ ଲକଡାଉନ ଯୋଗୁଁ ସ୍କୁଲ, କଲେଜ ସବୁ ବନ୍ଦ ରହିଛି। ଏପରିସ୍ଥଳେ ପାଠ ପଢ଼ିବା ପାଇଁ ପିଲାମାନେ ଡିଜିଟାଲ ମାଧ୍ୟମର ସାହାରା ନେଇଛନ୍ତି। ମୋବାଇଲ, କମ୍ପ୍ୟୁଟର, ଲ୍ୟାପଟପ ଏବଂ ଟାଵଲଏଡ ସାହାଯ୍ୟରେ ପାଠ ପଢ଼ୁଛନ୍ତି। ପ୍ରିଣ୍ଟ ବହି ଅପେକ୍ଷା ଡିଜିଟାଲରେ ଆସୁଥିବା ବହି ବହୁଳ ବ୍ୟବହାର ହେଉଛି। କିନ୍ତୁ ଆପଣ ଜାଣିଛନ୍ତି କି, ଅଧିକ ସମୟ ମୋବାଇଲ ଏବଂ ଅନ୍ୟାନ୍ୟ ସୂଚନା ପ୍ରଯୁକ୍ତି ଆପ ବ୍ୟବହାର ଫଳରେ ଆଖି ଉପରେ କୁପ୍ରଭାଵ ପଡ଼ୁଛି।

ଡିଜିଟାଲରେ ବହି ପଢ଼ିବା ଯୋଗୁଁ ଆଖି ଜନିତ ସମସ୍ୟା ଦେଖାଦେଇଥାଏ। ମୋବାଇଲରେ ଇ-ବୁକ ପଢ଼ିବା ଫଳରେ ମୋବାଇଲରୁ ଆସୁଥିବା ନୀଳ ରଶ୍ମି ଆଖିରେ କ୍ଷତି ପହଞ୍ଚାଇ ଥାଏ। ଏହି ଲାଇଟ ଯୋଗୁଁ ଆଖିରୁ ପାଣି ମଧ୍ୟ ଗଡ଼ିଥାଏ। ତେଣୁ ସାଧାରଣ କାଗଜରେ ପ୍ରସ୍ତୁତ ବହିରୁ ଏଭଳି ସମସ୍ୟା ହେବାର କୌଣସି ଭୟ ନଥାଏ। ପ୍ରିଣ୍ଟ ବହି ପଢ଼ିବା ସମୟରେ କୌଣସି ନିର୍ଦ୍ଦିଷ୍ଟ ଆଲୋକ ଆପଣଙ୍କ ପଢ଼ାରେ ବ୍ୟାଘାତ ସୃଷ୍ଟି କରିପାରେ ନାହିଁ। ଆପଣ ଯେକୌଣସି ସ୍ଥାନରେ ବସି ଏହି ବହି ପଢ଼ି ପାରିବେ।

computer

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଅଧିକ ମୋବାଇଲ ଫୋନର ବ୍ୟବହାର ହୋଇପାରେ କ୍ଷତିକାରକ

ମୋବାଇଲରେ ବହି ପଢ଼ିବା ଯୋଗୁଁ ଆଖିକୁ ନିଦ ଆସିନଥାଏ। ମୋବାଇଲରୁ ଆସୁଥିବା ରଶ୍ମି ନିଦ ହରମୋନ ମେଲାଟୋନିନ କ୍ଷରଣରେ ବାଧା ଦେଇଥାଏ। ତେଣୁ ଠିକ ଭାବରେ ଆଖିକୁ ନିଦ ଆସିନଥାଏ। ମାତ୍ର ପ୍ରିଣ୍ଟ ବହି ପଢ଼ିବା ଫଳରେ ଏପରି ସମସ୍ୟା ହୋଇନଥାଏ। ଆପଣ ଯେ କୌଣସି ସମୟରେ କିମ୍ବା ରାତି ସମୟରେ ଶୋଇ କରି ମଧ୍ୟ ଏହି ବହି ପଢ଼ିପାରିବେ।

ଲଗାତାର ଅଧିକ ସମୟ ସ୍କ୍ରିନକୁ ଦେଖିବାବେଳେ ଅନେକ ଲୋକ ଆଖିପତାକୁ ବନ୍ଦ କରିବାକୁ ଭୁଲିଯାଆନ୍ତି। ଏପରିକି ଅନେକ ସମୟ ପର୍ଯ୍ୟନ୍ତ ଆଖିପତା ପକାନ୍ତି ନାହିଁ। ଏଭଳି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ। ପରଦାକୁ ଦେଖିବାବେଳେ ଆଖିପତାକୁ ପକେଇବାକୁ ଭୁଲନ୍ତୁ ନାହିଁ। ନଚେତ ଆଖିର ସ୍ତର ଅର୍ଥାତ ଲୁହର ସ୍ତର ଶୁଖିଯାଏ। କିନ୍ତୁ ପ୍ରିଣ୍ଟ ବହିରେ ଆଖି ପତା ଆପେ ଆପେ ପଡ଼ିଥାଏ।

digital book vs print book

ଅଧିକ ପଢ଼ନ୍ତୁ: ମସ୍ତିଷ୍କ ଏବଂ ଶରୀରକୁ କ୍ଷତି ପହଞ୍ଚାଏ ମୋବାଇଲ

ଇ-ବୁକ ବା ଡିଜିଟାଲ ବହି ପଢ଼ିବେ କିପରି?

ମୋବାଇଲ କିମ୍ବା କମ୍ପ୍ୟୁଟରରେ କୌଣସି ବିଷୟ ପଢ଼ିବା ସମୟରେ ନୀଳ ରଶ୍ମିକୁ ବାଧା ଦେବା ପାଇଁ ଚଷମା ବ୍ୟବହାର କରନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚଷମା ବ୍ୟବହାର କରିବା ଆବଶ୍ୟକ।

ଡିଜିଟାଲ ଇ-ବୁକ ପଢ଼ିବା ସମୟରେ ‘ନାଇଟ’ ରିଡିଙ୍ଗ ମୁଡ ଅନ କରି ପଢ଼ିବା ଉଚିତ। ମୋବାଇଲ କିମ୍ବା ଲ୍ୟାପଟପର ସ୍କ୍ରିନ ଲାଇଟ କମ କରି ପଢ଼ନ୍ତୁ।

କମ୍ପ୍ୟୁଟରରେ ପଢ଼ିବା ସମୟରେ ପରଦା ଏବଂ ଆପଣଙ୍କ ଦୂରତା ଏକ ଫୁଟ ରହିବା ଉଚିତ। ଏହା ଦ୍ବାରା ଆଖି, ବେକ ଏବଂ ଅଣ୍ଟା ଉପରେ ପ୍ରଭାବ ପଡ଼ି ନଥାଏ।