ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

କରୋନା ସମୟରେ ଲୋକଙ୍କ ପାଖରେ ସୁବିଧା ଥାଇ ମଧ୍ୟ ସେମାନେ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ୁଛନ୍ତି। ପରିବାରର କୌଣସି ସଦସ୍ୟ କରୋନା ସଂକ୍ରମିତ ଶୁଣିବା ପରେ ମନୋବଳ ଭାଙ୍ଗିଯାଉଛି। ସାହି ପଡ଼ିଶା ମଧ୍ୟ ସାହାଯ୍ୟ କରିବାକୁ ସଙ୍କୋଚ କରୁଛନ୍ତି। ଏଭଳି ସଙ୍କଟ ସମୟରେ କିଛି ସ୍ୱେଚ୍ଛାସେବୀ ଲୋକଙ୍କ ପାଇଁ କିନ୍ତୁ ଦେବଦୂତ ସାଜିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ କଳାହାଣ୍ଡିର ପଦ୍ମାବତୀ ପଟେଲ, ଯିଏକି କରୋନା ସମୟରେ ଘର ଘର ବୁଲି ଲୋକଙ୍କୁ କରୋନା ସଚେତନତା ବାଣ୍ଟିବା ସହିତ ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି।

padmavati_kete nua bata

ପଦ୍ମାବତୀଙ୍କ ଘର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରେ। ବୟସ ତାଙ୍କର ୨୪ ବର୍ଷ। ଜୁନାଗଡ଼ରେ ଥିବା ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ଅଧୀନରେ ସେ ସ୍ୱେଚ୍ଛାସେବୀ ଭାବେ କାମ କରନ୍ତି।

କୋଭିଡ ସମୟରେ ସଚେତନତା ବାଣ୍ଟିବା ପାଇଁ  ‘ଓଡ଼ିଶାଲାଇଭ୍’ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ଏହାର ନଲେଜ୍ ପାର୍ଟନର ରହିଛି। ଏହି ଅଭିଯାନରେ ସାମିଲ ହୋଇ ପଦ୍ମାବତୀ ପଟେଲ ନିଜର ଅନୁଭୂତି ସମ୍ପର୍କରେ କହିଛନ୍ତି।

“କୋଭିଡ ସମୟରେ ଆମେ ଘର ଘର ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରୁଛୁ। ଏହାସହିତ ଆମ ସଙ୍ଗଠନର ସଦସ୍ୟମାନେ ବରିଷ୍ଠ ନାଗରିକଙ୍କ କଥା ମଧ୍ୟ ବୁଝୁଛନ୍ତି। ଲୋକମାନେ କେମିତି ଟିକା ନେବେ, କେମିତି ରେଜିଷ୍ଟ୍ରେସନ କରିବେ ସେ ସମ୍ପର୍କରେ ମଧ୍ୟ ଆମେ ସଚେତନ କରୁଛୁ”, କହିଛନ୍ତି ସ୍ୱେଚ୍ଛାସେବୀ ପଦ୍ମାବତୀ ପଟେଲ।

kete nua bata_many new paths card

ପ୍ରଥମ ପର୍ଯ୍ୟାୟରେ ଯେତେବେଳେ କରୋନାକୁ ନେଇ ସମସ୍ତେ ଭୟଭୀତ ଥିଲେ ସେତେବେଳେ ବି ନେହେରୁ ଯୁବ କେନ୍ଦ୍ର ସଙ୍ଗଠନର ସ୍ୱେଚ୍ଛାସେବୀମାନେ ଭବାନୀପାଟଣା ରେଲୱେ ଷ୍ଟେସନ ଯାଇ ଟ୍ରେନରେ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିଥିଲେ। ଏଥିପାଇଁ କଳାହାଣ୍ଡି ଜିଲ୍ଲାପାଳ ସେମାନଙ୍କୁ ପ୍ରଶଂସା କରଥିଲେ ବୋଲି କହିଛନ୍ତି ପଦ୍ମାବତୀ ପଟେଲ।

“ସ୍ୱେଚ୍ଛାସେବୀମାନେ ମାସ୍କ ତିଆରି କରି ମାଗଣାରେ ଘରେ ଘରେ ବାଣ୍ଟୁଛନ୍ତି। ଏହାସହିତ ଅନଲାଇନ୍ ମାଧ୍ୟମରେ ଯୋଗ ଓ ବ୍ୟାୟାମର ମହତ୍ୱ ସମ୍ପର୍କରେ ବୁଝାଉଛନ୍ତି। ଲୋକେ କିଭଳି ଅଧିକରୁ ଅଧିକ ସଚେତନ ହେବେ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି”, କହିଛନ୍ତି ପଦ୍ମାବତୀ।

ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ସିଜିନ୍ ୨। ଏଥିରେ କୋଭିଡ ହିରୋଙ୍କ କାହାଣୀ, ପିଲାଙ୍କ ସ୍ୱର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ଏମ୍‌ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେବ।