ଚକ୍ଷୁ ଦାନ କରିବା ନେଇ ଅନେକଙ୍କ ମନରେ ଭୁଲ ଧାରଣ ରହିଛି। ତେବେ ଜାଣନ୍ତୁ ଚକ୍ଷୁ ଦାନ ସମ୍ବନ୍ଧରେ କେତେକ ଜାଣିବା ତଥ୍ୟ।

eye care swasthya plus

ଅଧିକ ପଢ଼ନ୍ତୁ: ବିଶ୍ୱ ଚକ୍ଷୁ ଦାନ ସପ୍ତାହ- ଆପଣଙ୍କ ଆଖିରେ ଆଉ ଜଣେ ଦେଖିପାରିବେ ଦୁନିଆର ଆଲୋକ

ଆମର ଚକ୍ଷୁ ମୃତ୍ୟୁ ପରେ ମଧ୍ୟ ଜୀବନ୍ତ ରହିପାରେ। ମୃତ ବ୍ୟକ୍ତିର ଚକ୍ଷୁ ଦାନ କଲେ, ଜଣେ ଦୃଷ୍ଟିହୀନ ବ୍ୟକ୍ତି ଦୁନିଆକୁ ଦେଖିବାରେ ସମର୍ଥ ହୁଏ। ତେଣୁ ମୃତ୍ୟୁ ପରେ ଯେଉଁ ଚକ୍ଷୁ ନଷ୍ଟ ହୋଇଯିବ, ତାକୁ ଦାନ କରି ଅନ୍ୟଙ୍କୁ ବହୁ ବର୍ଷ ପାଇଁ ଦେଖିବାରେ ସାହାଯ୍ୟ ନ କରିବା କାହିଁକି?

ଯେକୌଣସି ବୟସର ପୁରୁଷ, ସ୍ତ୍ରୀ କିମ୍ବା ପିଲା ଚକ୍ଷୁ ଦାନ କରିପାରିବେ। ଯେଉଁମାନେ ଚଷମା ପିନ୍ଧୁଛନ୍ତି ବା ମୋତିଆବିନ୍ଦୁ ପାଇଁ ଅସ୍ତ୍ରୋପଚାର କରିଛନ୍ତି ସେମାନେ ମଧ୍ୟ ଚକ୍ଷୁଦାନ କରିପାରିବେ।

ଚକ୍ଷୁ କାଢ଼ିବା ପାଇଁ ପ୍ରାୟ ୧୦-୧୫ ମିନିଟ ସମୟ ଲାଗିଥାଏ। ଏହା ଏକ ସାଧାରଣ ପଦ୍ଧତି।

ଚକ୍ଷୁ କାଢ଼ି ନିଆ ସରିବା ପରେ ମୃତ ବ୍ୟକ୍ତିର ମୁଖମଣ୍ଡଳ ଆଦୌ ବିକୃତି ଦେଖା ଯାଏ ନାହିଁ।

ଏଡସ, ହେପାଟାଇଟିସ ବି କିମ୍ବା ସି, ଜଳାତଙ୍କ, ଧନୁଷ୍ଟଙ୍କାର, କଲେରା, ମେନିନଜାଇଟିସ ବା ଏନସେଫାଲାଇଟିସ ରୋଗରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କର ଚକ୍ଷୁଦାନ ହୋଇ ପାରିବ ନାହିଁ।

ଯେଉଁ ଚକ୍ଷୁକୁ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଦାନ କରା ନ ଯାଇପାରେ ତାହା ଡାକ୍ତରୀ ଛାତ୍ରମାନଙ୍କ ଗବେଷଣା ଓ ଶିକ୍ଷାରେ ବ୍ୟବହୃତ ହୋଇଥାଏ।

ଚକ୍ଷୁ ଦାନ କଲେ ସମ୍ପୂର୍ଣ୍ଣ ଆଖି କାଢ଼ି ନିଆଯାଇଥାଏ ବୋଲି ଅନେକଙ୍କ ଧାରଣ ରହିଛି। କିନ୍ତୁ ଏହା ଭୁଲ କଥା। କେବଳ ମୃତ ବ୍ୟକ୍ତିର ଆଖିର କର୍ଣ୍ଣିଆ ନିଆଯାଇଥାଏ।

eye care swasthya plus

ଅଧିକ ପଢ଼ନ୍ତୁ: ବିଶ୍ୱ ଚକ୍ଷୁ ଦାନ ସପ୍ତାହ- ଆପଣ ବି କରିପାରିବେ ଚକ୍ଷୁ ଦାନ

ମୃତ ବ୍ୟକ୍ତିର ଚକ୍ଷୁ ଦାନ ସମୟରେ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ?

ଅଧିକାଂଶ ବ୍ୟକ୍ତିଙ୍କ ମୃତ୍ୟୁ ଘରେ ହୋଇଥାଏ। ସବୁ ପରିସ୍ଥିତିରେ ଡାକ୍ତରୀ ଦଳ ଉପଲବ୍ଧ ନ ଥାଆନ୍ତି। ତେଣୁ ଏଭଳି ସ୍ଥିତିରେ ବ୍ୟକ୍ତିର ମୃତ୍ୟୁ ହେବା ପରେ କେତେକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ମୃତ ବ୍ୟକ୍ତିର ଆଖିପତା ବନ୍ଦ ରଖନ୍ତୁ।

ମୃତ ଶରୀର ରହିଥିବା ଘରେ ଫ୍ୟାନ ଦିଅନ୍ତୁ ନାହିଁ।

ମୃତ ବ୍ୟକ୍ତିଙ୍କର ମୁଣ୍ଡ ତଳେ ତକିଆ ରଖନ୍ତୁ।

ତୁରନ୍ତ ଆଖି ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତୁ।

ଆଖି ନେବାକୁ ଆସୁଥିବା ସଂସ୍ଥା କିମ୍ବା ଡାକ୍ତରମାନଙ୍କୁ ସଠିକ ଠିକଣା ଦିଅନ୍ତୁ। କାରଣ ଅଧିକ ବିଳମ୍ବ ହୋଇଗଲେ ଚକ୍ଷୁ ଦାନ ସଫଳ ହୋଇପାରିବ ନାହିଁ।

ବ୍ୟକ୍ତି ମୃତ କି ନାହିଁ ଭଲ ଭାବେ ଡାକ୍ତରଙ୍କଠାରୁ ବୁଝିନିଅନ୍ତୁ।

ଚକ୍ଷୁ ଦାନ ସମୟରେ ଦୁଇ ଜଣ ସାକ୍ଷୀ ଉପସ୍ଥିତ ରହିବା ଉଚିତ।

ଅଧିକ ପଢ଼ନ୍ତୁ: ବିଶ୍ଵ ଚକ୍ଷୁ ଦାନ ସପ୍ତାହ- ଜାଣନ୍ତୁ ଚକ୍ଷୁ ଦାନ ପ୍ରକ୍ରିୟା ବାବଦରେ