କରୋନା ସଂକ୍ରମିତଙ୍କଠାରେ ସାଧାରଣ, ମଧ୍ୟମ ଏବଂ ଗୁରୁତର ଲକ୍ଷଣ ଦେଖିବାକୁ ମିଳୁଛି। ଅନେକଙ୍କଠାରେ କୌଣସି ଲକ୍ଷଣ ଦେଖାଦେଉ ନାହିଁ। ଏନେଇ ଲୋକେ ଦ୍ୱନ୍ଦ୍ୱରେ ଥାଆନ୍ତି କ’ଣ କରିବେ କ’ଣ ନାହିଁ।

ସାଧାରଣ ଲକ୍ଷଣ ଥିଲେ ଣ କରିବେ

ସାଧାରଣ ଲକ୍ଷଣ ଥିଲେ ବ୍ୟକ୍ତିଙ୍କଠାରେ ଜ୍ୱର, କାଶ ଏବଂ ଥଣ୍ଡା ଭଳି ଲକ୍ଷଣ ଦେଖାଦିଏ।

ଣ କରିବା ଦରକାର

  • ଘରେ ସଙ୍ଗରୋଧରେ ରହନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ମାସ୍କ ପିନ୍ଧନ୍ତୁ ଏବଂ ବାରମ୍ବାର ସାବୁନରେ ହାତ ଧୁଅନ୍ତୁ। 
  • ଶରୀରର ଜଳୀୟ ଅଂଶକୁ ବଜାୟ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ। 
  • ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ। 
  • ଶରୀରର ଅମ୍ଳଜାନ ସ୍ତର, ତାପମାତ୍ରା ପରୀକ୍ଷା କରନ୍ତୁ। 

କେତେବେଳେ ଡାକ୍ତରଖାନା ଯିବେ?

  • ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲେ,
  • ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥିବା ବା ୬୦ ବର୍ଷରୁ ଅଧିକ ବୟସ ହୋଇଥିବା ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେ ଡାକ୍ତରଖାନାରେ ଭର୍ତ୍ତି କରାନ୍ତୁ। 
  • ପ୍ରବଳ ଜ୍ୱର, କଫ ଏବଂ ଶରୀର ଥରି ଉଠିଲେ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ। 

ମଧ୍ୟମ ଲକ୍ଷଣ ଥିବା ଆକ୍ରାନ୍ତ କଣ କରିବା ଦରକାର

ମଧ୍ୟମ ଲକ୍ଷଣ ଯେପରିକି ଜ୍ୱର, କାଶ ଓ ମୁଣ୍ଡ ବିନ୍ଧା ହେବା ଏବଂ ଶରୀରରେ ଅମ୍ଳଜାନ ୯୫ରୁ ୯୦କୁ କମିଯିବା ଏବଂ ଗୋଟିଏ ମିନିଟ୍‌ରେ ୨୪ରୁ ଅଧିକଥର ନିଶ୍ୱାସ ନେଉଥିବାର ଦେଖିବାକୁ ମିଳିଥାଏ। 

ଏହି ରୋଗୀ କ’ଣ କରିବା ଦରକାର? 

  • ଏହି ଲକ୍ଷଣ ଥିବା ବ୍ୟକ୍ତି ଡାକ୍ତଖାନାରେ ଭର୍ତ୍ତି ହୁଅନ୍ତୁ। 
  • ଅମ୍ଲଜାନ ଦିଅନ୍ତୁ ଏବଂ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି କରିବା ପାଇଁ ପ୍ରତି ଦୁଇ ଘଣ୍ଟାକୁ ଥରେ ପ୍ରୋନିଂ କରନ୍ତୁ। 
  • ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ। 

କିପରି କରିବେ ନିରୀକ୍ଷଣ 

  • ଆକ୍ରାନ୍ତଙ୍କ ଶ୍ୱାସକ୍ରିୟା, ରକ୍ତ ସଞ୍ଚାଳନ ପ୍ରକ୍ରିୟା ଏବଂ ଆବଶ୍ୟକତା ଅନୁସାରେ ଅମ୍ଳଜାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତର ହେଲେ ଏଚ୍ ଆର୍ ସିଟି ପରୀକ୍ଷା କରାନ୍ତୁ। 

ଗୁରୁତର ଲକ୍ଷଣ ଥିବା ବ୍ୟକ୍ତି କଣ କରିବେ

  • ଉପରୋକ୍ତ ସମସ୍ତ ଲକ୍ଷଣ ସହିତ ଗୋଟିଏ ମିନିଟ୍‌ରେ ୩୦ରୁ ଅଧିକ ଥର ନିଶ୍ୱାସ ପ୍ରଶ୍ୱାସ ନେବା ଏବଂ ଅଣନିଶ୍ୱାସୀ ଭଳି ଲକ୍ଷଣ ଦେଖାଯାଏ। ଏହା ସହିତ ଶରୀରରେ ଅମ୍ଳଜାନର ସ୍ତର ୯୦ ପ୍ରତିଶତରୁ କମ୍ ହୋଇଯିବା ଦେଖିବାକୁ ମିଳେ। 
  • ଏହି ଲକ୍ଷଣ ଥିବା ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଏବଂ ଆଇ.ସି.ୟୁରେ ଭର୍ତ୍ତି କରାନ୍ତୁ।