ଦୈନନ୍ଦିନ ଜୀବନରେ ଆମେ ଏପରି କିଛି ଜିନିଷ ବ୍ୟବହାର କରିଥାଉ ଯଦ୍ଵାରା ମଧୁମେହ ରୋଗ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଏସବୁ ଦ୍ରବ୍ୟ ବା ଖାଦ୍ୟ ପଦାର୍ଥଠାରୁ ଦୂରେଇ ରହିବା ଉଚିତ।

diabetes check up during picnic

ଅଧିକ ପଢ଼ନ୍ତୁ: ମିଠା ନୁହେଁ ବରଂ ଏହି ସବୁ କାରଣ ପାଇଁ ହୋଇଥାଏ ଡାଏବେଟିସ

ମଧୁମେହ ରୋଗୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ରୋଷେଇ କରିବା ସମୟରେ ଏହି ୫ ଟି ଜିନିଷ ଖାଦ୍ୟଠାରୁ ଦୂରରେ ରଖନ୍ତୁ।

ରିଫାଇନ ଅଟା

ରିଫାଇନ ହୋଇଥିବା ଖାଦ୍ୟ ପଦାର୍ଥ ଶୁଦ୍ଧ ବୋଲି ଅନେକଙ୍କ ମତ ରହିଛି। କିନ୍ତୁ ଏହା ଭୁଲ କଥା। ବଜାରରେ ଏପରି ଅନେକ ଜିନିଷ ମିଳୁଛି ଯାହା ରିଫାଇନ କିନ୍ତୁ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ମଇଦା ମିଶା ଗହମ ଅଟା ଭଳି ଅନ୍ୟାନ୍ୟ ଅପମିଶ୍ରିତ ଖାଦ୍ୟ ପଦାର୍ଥ ଶରୀର ପାଇଁ ଲାଭଦାୟକ ହୋଇନଥାଏ। ଏସବୁ ଖାଇବା ଫଳରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହୋଇଥାଏ। ତେଣୁ ଏହା ବଦଳରେ ଆପଣ ବାଜରା, ମକା ଏବଂ ଯଅରେ ପ୍ରସ୍ତୁତ ଅଟା ଖାଇପାରିବେ।

ଲୁଣ

ଲୁଣରେ ସୋଡିୟମ୍‌ କ୍ଲୋରାଇଡ୍‌ର ମାତ୍ରା ଅଧିକ ଥାଏ। ପ୍ରାୟ ୧୦୦ ଗ୍ରାମ୍‌ ଲୁଣରେ ୪୦ ଗ୍ରାମ୍‌ ସୋଡିୟମ୍‌ ଓ ୬୦ ଗ୍ରାମ୍‌ କ୍ଲୋରାଇଡ୍‌ ଥାଏ। ସେହିଭଳି ଲୁଣ ଶରୀରରୁ ଜଳୀୟଅଂଶକୁ ଟାଣିଧରେ, ଯାହା ଶରୀରରେ ଜଳୀୟ ଅଂଶର ଅଭାବ ସୃଷ୍ଟି କରେ। ଫଳରେ ରକ୍ତଚାପ ବୃଦ୍ଧି ପାଇଥାଏ। ତେଣୁ ମଧୁମେହ ରୋଗୀମାନେ ଅଧିକ ଲୁଣ ଖାଇବା ଉଚିତ ନୁହେଁ।

dont eat salt more than sugar

ଅଧିକ ପଢ଼ନ୍ତୁ: ଡାଏବେଟିସ ରୋଗୀମାନେ କେଉଁ ଖାଦ୍ୟ ଖାଇପାରିବେ? ଜାଣନ୍ତୁ

ଚିନି

ମଧୁମେହ ରୋଗୀମାନେ ଚିନି ଖାଇବା ଠିକ ନୁହେଁ। ଚିନିକୁ ଛାଡ଼ି ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ। ମିଠା ଜାତୀୟ ଖାଦ୍ୟଠାରୁ ଯେତେ ସମ୍ଭବ ନିଜକୁ ଦୂରରେ ରଖନ୍ତୁ।

ସିଝା ଖାଦ୍ୟ

ପାଟିକୁ ସ୍ୱାଦିଷ୍ଟ ଲାଗିବା ପାଇଁ ଆମେ ପନିପରିବାକୁ ଅଧିକ ସିଝେଇ ଦେଇଥାଉ। ଏହା ଫଳରେ ସେଥିରେ ଥିବା ଭିଟାମିନ ନଷ୍ଟ ହୋଇଯାଇଥାଏ। ତେଣୁ ସେସବୁକୁ ଅଧିକ ସମୟ ସିଝେଇବା ଭଲ ନୁହେଁ। ସମସ୍ତ ଖାଦ୍ୟ ବିନା ରାନ୍ଧରେ ଖାଇବା ସମ୍ଭବ ନୁହେଁ। ଯେଉଁ ପନିପରିବା ବା ଫଳମୂଳ ଆପଣ କଞ୍ଚା ଖାଇପାରିବେ ସେ ସବୁ ଖାଆନ୍ତୁ।

ଫ୍ରିଜରେ ଥିବା ଖାଦ୍ୟ

ଅଧିକ ଦିନ ଖାଦ୍ୟକୁ ସଂରକ୍ଷିତ କରି ରଖିବା ପାଇଁ ଫ୍ରିଜ ସବୁଠାରୁ ଭଲ ବିକଳ୍ପ। କିନ୍ତୁ ଖାଦ୍ୟ ଅଧିକ ଦିନ ସେଥିରେ ରହିଲେ ବାସି ସହ ସମାନ ହୋଇଥାଏ। ତେଣୁ ମଧୁମେହ ରୋଗୀମାନେ ଏହି ଖାଦ୍ୟ ଖାଇବା ଉଚିତ ନୁହେଁ।

ଅଧିକ ପଢ଼ନ୍ତୁ: ବିନା ଔଷଧରେ କରନ୍ତୁ ଡାଏବେଟିସକୁ ନିୟନ୍ତ୍ରଣ