ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ମାଛରେ ଓମେଗା-୩ ଫ୍ୟାଟି ଏସିଡ୍‌ ଏବଂ ଭିଟାମିନ୍‌ ଯେପରିକି ଭିଟାମିନ୍‌ ଡି, ବି୨ (ରିବୋଫ୍ଲାବିନ୍) ଭଳି ପୋଷକତତ୍ୱ ଭରି ରହିଛି। ମାଛରେ କ୍ୟାଲସିୟମ୍‌, ଫସ୍‌ଫରସ୍‌ ଏବଂ ମିନେରାଲ୍ସ ଯଥା ଜିଙ୍କ, ଆୟୋଡିନ୍, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌ ଭରି ରହିଛି।

ହୃଦୟ ଓ ମସ୍ତିଷ୍କ ପାଇଁ ଭଲ: ମାଛ ଓମେଗା-୩ ଫ୍ୟାଟି ଏସିଡ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଏହି ଜରୁରୀ ପୋଷକ ତତ୍ୱ ହୃଦୟ ଓ ମସ୍ତିଷ୍କକୁ ସୁସ୍ଥ ରଖେ। ମାଛରେ EPA, DHA ନାମକ ଦୁଇ ପ୍ରକାର ଓମୋଗା-୩ ଫ୍ୟାଟି ଏସିଡ୍‌ ଥାଏ। ଖାଦ୍ୟରେ ମାଂସାଳ ମାଛ ସାମିଲ କରିବା ଦ୍ୱାରା ଶରୀରକୁ ଉପଯୁକ୍ତ ପୋଷଣ ମିଳିଥାଏ।

ବ୍ରେଷ୍ଟ କ୍ୟାନ୍ସର: ଅଧ୍ୟୟନ ଅନୁସାରେ ଜଣାପଡ଼ିଛି କି, ଯେଉଁ ମହିଳା ସପ୍ତାହକୁ ଥରେ ବା ଦୁଇଥର ମାଛ ଖାଇଥାଆନ୍ତି ସେମାନଙ୍କୁ ସ୍ତନ କର୍କଟ ଓ ପ୍ରୋଷ୍ଟେଟ୍ କ୍ୟାନସର ହେବାର ଭୟ କମ୍‌ ଥାଏ।

ସ୍ମୃତି ଶକ୍ତି ବୃଦ୍ଧି: ମାଛ ଖାଇବା ଦ୍ୱାରା ସ୍ମୃତି ଶକ୍ତି କ୍ଷୀପ୍ର ହୋଇଥାଏ। ମାଛରେ ଥିବା ପ୍ରୋଟିନ୍ ମସ୍ତିଷ୍କରେ ନୂତନ କୋଷିକା ନିର୍ମାଣ କରିବାରେ ସହାୟକ ହୋଇଥାଏ।

ହାଡ଼ ମଜଭୁତ କରେ: ହାଡ଼ ଓ ମାଂସପେଶୀକୁ ସୁଦୃଢ଼ କରେ ମାଛ। କାରଣ ଏହା କ୍ୟାଲ୍‌ସିୟମ୍‌ର ଉତ୍ତମ ଉତ୍ସ।

ତ୍ଵଚା ଓ କେଶ ପାଇଁ ଭଲ: ମାଛରେ ଭିଟାମିନ୍‌ ଇ ଏବଂ ଓମେଗା-୩ ଫ୍ୟାଟି ଏସିଡ୍‌ ଥିବାରୁ ଏହା ତ୍ୱଚା ଓ କେଶ ସୁସ୍ଥ ରଖେ।

ମାଛକୁ ସାଧାରଣତଃ ମଧ୍ୟାହ୍ନ ଭୋଜନରେ ଖାଇବା ଉଚିତ। ରାତିରେ ଖାଇବା ଦ୍ୱାରା ବଦ୍‌ହଜମି ହେବାର ସମ୍ଭାବନା ଥାଏ।