ଛୋଟ ଛୁଆମାନଙ୍କୁ ଖଟା ଜାତୀୟ ଖାଦ୍ୟ ଖାଇବାକୁ ମନା କରାଯାଇଥାଏ। କିନ୍ତୁ ଦହି ଭଳି କେତେକ ଖଟା ଦ୍ରବ୍ୟ ଖାଇବା ଦ୍ୱାରା ସେମାନଙ୍କ ହାଡ଼ ମଜଭୁତ ହୋଇଥାଏ।

babyସାଧାରଣତଃ ଛୋଟ ବେଳେ ପିଲାମାନଙ୍କୁ ଖଟା ଜାତୀୟ ଖାଦ୍ୟ ଖାଇବାକୁ ଦିଆଯାଇନଥାଏ। ଛୋଟ ପିଲାମାନେ କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଶିଶୁର ହାଡ଼ ମଜଭୁତ ପାଇଁ ଦହି ଛେନା ପରି କ୍ୟାଲସିୟମ ଖାଦ୍ୟର ଆବଶ୍ୟକ ରହିଛି। ବିଶେଷ ଭାବେ ଦହି ଛୋଟ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ ଦିଗରେ ସାହାଯ୍ୟ କରିଥାଏ।

ଛୋଟ ଶିଶୁଙ୍କ ଶାରୀରିକ ବିକାଶ ପାଇଁ ସେମାନଙ୍କ ଇମ୍ୟୁନୋ ସିଷ୍ଟମ ବା ରୋଗ ପ୍ରତିରୋଧକ ମଜଭୁତ ହେବା ନିହାତି ଦରକାର। ସେମାନଙ୍କୁ ନିୟମିତ ସକାଳ ଜଳଖିଆ କିମ୍ବା ଦ୍ବିପହର ଖାଦ୍ୟରେ କିଛି ମାତ୍ରାରେ ଦହି ଖାଇବାକୁ ଦେଲେ ସେମାନଙ୍କ ପେଟରେ ଥିବା ଅଦରକାରୀ ବ୍ୟାକ୍ଟେରିଆ ନଷ୍ଟ ହୋଇଯାନ୍ତି।

ଶିଶୁ ୬ ମାସ ହେବା ପରେ ସେମାନଙ୍କୁ ବାହାରର ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ଫଳରେ ସେମାନଙ୍କ ନିକଟରେ ଗ୍ୟାସ ସମସ୍ୟା ଦେଖାଦିଏ। ପେଟରେ ଏସିଡ଼ିଟି ବା ଗ୍ୟାସ ସମସ୍ୟା ଲାଗି ରହିଲେ ସେମାନେ ସ୍ୱଭାବରେ ଚିଡ଼ଚିଡ଼ା ହୋଇଯାଆନ୍ତି। ଏଥିପାଇଁ ଠିକରେ ଖିଆପିଆ ମଧ୍ୟ କରନ୍ତି ନାହିଁ। ତେଣୁ ଏସବୁ ସମସ୍ୟାରୁ ମୁକ୍ତି କରିବା ପାଇଁ ସେମାନଙ୍କୁ ଦହି ଖାଇବାକୁ ଦିଅନ୍ତୁ। ଦହିରେ ଥିବା ଲାକଟିକ ଏସିଡ ପେଟରେ ଗ୍ୟାସ ହେବାକୁ ଦେଇନଥାଏ।

ଦହି ଖାଇବା ଦ୍ୱାରା ଛୋଟ ଶିଶୁଙ୍କୁ ନିଦ ହୋଇଥାଏ। ଖାଲି ସେତିକି ନୁହେଁ ସେମାନଙ୍କ ଦେହରେ ଦହି ମାଲିସ କଲେ ତ୍ୱଚାରେ ଚମକ ଆସିଥାଏ।

ନିୟମିତ ଭାବେ ପିଲାଙ୍କୁ ଦହି ଖାଇବାକୁ ଦେବା ଫଳରେ ସେମାନଙ୍କ ୟୁରିନ ସଂକ୍ରମଣ ଜନିତ ସମସ୍ୟା ଦୂର ହୋଇଥାଏ। ଦହିରେ ଥିବା ପ୍ରୋବାୟୋଟିକ ତତ୍ତ୍ୱ ପିଲାଙ୍କ କିଡନୀ ଓ ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଆଜିକାଲି ବଜାରରେ ଅନେକ ପ୍ରକାରର ଦହି ମିଳୁଛି। କିନ୍ତୁ ଛୋଟ ପିଲାଙ୍କୁ ଘରେ ପ୍ରସ୍ତୁତ ହେଉଥିବା ଦହି ହିଁ ଖାଇବାକୁ ଦେବା ଉଚିତ। ଦହିରେ ଲୁଣ କିମ୍ବା ଚିନି ମିଶାଇ ଖାଇବାକୁ ଦେବା ଉଚିତ।

ଛଅ ମାସ ପରେ ଶିଶୁକୁ ଅନ୍ୟ ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ସେହି ସମୟରେ ନିୟମିତ ଚକଟା ଭାତ ସହ ଅଳ୍ପ ଲେମ୍ବୁ ଖାଇବାକୁ ଦିଅନ୍ତୁ।

ପିଲାମାନଙ୍କ ଖାଇବାରେ ଛୋଟ ଛୋଟ ଆମ୍ବ ଏବଂ କମଳା ଖଣ୍ଡ ମଧ୍ୟ ଖାଇବାକୁ ଦିଅନ୍ତୁ।

ଖଟା ଜାତୀୟ ଫଳର ଜୁସ ଦିନର ଯେକୌଣସି ସମୟରେ ବୋତଲରେ ଭର୍ତ୍ତି କରି ପିଲାକୁ ପିଇବାକୁ ଦେଇପାରିବେ।