ମହିଳାମାନଙ୍କୁ ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ କର୍କଟ ରୋଗ କାହିଁକି ହୋଇଥାଏ? ଏହାର ଚିକିତ୍ସା ବାବଦରେ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଆଜିକାଲି ମହିଳାମାନଙ୍କ ନିକଟରେ ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ କର୍କଟ ରୋଗ ଦେଖିବାକୁ ମିଳୁଛି। ଜରାୟୁର ନିମ୍ନ ଭାଗକୁ ସର୍ଭିକ କୁହାଯାଏ। ମହିଳାମାନଙ୍କଠାରେ ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର।

ସର୍ଭାଇକାଲ କ୍ୟାନ୍ସରର ଲକ୍ଷଣ (symptomes of cervical cancer in odia)

ସର୍ଭାଇକାଲ କ୍ୟାନ୍ସରର ପ୍ରାଥମିକ ଅବସ୍ଥାରେ କୌଣସି ଲକ୍ଷଣ ଜଣାପଡ଼ିନଥାଏ। ରୋଗ ଦିନକୁ ଦିନ ଜଟିଳ ହୋଇଗଲେ ଏହି ସବୁ ଲକ୍ଷଣ ପ୍ରକାଶ ପାଇଥାଏ।

ମହିଳାମାନଙ୍କର ଋତୁସ୍ରାବ ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିଲେ ମଧ୍ୟ ରକ୍ତସ୍ରାବ ହୋଇଥାଏ।

ସହବାସ ସମ୍ପର୍କ ପରେ ଭାଜିନାଲରୁ ରକ୍ତସ୍ରାବ ହେବା।

ଗନ୍ଧଯୁକ୍ତ ହ୍ଵାଇଟ ଡିସଚାର୍ଜ ହେବା।

ଅଣ୍ଟା ଯନ୍ତ୍ରଣା ହେବା।

ଏହି ରୋଗ ବଢ଼ିଗଲେ ପରିସ୍ରା ନଳୀ ବା ମୂତ୍ର ନଳୀ ଉପରେ ଚାପ ପକାଇବା କାରଣରୁ ପରିସ୍ରାରେ ଅନିୟମିତତା ଦେଖା ଯାଇଥାଏ।

ପରିସ୍ରାରେ ରକ୍ତ ପଡ଼ିବା।

ଖାଦ୍ୟନଳୀ ଉପରେ ଚାପ ପଡ଼ିବା ଦ୍ୱାରା କଠିନ ଝାଡ଼ା ହୋଇଥାଏ।

cervical_cancer3

ସର୍ଭାଇକାଲ କ୍ୟାନ୍ସରର କାରଣ (causes of cervical cancer in odia)

ସାଧାରଣତଃ hpv ଭାଇରସ ବା ହ୍ୟୁମାନ ପାପିଲମା ଭାଇରସ ସଂକ୍ରମଣ ଯୋଗୁଁ ସର୍ଭାଇକାଲ କ୍ୟାନ୍ସର ହୋଇଥାଏ। ମୁହଁର ମୁଖଗହ୍ୱର, ମଳଦ୍ୱାର ଏବଂ ମୂତ୍ରଦ୍ୱାର ଏହି ସଂକ୍ରମଣ ଦେଖାଯାଇଥାଏ। ଏହି ଭାଇରସର ବିଭିନ୍ନ ସ୍ତର ରହିଛି। ୧୬ ଏବଂ ୧୮ ସ୍ତରର ଭାଇରସ ସର୍ଭାଇକାଲ କ୍ୟାନ୍ସର କରାଇଥାଏ। ଏକାଧିକ ଯୌନ ସମ୍ପର୍କ କିମ୍ବା ସ୍ୱାମୀଙ୍କର ଅସୁରକ୍ଷିତ ଯୌନ ସମ୍ପର୍କ କାରଣରୁ ଏହି hpv ଭାଇରସ ସଂକ୍ରମିତ ହୋଇଥାନ୍ତି।

ଅବନର୍ମାଲ ସେକ୍ସୁଆଲ ଇଣ୍ଟରକୋର୍ସ ଯୋଗୁଁ ମଧ୍ୟ ସଂକ୍ରମଣ ହୋଇଥାଏ। କମ ବୟସରେ ବିବାହ କାରଣରୁ ମଧ୍ୟ ସର୍ଭାଇକାଲ କ୍ୟାନ୍ସର ହେବାର ଆଶଙ୍କା ରହିଛି। ଏଡସ ବା ଏଚଆଇଭି ସଂକ୍ରମିତ ମହିଳାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ। ଏଥିପାଇଁ ମହିଳାମାନଙ୍କ ନିକଟରେ ସର୍ଭାଇକାଲ କ୍ୟାନ୍ସର ଦେଖାଯାଇଥାଏ। ଏହା କୌଣସି ବଂଶାନୁକ୍ରମିକ ରୋଗ ନୁହେଁ।

କେମିତି ଚିହ୍ନଟ କରିବେ ସର୍ଭାଇକାଲ କ୍ୟାନ୍ସର? ( How to diagnose of cervical cancer in odia)

ଡାକ୍ତରୀ ପରୀକ୍ଷା ମାଧ୍ୟମରେ ସର୍ଭାଇକାଲ କ୍ୟାନ୍ସର ଚିହ୍ନଟ କରିବା ସମ୍ଭବ। କଲ୍ପସ୍କୋପିକ ଟେଷ୍ଟ ଜରିଆରେ ଏହି ରୋଗର ଚିକିତ୍ସା ହୋଇପାରିବ। କଲ୍ପସ୍କୋପ ଦ୍ୱାରା ଜରାୟୁରେ ତଳ ଭାଗରେ କୌଣସି ଅସୁବିଧା ଅସୁବିଧା ଅଛି କି ନାହିଁ ପରୀକ୍ଷା କରାଯାଇଥାଏ। ଅନେକ ସମୟରେ କୌଣସି ଲକ୍ଷଣ ବାବଦରେ ଜଣା ନ ପଡ଼ିଲେ ୩% ଏସିଟିକ ଏସିଡ ବ୍ୟବହାର କରାଯାଇ ରୋଗ ଚିହ୍ନଟ କରାଯାଏ। ଆବଶ୍ୟକ ପଡ଼ିଲେ ଜରାୟୁରୁ ମାଂସ ନିଆଯାଇ ମାଇକ୍ରୋସ୍କୋପରେ ପରୀକ୍ଷା କରାଯାଇଥାଏ। କର୍କଟ ରୋଗ ବାବଦରେ ଜଣାପଡ଼ିବା ପରେ ସିଟିସ୍କାନ, ଏମଆରଆଇ କିମ୍ବା ପେଡସ୍କାନ କରିବାକୁ ହୋଇଥାଏ।

ଅନେକ ସମୟରେ ଏହି କ୍ୟାନ୍ସର ସେଲ ବା କର୍କଟ କୋଷିକା ଲିମ୍ଫାଟିକ ମାଧ୍ୟମରେ ପେଟକୁ ଯାଇ ପେଟରେ କ୍ୟାନ୍ସର କରାଇଥାଏ। ଏପରିସ୍ଥଳେ ପେଡସିଟିର ସାହାଯ୍ୟରେ ରୋଗ ନିରୂପଣ କରାଯାଇଥାଏ। ଏହି ପରୀକ୍ଷା ମାଧ୍ୟମରେ କ୍ୟାନ୍ସର ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ଆକ୍ରାନ୍ତ କରିଛି ବୋଲି ସେ ଜଣା ପଡ଼ିଥାଏ। ପରେ ଡାକ୍ତରମାନେ ଏହାର ଷ୍ଟେଜିଙ୍ଗ କରି ରୋଗ ସ୍ଥିତି ବାବଦରେ ଜାଣିପାରିଥାନ୍ତି।

ସର୍ଭାଇକାଲ କ୍ୟାନ୍ସରର ଚିକିତ୍ସା (Treatment of cervical cancer in odia)

ସର୍ଭାଇକାଲ କ୍ୟାନ୍ସରର ଚିକିତ୍ସାରେ ପ୍ରଥମେ କ୍ୟାନ୍ସସର ସ୍ଥିତି ବାବଦରେ ପରୀକ୍ଷା କରାଯାଇଥାଏ। କ୍ୟାନ୍ସର ସର୍ଭିକ ଭିତରେ ସୀମିତ ଥିଲେ ଫିଗର ଷ୍ଟେଜିଙ୍ଗ କରାଯାଇଥାଏ। ଷ୍ଟେଜ ୧ ଏବଂ ଷ୍ଟେଜ ୨- ଏ -୧ ଅବସ୍ଥାରେ ରୋଗୀର ସର୍ଜରୀ କରାଯାଇଥାଏ। ସର୍ଜରୀରେ ସମ୍ପୂର୍ଣ୍ଣ ଜରାୟୁ ଏବଂ ଓଭାରି କାଢ଼ି ଦିଆଯାଇଥାଏ। ଷ୍ଟେଜ ଅନୁଯାୟୀ ଏହି କ୍ୟାନ୍ସରର ସର୍ଜରୀ ରହିଛି। କେତେକ ସର୍ଜରୀରେ ଜରାୟୁ ଏବଂ ଓଭାରି ପାଖରେ ଥିବା ଲିମ୍ଫନୋଡ ବା ଗ୍ରନ୍ଥି କାଢ଼ିବାକୁ ପଡ଼ିଥାଏ। ଏହି ସର୍ଜରୀକୁ ରେଡିକାଲ ହିଷ୍ଟ୍ରୋକ୍ଟମି କୁହାଯାଏ।

କ୍ୟାନ୍ସସ ଷ୍ଟେଜ୨-ଏ-୨ କିମ୍ବା ୪ ସେମିରୁ ଅଧିକ ବଢ଼ିଯାଇଥିଲେ ଏହାର ଚିକିତ୍ସା ପାଇଁ କେମୋ ଏବଂ ରାଡିଏସନର ବ୍ୟବହାର କରାଯାଇଥାଏ। ଏହି ଷ୍ଟେଜରେ ଥିବା ରୋଗୀଙ୍କୁ ସପ୍ତାହକୁ ଥରେ ଲେଖାଏଁ କେମୋ ଦିଆଯାଇଥାଏ। ସର୍ଭାଇକାଲ କ୍ୟାନ୍ସରର ଉପଶମ ପାଇଁ ଭ୍ୟାକସିନ ବାହାରିଲାଣି। ସର୍ଭାରିକସ, ଗାର୍ଡସିଲ, ବାଇଭାଲାଣ୍ଟ ଭ୍ୟାକସିନ ସର୍ଭାଇକାଲ କ୍ୟାନ୍ସର ପାଇଁ ବ୍ୟବହାର କରାଯାଇଥାଏ। ୯-୨୬ ବର୍ଷ ବୟସର ମହିଳାମାନଙ୍କୁ ଏହି ଭ୍ୟାକସିନର ୨ଟି ଡୋଜ ଦିଆଯାଇଥାଏ। ସର୍ଭାଇକାଲ କ୍ୟାନ୍ସର ନ ହେବା ପାଇଁ ୯-୧୨ ବର୍ଷ ମଧ୍ୟରେ ଭ୍ୟାକସିନ ନେବା ଆବଶ୍ୟକ।

ସର୍ଭାଇକାଲ କ୍ୟାନ୍ସସର ନିରାକରଣ (Prevention of cervical cancer in odia)

ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ।

ଖାଇବାରେ ରାଗ ଖାଦ୍ୟ ଖାଆନ୍ତୁ ନାହିଁ।

ସବୁଜ ପନିପରିବା, ଭିଟାମିନ ସି, ଏ ଏବଂ ଇ ଜାତୀୟ ଖାଦ୍ୟ ଏବଂ ବିଭିନ୍ନ ଫଳମୂଳ ଖାଆନ୍ତୁ।

ମେଦବହୁଳତା କିପରି ନ ହେବ ସେନେଇ ବିଶେଷ ଧ୍ୟାନ ରଖନ୍ତୁ।

ନିୟମିତ ଏକ୍ସସରସାଇଜ କରନ୍ତୁ।

ସ୍ୱଚ୍ଛତା ପ୍ରତି ଯତ୍ନବାନ ରହନ୍ତୁ।

ଋତୁସ୍ରାବ ସମୟରେ ସାନିଟାରୀ ପ୍ୟାଡ ବ୍ୟବହାର କରନ୍ତୁ।

ଗାଧୋଇବା ସମୟରେ ସାବୁନ ଦ୍ୱାରା ଭଲ ଭାବେ ଗୁପ୍ତାଙ୍ଗ ସଫା କରନ୍ତୁ।

ଏକାଧିକ ଯୋୖନ ସମ୍ପର୍କ ସ୍ଥାପନ କରନ୍ତୁ ନାହିଁ।

ପ୍ରତି ତିନି ବର୍ଷକୁ ଥରେ ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ।

(ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟଫର୍ମସ୍ୱାସ୍ଥ୍ୟ ପ୍ଲସସହିତ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on cervical cancer, in Odia language, is based on an extensive interview with oncologist Doctor Dr. Sangram Keshari Panda.