ହେପାଟାଇଟିସ୍ ବି ଏଚ୍‌ଆଇଭିଠାରୁ ୫୦-୧୦୦ ଗୁଣ ଅଧିକ କ୍ଷତିକାରକ। 

ହେପାଟାଇଟିସ୍ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପୁଥିବା ଏକ ପ୍ରକାର ସଂକ୍ରମଣ ଯାହାକି ସିଧାସଳଖ ଲିଭରକୁ ପ୍ରଭାବିତ କରିଥାଏ। ସାଧାରଣତଃ ଏହା ୫ ପ୍ରକାରର ହୋଇଥିବାବେଳେ ଅଧିକାଂଶ କ୍ଷେତ୍ରରେ ଲୋକମାନେ ହେପାଟାଇଟିସ୍ ବି ଏବଂ ସି’ର ଶିକାର ହୋଇଥା’ନ୍ତି। ଏହାର ବ୍ୟାକ୍ଟେରିଆ ଅନ୍ୟ ଜଣେ ସୁସ୍ଥ ଲୋକକୁ ସହଜରେ ସଂକ୍ରମିତ କରିପାରେ। ସାରା ବିଶ୍ୱରେ ପ୍ରତି ୧୨ ଜଣଙ୍କ ମଧ୍ୟରୁ ଜଣେ ଏହି ରୋଗର ଶିକାର ହୋଇଥାନ୍ତି। ତେବେ ସମୟ ଥାଉ ଥାଉ ଏହାର ଚିହ୍ନଟ କରାଗଲେ ଉପଚାର ପାଇଁ ସହଜ ହୋଇଥାଏ।

ହେପାଟାଇଟିସ୍ ବି’ ଦୁଇ ପ୍ରକାରର। ଆକ୍ୟୁଟ୍ ହେପାଟାଇଟିସ୍ ବି ଏବଂ କ୍ରୋନିକ୍ ହେପାଟାଇଟିସ୍ ବି। ବହୁ ସମୟରେ ଲୋକମାନେ ହେପାଟାଇଟିସ୍ ବି’ର ଶିକାର ହୋଇଥା’ନ୍ତି, କିନ୍ତୁ କିଛି ଦିନ ପରେ ସୁସ୍ଥ ଅନୁଭବ କରିଥା’ନ୍ତି। ତାକୁ ଆକ୍ୟୁଟ୍ ହେପାଟାଇଟିସ୍ ବି ବୋଲି କୁହାଯାଇଥାଏ। ଆଉ କିଛି କ୍ଷେତ୍ରରେ ସଂକ୍ରମଣ ଅଧିକ ଦିନ ଧରି ରହିଥାଏ। ତାକୁ କ୍ରୋନିକ୍ ହେପାଟାଇଟିସ୍ ବି କୁହାଯାଇଥାଏ। ଏହା ଧୀରେ ଧୀରେ ଲିଭରକୁ କ୍ଷତି ପହଞ୍ଚାଇବା ଆରମ୍ଭ କରିଥାଏ। ଛୋଟ ପିଲାଙ୍କୁ ଏହି ସଂକ୍ରମଣ ହେବାର ଅଧିକ ଆଶଙ୍କା ରହେ। ସବୁଠୁ ବିପଜ୍ଜନକ କଥା ହେଲା ଏହି ସଂକ୍ରମଣ ସଂପର୍କରେ ଜଣାପଡ଼େନାହିଁ। ତେଣୁ ଜଣେ ଅନ୍ୟଜଣଙ୍କୁ ସହଜରେ ସଂକ୍ରମିତ କରିଥାଆନ୍ତି।

ହେପାଟାଇଟିସ୍ ବି କିଭଳି ବ୍ୟାପେ? (How does hepatitis B spread in Odia)

ସଂକ୍ରମିତ ଛୁଞ୍ଚି ବ୍ୟବହାର, ଅସୁରକ୍ଷିତ ଯୌନ ସଂପର୍କ ମାଧ୍ୟମରେ ଏହି ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଗର୍ଭବତୀ ମା’ଙ୍କଠାରୁ ପିଲାଙ୍କୁ ଏହା ହେବାର ଆଶଙ୍କା ରହେ।

ଜଟିଳତା

କ୍ରୋନିକ୍ ହେପାଟାଇଟିସ୍ ବି ଯୋଗୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଲିଭର ସିରୋସିସ, ଲିଭର କ୍ୟାନ୍ସର, ଲିଭର ଫେଲ ହୋଇଯିବା ପ୍ରଭୃତି ଦେଖାଯାଏ। କିଛି କ୍ଷେତ୍ରରେ ରୋଗୀମାନେ ଆନିମିଆର ଶିକାର ବି ହୋଇଥାନ୍ତି।

viral fever

ଲକ୍ଷଣ (Symptoms of Hepatitis B in Odia)

-ଗଣ୍ଠି ଦରଜ, ପେଟରେ ଯନ୍ତ୍ରଣା, ବାନ୍ତି, ଦୁର୍ବଳ ଲାଗିବା

-ସବୁବେଳେ ଥକ୍କା ଅନୁଭବ କରିବା। ତ୍ୱଚାର ରଙ୍ଗ ହଳଦିଆ ହୋଇଯିବା, ଆଖିର ଧଳା ଅଂଶ ବି ହଳଦିଆ ଦେଖାଯିବା

-ଜ୍ୱର ଆସିବା, ମଳ, ପରିସ୍ରାର ରଙ୍ଗ ହଳଦିଆ ହୋଇଯିବା

-ଭୋକ ଲାଗିବା କମିଯିବା। ଏହା ମଧ୍ୟରୁ ଯେକୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ସଂପର୍କ କରନ୍ତୁ। ତ୍ୱରିତ ଚିକିତ୍ସା କରାଗଲେ ହେପାଟାଇଟିସ୍ ବିରୁ ଆରୋଗ୍ୟ ଲାଭ ସମ୍ଭବପର।

କିଭଳି ଜଣାପଡ଼େ?

ହେପାଟାଇଟିସ୍ ବି ସଂକ୍ରମଣ ସଂପର୍କରେ ଜାଣିବା ଲାଗି ଲିଭର ଫଙ୍କସନ୍ ଟେଷ୍ଟ (ଏଲଏଫଟି) ଭଳି ପରୀକ୍ଷଣ କରାଯାଇଥାଏ। ଏହାଛଡ଼ା ଲିଭରର ଅଲଟ୍ରାସାଉଣ୍ଡ, ଫାଇବ୍ରୋସ୍କାନ୍ କିମ୍ବା ସିଟି ସ୍କାନ୍ ନ ହେଲେ ବାୟୋପ୍ସି କରାଯାଇଥାଏ।

ହେପାଟାଇଟିସ୍ ବି’ରୁ ସତର୍କ ରହନ୍ତୁ 

-ସୁରକ୍ଷିତ ଯୌନ ସଂପର୍କ ସ୍ଥାପନ କରନ୍ତୁ।

-କାହା ସହ ଛୁଞ୍ଚି, ରେଜର, ଟୁଥବ୍ରଶ ସେୟାର କରନ୍ତୁ ନାହିଁ।

-ଯଦି କାହାର ରକ୍ତ ସହ ସିଧାସଳଖ ସଂପର୍କରେ ଆସୁଥାନ୍ତି ତା’ ହେଲେ ହାତରେ ଗ୍ଲୋଭ୍‌ସ ପିନ୍ଧନ୍ତୁ।

-ଟାଟୁ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

ଆକ୍ୟୁଟ ହେପାଟାଇଟିସ୍ ବି’ ହେଲେ କ’ଣ କରିବେ?

ଆକ୍ୟୁଟ ହେପାଟାଇଟିସ୍ ବି’ ହୋଇଥିଲେ ଠିକ୍ ଭାବେ ଖାଇବା, ବହୁତ ତରଳ ପଦାର୍ଥ ପିଇବା, ଉପଯୁକ୍ତ ପରିମାଣରେ ବିଶ୍ରାମ ନେବା ଆବଶ୍ୟକ। ଏହି ସମୟରେ ନିଶା ସେବନ ଅଭ୍ୟାସକୁ ଛାଡ଼ିଦେବା ଦରକାର। ନିହାତି ଆବଶ୍ୟକ ପଡ଼ିଲେ ଡାକ୍ତର ଆଣ୍ଟିଭାଇରାଲ ଔଷଧ ଦେଇଥା’ନ୍ତି।

କ୍ରୋନିକ୍ ହେପାଟାଇଟିସ୍ ବି ଥିଲେ କିଭଳି ନେବେ ଲିଭରର ଯତ୍ନ?

କ୍ରୋନିକ୍ ହେପାଟାଇଟିସ୍ ବି ଶିକାର ସବୁ ଲୋକଙ୍କୁ ଲିଭରକୁ ସୁସ୍ଥ ରଖିବା ଲାଗି ଔଷଧ ଖାଇବାର ଆବଶ୍ୟକତା ନାହିଁ। ତେବେ ସେମାନଙ୍କୁ ଲିଭରର ଯତ୍ନ ନେବାକୁ ପଡ଼ିଥାଏ।

-ନିୟମିତ ଭାବେ ଲିଭର ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ହେପାଟାଇଟିସ୍ ଏର ଟୀକା ନିଅନ୍ତୁ ଯେପରିକି ଲିଭର ଅନ୍ୟ ସଂକ୍ରମଣରୁ ରକ୍ଷା ପାଇପାରିବ।

-ମଦ ଓ ଧୂମପାନ କରନ୍ତୁ ନାହିଁ। କାରଣ ଏହା ପୂର୍ବରୁ ହେପାଟାଇଟିସ୍ ଭାଇରସ ଦ୍ୱାରା ପ୍ରଭାବିତ ଆପଣଙ୍କର ଲିଭରକୁ ଆହୁରି କ୍ଷତି କରିଥାଏ।

-କୌଣସି ପ୍ରକାର ହର୍ବାଲ ଔଷଧ କିମ୍ବା ଭିଟାମିନ୍ ଔଷଧ ଖାଇବା ପୂର୍ବରୁ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।

-ଘରେ ଦିଆଯାଉଥିବା ରଙ୍ଗ, ଅଠା, ନେଲପଲିସ୍ ରିମୁଭର ଏବଂ ଅନ୍ୟ ବିଷାକ୍ତ ରସାୟନକୁ ଶୁଘଂନ୍ତୁ ନାହିଁ। ଏହା ଆପଣଙ୍କର ଲିଭରକୁ କ୍ଷତିଗ୍ରସ୍ତ କରିପାରେ।

-ଫଳ, ସବୁଜ ପନିପରିବା, ମାଛ, ଚିକେନ୍ ପ୍ରଭୃତି ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ତେବେ ସି’ଫୁଡ଼୍‌କୁ ଏଡ଼ାଇ ଯାଆନ୍ତୁ।

-ନିୟମିତ ଭାବେ ବ୍ୟାୟାମ କରନ୍ତୁ।

ଟୀକାର କ’ଣ ଭୂମିକା ରହିଛି?

ହେପାଟାଇଟିସ୍ ବି ସଂକ୍ରମଣକୁ ରୋକିବା ଲାଗି ଟୀକାର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରାୟ ୨୦ ବର୍ଷ ଯାଏ

ଏହା ହେପାଟାଇଟିସ୍ ବି ବିରୋଧରେ ୯୫% ସୁରକ୍ଷା ପ୍ରଦାନ କରିଥାଏ। ସ୍ୱାସ୍ଥ୍ୟସେବା ସହିତ ଜଡ଼ିତ ଲୋକଙ୍କୁ ଏହାକୁ ନିହାତି ନେବାକୁ ପରାମର୍ଶ ଦିଆଯାଇଥାଏ।

All the important information you need to know about Hepatitis B. Odia Health Tips.