ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। 

ଆମେ ଖାଉଥିବା ଖାଦ୍ୟ ଏସୋଫାଗସ୍ ମାଧ୍ୟମରେ ଆମ ପେଟକୁ ଯାଏ। ପେଟରେ ଥିବା ଗ୍ୟାଷ୍ଟ୍ରିକ୍ ଗ୍ରନ୍ଥିଗୁଡ଼ିକ ଏସିଡ୍ ସୃଷ୍ଟି କରେ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଯେତେବେଳେ ଗ୍ୟାଷ୍ଟ୍ରିକ୍ ଗ୍ରନ୍ଥି ହଜମ ପ୍ରକ୍ରିୟା ପାଇଁ ଆବଶ୍ୟକତାଠାରୁ ଅଧିକ ଏସିଡ୍ ସୃଷ୍ଟି କରେ, ସେତେବେଳେ ଆପଣଙ୍କ ଛାତି ତଳେ ଜଳିବା ଭଳି ଅନୁଭୂତ ହୁଏ। ଏହି ଅବସ୍ଥାକୁ ଏସିଡିଟି କୁହାଯାଏ।

ଏସିଡିଟି ହେଲେ ଖାଉଥିବା ଖାଦ୍ୟ ହଜମ ହୁଏ ନାହିଁ, ଅରୁଚି ଲାଗେ।

ଏସିଡିଟି ହେବାର କାରଣ (Causes of Acidity in Odia)

ପେଟରେ ଏସିଡ୍‌ ଗ୍ୟାଷ୍ଟ୍ରିକ୍ ଗ୍ରନ୍ଥି ଅଧିକ ଏସିଡ୍‌ ସୃଷ୍ଟି କଲେ ଏସିଡିଟି ସମସ୍ୟା ହୋଇଥାଏ। ହେଲେ ଏସିଡ୍‌ ସୃଷ୍ଟି ହେବାର କାରଣ ହେଉଛି:

  • ଠିକ୍‌ ସମୟରେ ନ ଖାଇଲେ
  • ଶୋଇବାର ଠିକ୍‌ ପୂର୍ବରୁ ଖାଇଲେ
  • ଅଧିକ ଖାଇଲେ
  • ରାଗ ମସଲା ଅଧିକ ଖାଇଲେ
  • ଲୁଣ ଅଧିକ ମାତ୍ରାରେ ଖାଇଲେ
  • ଅଧିକ ପରିମାଣରେ ଚା’, କଫି, କୋଲଡ୍ରିଙ୍କ ପିଇଲେ
  • ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ
  • ଛଣାଛଣି ଖାଦ୍ୟ, ପିଜା ଅଧିକ ଖାଇଲେ
  • ଅଧିକ ଆମିଷ ଖାଇଲେ
  • ମାନସିକ ଚାପ
  • ଅନିଦ୍ରା
  • ଧୂମପାନ
  • ଶାରୀରିକ ପରିଶ୍ରମ ଓ ବ୍ୟାୟାମ ନ କଲେ
  • ନିୟମିତ ମଦ୍ୟପାନ କରିବା ଦ୍ୱାରା ଏସିଡିଟି ସମସ୍ୟା ହୋଇଥାଏ।
lemon water

ଅଧିକ ପଢ଼ନ୍ତୁ: ସୁସ୍ଥ ଲିଭର ପାଇଁ ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

ଏସିଡିଟିର ଲକ୍ଷଣ (Symptoms of Acidity in Odia)

ଏସିଡିଟିର ଲକ୍ଷଣ ସମସ୍ତଙ୍କ ପାଖରେ ସମାନ ଦେଖାଦେଇନଥାଏ। ଗ୍ୟାସ୍‌ ଓ ଏସିଡିଟିର ଲକ୍ଷଣ ପ୍ରାୟତଃ ସମାନ। କେତେକ ଲୋକଙ୍କଠାରେ ଛାତିରେ ଜ୍ୱଳନ ଭଳି ଅନୁଭୂତ ହୁଏ, ଖାଇବା ପରେ ପେଟ ଭାରି ଲାଗିବା, ବାନ୍ତି ଲାଗିବା, କୋଷ୍ଠକାଠିନ୍ୟ, ବଦ୍‌ହଜମି, ଅସହଜ ମନେ ହୁଏ।

ଏସିଡିଟିରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର

ଏସିଡିଟି ହେଉଛି ଏକ ସାଧାରଣ ସମସ୍ୟା, ଯାହା ଅଧିକାଂଶ ଲୋକ ନିଜ ଜୀବନକାଳରେ ଅତି କମ୍‌ରେରେ ଥରେ ସାମ୍ନା କରିଥା’ନ୍ତି। କେତେକ ଲୋକ ମେଡିସିନ୍‌ ଛଡ଼ା ଘରୋଇ ଉପଚାର ଆପଣେଇଥା’ନ୍ତି। ଆସନ୍ତୁ ଜାଣିବା ସେବିଷୟରେ:

ମଧ୍ୟାହ୍ନ ଭୋଜନ ଖାଇବାର ଗୋଟେ ଘଣ୍ଟା ପୂର୍ବରୁ ଲେମ୍ବୁ ପାଣି ପିଅନ୍ତୁ। ଏହାଦ୍ୱାରା ପେଟ ଭାରି ଲାଗିବ ନାହିଁ।

କମ୍‌ କମ୍‌ କରି ଅଧିକ ଥର ଖାଆନ୍ତୁ।

ମୁଠାଏ ତୁଳସୀ ପତ୍ର ଓ ପୋଦିନା ପତ୍ରକୁ ପାଣିରେ ଫୁଟାଇଦିଅନ୍ତୁ। ଏହି ପାଣିକୁ ଦିନ ତମାମ ପିଅନ୍ତୁ। ଏହାଦ୍ୱାରା ଗ୍ୟାସ୍‌ କେତେମାତ୍ରାରେ କମିବ।

ପ୍ରତି ଭୋଜନ ପରେ ନଖ ଉଷୁମ ପାଣି ପିଅନ୍ତୁ।

ଅଧିକ ପଢ଼ନ୍ତୁ: ଲିଭରରେ ଚର୍ବି ଜମା ହେଲେ ହୋଇପାରେ ଲିଭର ଫେଲ୍ୟୁଅର

ଖାଦ୍ୟରେ ସାଲାଡ ଓ ଦହିକୁ ସାମିଲ କରନ୍ତୁ।

ବଦ୍‌ହଜମି ପାଇଁ ଅଦା ଲାଭକାରୀ। ଗୋଟେ ଗ୍ଲାସ୍‌ ପାଣିରେ ଅଧ ଇଞ୍ଚ ଅଦା ଛେଚି ମିଶାନ୍ତୁ ଓ ଏହି ପାଣିକୁ ଫୁଟାନ୍ତୁ। ଗୋଟେ ଗ୍ଲାସ୍‌ ପାଣି ଅଧ ଗ୍ଲାସ୍‌ ହୋଇଗଲେ ଏହାକୁ କାଢ଼ିଦିଅନ୍ତୁ। ଏହି ପାଣିକୁ ପିଅନ୍ତୁ।

ଗୋଟେ ଗ୍ଲାସ୍‌ ପାଣିରେ ଗୋଟେ ଚାମଚ ଆପେଲ୍‌ ସାଇଡର ଭିନେଗାର ମିଶାନ୍ତୁ। ଏହି ପାଣିକୁ ପ୍ରତିଦିନ ସକାଳେ ପିଅନ୍ତୁ। ଏହାଦ୍ୱାରା ଏସିଡିଟି ସମସ୍ୟା କମିଥାଏ।

ପ୍ରତିଦିନ ୨ ଲିଟର ପାଣି ପିଅନ୍ତୁ।

ସନ୍ତୁଳିତ ଆହାର ଖାଆନ୍ତୁ। ଖାଦ୍ୟରେ ସାଲାଡ, ସବୁଜପନିପରିବାର ମାତ୍ରା ବଢ଼ାନ୍ତୁ।

ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ ଏବଂ ଖାଦ୍ୟକୁ ୩୨ଥର ଚୋବାଇ ଖାଆନ୍ତୁ।

ଡାହାଣ କଡ଼ ମାଡ଼ି ଶୁଅନ୍ତୁ ନାହିଁ।

ଧୂମପାନ, ମଦ୍ୟପାନ କମ୍‌ କରନ୍ତୁ।

ଛଣାଛଣି, ତେଲ ମଦଲା ଖାଦ୍ୟଠାରୁ ଦୂରେଇ ରହନ୍ତୁ।

ଫାଷ୍ଟଫୁଡ୍‌, ଛଣାଛଣି ଖାଦ୍ୟରୁ ନିବୃତ୍ତ ରହନ୍ତୁ।

ଚା’ କଫି ପିଉଥିଲେ, ତା’ର ମାତ୍ରା କମ୍‌ କରନ୍ତୁ।